ଭୁବନେଶ୍ୱର,୫ା୯(ସୁନୀତ ମିଶ୍ର):ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଗୁରୁବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ୨୦ ମିନିଟ ଧରି ସୌଜନ୍ୟମୂଳକ ଆଲୋଚନା ହୋଇଛି।ସେ ନବୀନ ନିବାସ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ କିଛିସମୟ ନବୀନ ନିବାସରେ କଟାଇଥିବା ଜଣାପଡ଼ିଛି। ଏହାଛଡ଼ା ନବୀନଙ୍କ ସହ ତାଙ୍କର ଅନ୍ୟ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ଜଣାପଡ଼ି ନାହିଁ। ଦିଲୀପ ମଧ୍ୟ ନବୀନ ନିବାସରୁ ଫେରି ଗଣମାଧ୍ୟମକୁ କିଛି ସୂଚନା ଦେଇନାହାନ୍ତି।

