ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ) ସିମାଞ୍ଚଳ ପାତ୍ର(୯୭) ଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରିଥିବା ଜଣାପଡିଛି । ତାଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି ସ୍ଵତନ୍ତ୍ର ସମାରୋହରେ ସମ୍ମାନିତ କରିବେ ବୋଲି ସ୍ଥିର କରାଯାଇଛି। ଖବର ପ୍ରଚାରିତ ହେବା ପରେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବମୋକେଇ ଗ୍ରାମର ସୁର ପାତ୍ର ଓ ବାଙ୍ଗାରି ଦେବୀଙ୍କ ପୁଅ  ସିମାଞ୍ଚଳ ମାତ୍ର ୬ ବର୍ଷ ବୟସରେ ପାଲୁରଗଡର ନୃତ୍ୟଗୁରୁ ନରସିଂହ ପ୍ରଧାନଙ୍କ ଠାରୁ ଓଡ଼ିଶୀ ନୃତ୍ୟର ପୂର୍ବାଭାସ ସଖୀ ନାଚ ଶିକ୍ଷା କରିଥିଲେ।

ବାପା ସୁର ପାତ୍ର ଜଣେ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନୃତ୍ୟ ଗୀତ ପ୍ରତି ତାଙ୍କର ରୁଚି ଥିଲା।ସେ ଗ୍ରାମର ପ୍ରହଲ୍ଲାଦ ନାଟକର ରାଜା ହିରନ୍ୟକଶ୍ୟପ ରୂପେ ଅଭିନୟ କରୁଥିଲେ । ତେଣୁ ସିମାଞ୍ଚଳ ପିଲାଟି ଦିନରୁ ପିତାଙ୍କୁ ଅନୁସରଣ କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରୁଥିବା ଦେଖି ପିତା ତାଙ୍କୁ ନାଟକର ସୂତ୍ରଧର ଗୀତ ଅଭ୍ୟାସ କରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନିର୍ଦ୍ଦେଶନାରେ ସେ ରଜାନାଟ ବା ପ୍ରହଲ୍ଲାଦ ନାଟକରେ ପ୍ରହଲ୍ଲାଦ ଭୂମିକାରେ ଉଚ୍ଚକୋଟୀର ଅଭିନୟ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଥିଲେ। ପିତାଙ୍କ ଦେହାନ୍ତ ପରେ ସେ ପ୍ରହଲ୍ଲାଦ ନାଟକର ଗୁରୁ ତ୍ରିନାଥ ପ୍ରଧାନ ଏବଂ ଲକ୍ଷ୍ମଣ ଶତପଥିଙ୍କ ନିକଟରେ ଦୀର୍ଘ ୨୦ ବର୍ଷ ନୃତ୍ୟାଭିନୟର ବିଭିନ୍ନ ଶୈଳୀ, ରାଗ, ରସ, ଲୟ, ଠାଣି, ସଂଳାପ,ନୃତ୍ୟ ଭଙ୍ଗୀ ପ୍ରଭୃତି ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ ସମୟରେ ହିରନ୍ୟ କଶ୍ୟପ ରଜା ଭୂମିକାରେ ଅଭିନୟ କରି ଆସୁଥିଲେ।

ତାଙ୍କୁ ସମଗ୍ର ଅଞ୍ଚଳରେ ରଜା ସିମାଞ୍ଚଳ ବୋଲି ଲୋକେ ଡାକୁଥିଲେ। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସିମାଞ୍ଚଳଙ୍କୁ ପ୍ରହଲ୍ଲାଦ ନାଟକର ରାଜା  ଭୂମିକାରେ ଉଚ୍ଚକୋଟୀର ଅଭିନୟ ଓ ଲୋକ ନାଟକର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୧୯୯୦ ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ । ପରେ ରାଜା ନାଟକରେ ତାଙ୍କ ପ୍ରଚଣ୍ଡ ପ୍ରତିଭା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୧୯୯୭ ରେ ଲୋକନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଗତ ଗୁରୁବାର ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମର ଶତବାର୍ଷିକୀ ସମାରୋହରେ ତାଙ୍କୁ ସମ୍ମାନୀତ କରାଯାଇଥଲେ ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ସେ ଉପସ୍ଥିତ ହୋଇପାରିନଥିଲେ। ତାଙ୍କୁ ଶୁକ୍ରବାର ଦିଗପହଣ୍ଡି ଠାରେ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବରେ ସମ୍ମାନ ପତ୍ରଟି ଅତିଥିବୃନ୍ଦ ପ୍ରଦାନ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

ଜମିବାଡ଼ି ବିବାଦକୁ ନେଇ ହତ୍ୟା ମାମଲା, ୨ ଦୋଷୀଙ୍କୁ ଆଜୀବନ ଜେଲ୍‌

ବଲାଙ୍ଗୀର,୧୨ା୩(ସୁନିଲ କୁମାର ମହାନ୍ତି): ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଅତିରିକ୍ତ ଜିଲା ଦୌରାଜଜ୍ (ଦ୍ୱିତୀୟ) ଏହି ମାମଲାର ବିଚାର…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପ୍ରଭାବ, କୋରାପୁଟରେ ପେଟ୍ରୋଲ ଆଗରେ ଗ୍ରାହକଙ୍କ ଲମ୍ବା ଧାଡ଼ି

କୋରାପୁଟ,୧୨ା୩( ଅମିତାଭ ବେହେରା ): ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କାରେ ରହିଛନ୍ତି ଲୋକେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri