ଡିଆଇଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍‌ (ଡିଆଇଏଲ୍‌)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସବୁ ସମୟରେ ଏନର୍ଜି ସଲ୍ୟୁଶନ ପାଇଁ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଡାବର ଗ୍ଲୁକୋପ୍ଲସ୍‌-ସି ପକ୍ଷରୁ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଡ୍ରିଙ୍କ୍‌ଟି ଏକ ପିଇଟି ବୋତଲରେ ସ୍ବାଦିଷ୍ଟ ଟାଙ୍ଗି ଅରେଞ୍ଜ ଭାରିଆଣ୍ଟ ସହ ରେଡି-ଟୁ-ଡ୍ରିଙ୍କ୍‌ ଗ୍ଲୁକୋଜ ବର୍ଗରେ ଉପଲବ୍ଧ। ସେହିଭଳି ୧୬୦ଏମ୍‌ଏଲ୍‌ ପିଇଟି ବୋତଲ ପାଇଁ ୧୦ ଟଙ୍କା ମୂଲ୍ୟ ଥିବା ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଡ୍ରିଙ୍କ୍‌’କୁ କମ୍ପାନୀ ପଶ୍ଚିମବଙ୍ଗ ଓ ଓଡ଼ିଶା ବଜାରର ସମସ୍ତ ରିଟେଲ ଆଉଟ୍‌ଲେଟରେ ଉପଲବ୍ଧ କରାଇଛି। ଏ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡ୍‌ର ହେଲ୍‌ଥ ସପ୍ଲିମେଣ୍ଟସ୍‌ ବିଭାଗର ମାର୍କେଟିଂ ହେଡ୍‌ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ଆମେ ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ ଆମର ଗ୍ଲୁକୋପ୍ଲସ୍‌-ସି ପୋର୍ଟଫୋଲିଓକୁ ମଧ୍ୟ ବିସ୍ତାର କରିଛୁ। ଏପରିକି ଆମର ଉପଭୋକ୍ତାଙ୍କୁ ଗ୍ଲୁକୋଜ,ଭିଟାମିନ-ସି, ଆଇରନର ଏକ ଡୋଜ୍‌ ଓ ପ୍ରକୃତ କମଳା ରସର ଲାଭ ପ୍ରଦାନ କରୁଛୁ। ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଡ୍ରିଙ୍କ୍‌ର ଶୁଭାରମ୍ଭ ଏହି ପ୍ରଥମ ଧରଣର ଗ୍ଲୁକୋଜ ଏନର୍ଜି ଡ୍ରିଙ୍କ୍‌ ସହ ଉପଭୋକ୍ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ସେହିଭଳି ଡାବର ଇଣ୍ଡିଆ ଲିମିଟେଡ୍‌ର ପୂର୍ବାଞ୍ଚଳର ବିଜ୍‌ନେସ ହେଡ୍‌ ରାଜୀବ ରଞ୍ଜନ କହିଛନ୍ତି, ଆମେ ‘ଡାବର ଗ୍ଲେୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ ଆମର ଉପଭୋକ୍ତାଙ୍କୁ କିଛି ନୂଆ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri