ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ) ସିମାଞ୍ଚଳ ପାତ୍ର(୯୭) ଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରିଥିବା ଜଣାପଡିଛି । ତାଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି ସ୍ଵତନ୍ତ୍ର ସମାରୋହରେ ସମ୍ମାନିତ କରିବେ ବୋଲି ସ୍ଥିର କରାଯାଇଛି। ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବମୋକେଇ ଗ୍ରାମର ସୁର ପାତ୍ର ଓ ବାଙ୍ଗାରି ଦେବୀଙ୍କ ପୁଅ  ସିମାଞ୍ଚଳ ମାତ୍ର ୬ ବର୍ଷ ବୟସରେ ପାଲୁରଗଡର ନୃତ୍ୟଗୁରୁ ନରସିଂହ ପ୍ରଧାନଙ୍କ ଠାରୁ ଓଡ଼ିଶୀ ନୃତ୍ୟର ପୂର୍ବାଭାସ ସଖୀ ନାଚ ଶିକ୍ଷା କରିଥିଲେ।

ବାପା ସୁର ପାତ୍ର ଜଣେ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୃତ୍ୟ ଗୀତ ପ୍ରତି ତାଙ୍କର ରୁଚି ଥିଲା।ସେ ଗ୍ରାମର ପ୍ରହଲ୍ଲାଦ ନାଟକର ରାଜା ହିରନ୍ୟକଶ୍ୟପ ରୂପେ ଅଭିନୟ କରୁଥିଲେ । ତେଣୁ ସିମାଞ୍ଚଳ ପିଲାଟି ଦିନରୁ ପିତାଙ୍କୁ ଅନୁସରଣ କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଦେଖି ପିତା ତାଙ୍କୁ ନାଟକର ସୂତ୍ରଧର ଗୀତ ଅଭ୍ୟାସ କରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିର୍ଦ୍ଦେଶନାରେ ସେ ରଜାନାଟ ବା ପ୍ରହଲ୍ଲାଦ ନାଟକରେ ପ୍ରହଲ୍ଲାଦ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିଲେ। ପିତାଙ୍କ ଦେହାନ୍ତ ପରେ ସେ ପ୍ରହଲ୍ଲାଦ ନାଟକର ଗୁରୁ ତ୍ରିନାଥ ପ୍ରଧାନ ଏବଂ ଲକ୍ଷ୍ମଣ ଶତପଥିଙ୍କ ନିକଟରେ ଦୀର୍ଘ ୨୦ ବର୍ଷ ନୃତ୍ୟାଭିନୟର ବିଭିନ୍ନ ଶୈଳୀ, ରାଗ, ରସ, ଲୟ, ଠାଣି, ସଂଳାପ,ନୃତ୍ୟ ଭଙ୍ଗୀ ପ୍ରଭୃତି ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ହିରନ୍ୟ କଶ୍ୟପ ରଜା ଭୂମିକାରେ ଅଭିନୟ କରି ଆସୁଥିଲେ।

ତାଙ୍କୁ ସମଗ୍ର ଅଞ୍ଚଳରେ ରଜା ସିମାଞ୍ଚଳ ବୋଲି ଲୋକେ ଡାକୁଥିଲେ। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳଙ୍କୁ ପ୍ରହଲ୍ଲାଦ ନାଟକର ରାଜା  ଭୂମିକାରେ ଉଚ୍ଚକୋଟୀର ଅଭିନୟ ଓ ଲୋକ ନାଟକର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୧୯୯୦ ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ । ପରେ ରାଜା ନାଟକରେ ତାଙ୍କ ପ୍ରଚଣ୍ଡ ପ୍ରତିଭା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୧୯୯୭ ରେ ଲୋକନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଗତ ଗୁରୁବାର ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମର ଶତବାର୍ଷିକୀ ସମାରୋହରେ ତାଙ୍କୁ ସମ୍ମାନୀତ କରାଯାଇଥଲେ ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ସେ ଉପସ୍ଥିତ ହୋଇପାରିନଥିଲେ। ତାଙ୍କୁ ଶୁକ୍ରବାର ଦିଗପହଣ୍ଡି ଠାରେ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବରେ ସମ୍ମାନ ପତ୍ରଟି ଅତିଥିବୃନ୍ଦ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

ପ୍ରତିଷ୍ଠା ଉତ୍ସବର ଦିନକ ପରେ ମନ୍ଦିରରୁ ଚୋରି

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଆନନ୍ଦନଗରରେ ଅବସ୍ଥିତ ନବନିର୍ମିତ ମା’ ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଗତ ୨୩ ତାରିଖରେ ସରିଛି। ମାତ୍ର ପ୍ରତିଷ୍ଠା ଉତ୍ସବର…

କୋରାପୁଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, କହିଲେ ଓକିଲାତି ଏକ ପେସା ନୁହେଁ ବ୍ରତୀ ହେବା ଆବଶ୍ୟକ

କୋରାପୁଟ,୨୫।୧(ଅମିତାଭ ବେହେରା ): ତିନି ଦିନିଆ ଗସ୍ତରେ କୋରାପୁଟ ଆସିଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ତଣ୍ଡନ ରବିବାର କୋରାପୁଟର ସମସ୍ତ କୋର୍ଟ ବୁଲି ଦେଖିବା…

୧୪ ବଲ୍‌ରେ ଅଭିଷେକଙ୍କ ଅର୍ଦ୍ଧଶତକ

ଗୁଆହାଟୀ,୨୫ା୧- ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତୀୟ ଓପ୍‌ନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୪…

ଅଭିଷେକ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ୩-୦ରେ ଭାରତର ଆଗୁଆ ସିରିଜ୍‌ ବିଜୟୀ

ଗୁଆହାଟୀ,୨୫ା୧- ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌କୁ ଭାରତ ୮…

ପାରିବାରିକ କଳହର କରୁଣ ପରିଣତି, ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆନନ୍ଦପୁୁର/ହାଟଡିହି,୨୫।୧(ସୁଶାନ୍ତ କୁମାର ସାହୁ/ ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ପଞ୍ଚାୟତ ଅଧୀନ ନିଆଳିଝରଣ ଗ୍ରାମରେ ଜମିବାଡ଼ି ବିବାଦରୁ ରବିବାର ସନ୍ଧ୍ୟାରେ ଟ୍ରିପଲ…

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri