Posted inଜାତୀୟ

Dilip Ghosh: ୬୦ ବର୍ଷ ବୟସରେ ବିବାହ କରିବେ ଭାଜପା ନେତା, ଧରିବେ ଦଳୀୟ ସହଯୋଗୀଙ୍କ ହାତ

କୋଲକାତା,୧୮।୪: ପଶ୍ଚିମବଙ୍ଗର ପୂର୍ବତନ ଭାଜପା ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ଭାଜପା ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ଆଜି ଅର୍ଥାତ ୧୮ ଏପ୍ରିଲରେ କୋଲକାତାସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ୬୦ ବର୍ଷୀୟ ଭାଜପା ନେତା Dilip Ghosh ଏବେ ବି ଅବିବାହିତ। ସୂତ୍ର ଅନୁସାରେ, କୁନାଲ ଘୋଷ ଏବଂ ଦେବାଂଶୁ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନେକ ତୃଣମୂଳ କଂଗ୍ରେସ ନେତା ଭାଜପା ନେତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ।

Dilip Ghoshଙ୍କ ନିକଟତର ଲୋକଙ୍କ ଉଦ୍ଧୃତି ଦେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ କରିଛି ଯେ ଦୁଇଜଣ ସକାଳ ଚାଲିବା ସମୟରେ ସାକ୍ଷାତ କରିଥିଲେ ଏବଂ ସମୟ ସହିତ ସେମାନଙ୍କର ସମ୍ପର୍କ ଆହୁରି ମଜବୁତ ହୋଇଥିଲା। ଦୁହେଁ ନ୍ୟୁ ଟାଉନରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିବେ, ଯେଉଁଥିରେ ନିକଟ ସମ୍ପର୍କୀୟମାନେ ଯୋଗ ଦେବେ। ଏହା ମଧ୍ୟ କୁହାଯାଉଛି ଯେ ବିବାହ ପ୍ରସ୍ତାବ କନ୍ୟାପକ୍ଷରୁ ଦିଆଯାଇଥିଲା। ରାଜ୍ୟ ଦଳର ସଭାପତି ସୁକାନ୍ତ ମଜୁମଦାରଙ୍କ ସମେତ ବରିଷ୍ଠ ଭାଜପା ନେତାମାନେ ସକାଳେ ଘୋଷଙ୍କ ନ୍ୟୁ ଟାଉନ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ନିକଟତର ଜଣେ ଭାଜପା ନେତା କହିଛନ୍ତି ଯେ Dilip Ghosh ଏବଂ ତାଙ୍କ ଭାବି ପତ୍ନୀ ଏହି ମାସର ଆରମ୍ଭରେ ଏକ ଆଇପିଏଲ ମ୍ୟାଚ ଦେଖିଥିଲେ। ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ।
ପୂର୍ବରୁ ଦିଲୀପ ଘୋଷ ଏକ ନ୍ୟୁଜ ଚ୍ୟାନେଲକୁ କହିଥିଲେ ଯେ ମୋ ମାଆ ଚାହୁଁଥିଲେ ମୁଁ ବିବାହ କରେ, ତେଣୁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ବିବାହ କରୁଛି। ମୁଁ ପୂର୍ବପରି ସକ୍ରିୟ ରାଜନୀତିରେ ରହିବି। ମୋର ବ୍ୟକ୍ତିଗତ ଜୀବନ ମୋର ରାଜନୈତିକ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ରିପୋର୍ଟ ଅନୁସାରେ, କନ୍ୟାଙ୍କ ନାମ ରିଙ୍କୁ ମଜୁମଦାର। ରିଙ୍କୁ ବହୁତ ଦିନ ଧରି ଭାଜପା କର୍ମୀ ଅଛନ୍ତି। ସେ ଦଳର ମହିଳା ଶାଖା, ଓବିସି ମୋର୍ଚ୍ଚା, ହସ୍ତତନ୍ତ ସେଲ ଏବଂ ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକାର ଦାୟିତ୍ୱ ତୁଲାଇଛନ୍ତି। ଏହା ମଜୁମଦାରଙ୍କ ଦ୍ୱିତୀୟ ବିବାହ ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri