Categories: ବାଣିଜ୍ୟ

ଆରମ୍ଭରୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ, ୧୯।୧୧: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ର ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ)ର ଶୁଭାରମ୍ଭ ପ୍ରଭାବିତ ରହିଛି। କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ପରଠାରୁ ଏହାର ଷ୍ଟକ୍‌ ପ୍ରାୟ ୨୭% ଖସିଛି। କମ୍ପାନୀ ୧୮,୩୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ଏହା ଭାରତର ସବୁଠାରୁ ବଡ଼ ହୋଇଥିବା ବେଳେ ଏଭଳି କମ୍ପାନୀ କ୍ଷେତ୍ରରେ ବିଶ୍ୱରେ ଚତୁର୍ଥ ବୃହତ୍‌। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ କାରବାର ବେଳେ ଷ୍ଟକ୍‌ର ଲୋୟର ସର୍କିଟ ଲିମିଟ୍‌ ୧୫୬୪ ଟଙ୍କା ସ୍ତରକୁ ଖସିଥିଲା। ବିଏସ୍‌ଇରେ ଏହାର ଇସ୍ୟୁ ମୂଲ୍ୟ ତୁଳନାରେ ୯% ନିମ୍ନରେ ରହି ୧୯୫୫ ଟଙ୍କା ସ୍ତରରେ ଏହା ସୂଚୀଭୁକ୍ତ ହୋଇଥିଲା। ଶେୟାର କାରବାର ପ୍ରଭାବିତ ରହିବା ଯୋଗୁ ଏହା ୨୭.୨୫% ନିମ୍ନରେ ରହି ୧୫୬୪ ଟଙ୍କା ସ୍ତରକୁ ଖସି ଆସିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ଇସ୍ୟୁ ପ୍ରାଇସ ତୁଳନାରେ ୯.୩୦% ନିମ୍ନରେ ରହି ୧୯୫୦ ଟଙ୍କା ସ୍ତରରେ ସୂଚୀଭୁକ୍ତ ହୋଇଥିଲା। ଦିନ ମଧ୍ୟରେ ଷ୍ଟକ୍‌ କାରବାର ୨୭.୩୪% ନିମ୍ନରେ ରହି ୧୫୬୦ ଟଙ୍କା ସ୍ତରକୁ ଖସି ଆସିଥିଲା। ପେଟିଏମ୍‌ ଏହାର ଆଇପିଓ ମୂଲ୍ୟକୁ ଶେୟାର ପିଛା ୨୦୮୦ ଟଙ୍କାରୁ ୨୧୫୦ ଟଙ୍କା ମଧ୍ୟରେ ରଖିଥିଲା। ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସଙ୍କଠାରୁ ଏହା ୧.୧ ବିଲିୟନ ଏବଂ ବଳକା ଶେୟାର ଲାଗି ୨.୬୪ ବିଲିୟନର ବିଡ୍‌ ଏହା ହାସଲ କରିଛି।

Share