ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ନଗର କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ପ୍ରଫୁଲ୍ଲଙ୍କ ସାଙ୍ଗଠନିକ ଦକ୍ଷତା ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ପିସିସି ପକ୍ଷରୁ ଏନେଇ ଘୋଷଣା କରାଯିବା ପରେ ଦିଗପହଣ୍ଡି ନଗର କଂଗ୍ରେସ ଏବଂ ବ୍ଲକ କଂଗ୍ରେସରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି।

ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ୭ନଂ ୱାର୍ଡ କାଉନସିଲର ସୁନୀଲ ପଣ୍ଡା, କାଉନସିଲର ପ୍ରତିନିଧି ରଞ୍ଜୀତ କୁମାର ବେହେରା, ଇ.ଶଙ୍କର, ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଅଭିମନ୍ୟୁ ଜାନି, କାର୍ଯ୍ୟକର୍ତ୍ତା ଶିବ ସାହୁ, ନଗର କଂଗ୍ରେସ କାର୍ଯ୍ୟକର୍ତ୍ତା ଶଙ୍କର ମହାରଣା, ଗୌରଚନ୍ଦ୍ର ପୂଜାରୀ, ବାଲ୍ମୀକି ବେହେରା, ବୈକୁଣ୍ଠ ସ୍ବାଇଁ, ଦେବାଶିଷ ପଣ୍ଡା, ଶିବ ପ୍ରଧାନ, ଗୋପାଳ ଗୌଡ଼ ପ୍ରମୁଖ ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ନବ ନିଯୁକ୍ତ ପିସିସି ସମ୍ପାଦକଙ୍କୁ ଉତ୍ତରୀୟ, ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ନବ ନିଯୁକ୍ତ ପିସିସି ସମ୍ପାଦକ ଆଗାମୀ ଦିନରେ ସମଗ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବା ସହ ପ୍ରତି ପଞ୍ଚାୟତରେ କଂଗ୍ରେସ ଦଳ ପକ୍ଷରୁ ସଭା ସମାବେଶ କରିବେ । ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ କରାଯିବା ସହ ଗ୍ରାମାଞ୍ଚଳ ମାନଙ୍କରେ ଅଧାପନ୍ତରିଆ ଜନକଲ୍ୟାଣ ମୂଳକ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଦାବିରେ ଜନ ଆନ୍ଦୋଳନ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

 

Dharitri – Odisha’s No.1 Odia Daily

Share