Categories: ଜାତୀୟ

ଦିଲ୍ଲୀପ କୁମାର ପୁଣି ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୩୦।୬: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୯୮ବର୍ଷୀୟ ଅଭିନେତାଙ୍କୁ ପୁଣିଥରେ ମୁମ୍ବାଇ ଉପନଗର ଖାର ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ ଏହି ହସ୍ପିଟାଲ କୋଭିଡ-୧୯ର କେନ୍ଦ୍ର ନୁହେଁ। ଏହାପୂର୍ବରୁ ମଧ୍ୟ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଜୁନ ୬ରେ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୫ଦିନ ରହି ଚିକିତ୍ସା କରାଇବା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ। ତେବେ ମଙ୍ଗଳବାର ପୁଣି ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ପରିବାର ଲୋକେ ଦ୍ୱିପ୍ରହରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Share