ଦିଗପହଣ୍ଡି,୨୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଛାତ୍ର ଦେବାଶିଷ ମିଶ୍ର ଜାପାନ ଯାତ୍ରା କରିଛନ୍ତି। ସେ ଗାଁ ସ୍କୁଲରୁ ପାଠ ପଢ଼ି କଲେଜ ଶିକ୍ଷା ସମାପ୍ତ ପରେ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟ ବିପିୟୁଟି ରୁ ଏମ. ଟେକ୍ ପାସ୍ କରିବା ପରେ ଝାଡ଼ଖଣ୍ଡର ଧାନବାଦ୍ ରେ ଆଇଆଇଟି(ଆଇଏସଏମ) ରେ ପି.ଏଚଡି କରୁଥିବା ବେଳେ ଆଇଆଇଟି ଧାନବାଦ୍ ଏବଂ ଜାପାନ ର ତୋହୋକୁ ବିଶ୍ଵବିଦ୍ୟାଳୟ ର ମିଳିତ ସହଭାଗିତାରେ ସେ ଅଧ୍ୟୟନ କରିବାର ସୁଯୋଗ ପାଇଥିବା ଜଣାପଡ଼ିଛି। ଏଥି ନିମନ୍ତେ ସେ ଜାପାନ ଯାତ୍ରା କରିଛନ୍ତି। ମଫସଲରୁ ସେ ଜାପାନରେ ପାଠ ପଢ଼ିବାର ସୁଯୋଗ ପାଇଥିବାରୁ ସମଗ୍ର ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଏବଂ ତାଙ୍କ ବାପା ସହକାରୀ ଶିକ୍ଷକ ଶିବଶଙ୍କର ମିଶ୍ରଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛାର ସୁଅ ଛୁଟୁଛି।ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, କାଉନସିଲର ଭି. ଧର୍ମ ରାଜୁ ପ୍ରମୁଖ ଦେବାଶିଷ ଦିଗପହଣ୍ଡି ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଦେବାଶିଷଙ୍କ ସହପାଠୀ,ଶିକ୍ଷୟତ୍ରୀ ଶିକ୍ଷକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ତାଙ୍କର ଏହି ସଫଳତା ପଛରେ ମାତାପିତା ଙ୍କ ଆଶୀର୍ବାଦ, ପରିବାର ସଦସ୍ୟ ଙ୍କ ତ୍ୟାଗ, ଗୁରୁଜନ ମାନଙ୍କ ମାର୍ଗଦର୍ଶନ ଏବଂ ଶୁଭେଚ୍ଛୁ ମାନଙ୍କର ଅକୁଣ୍ଠ ସହଯୋଗ ରହିଛି ବୋଲି ଦେବାଶିଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।