କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ

ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ ଭାଇ ଇଶାନ ଖାନ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଶନିବାରଠାରୁ ସେ ଆଇସିୟୁରେ ଥିଲେ। ଭାଇଙ୍କ ଦେହାନ୍ତ ପରେ ଦିଲୀପ କୁମାର ଏବଂ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି। ଇଶାନ ଏବଂ ଅସଲମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଦିଲୀପ କୁମାରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭିନେତା ଦିଲୀପ କୁମାର ଉଭୟ ଭାଇଙ୍କଠାରୁ ଅଲଗା ରୁହନ୍ତି ତେଣୁ ତାଙ୍କ ପାଇଁ କୌଣସି ବିପଦ ନାହିଁ। ୍‌ଦିଲୀପ କୁମାରଙ୍କୁ ୯୭ ବର୍ଷ। ସେ ତାଙ୍କ ସାଇରା ବାନୁଙ୍କ ତତ୍ତ୍ୱାବଧାନରେ ରୁହନ୍ତି।

Share