Posted inଫୁରସତ

ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ

ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ୨୦୧୬ରେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିଲେ। ସେଥିରୁ ମଧ୍ୟ ସେ ଶ୍ରୋତାଙ୍କ ଅଜସ୍ର ଭଲପାଇବା ପାଇଥିଲେ। ସେ ହେଉଛନ୍ତି ସିଙ୍ଗିଙ୍ଗ ଷ୍ଟାର ସ୍ବୟମ ପ୍ରଭାସ ପାଢ଼ୀ। ୨୦୧୮ରେ ତାଙ୍କୁ ‘ସୁନ୍ଦରଗଡ଼ର ସଲମାନ ଖାନ୍‌’ ଫିଲ୍ମରେ ବ୍ରେକ୍‌ ମିଳିଥିଲା। ପ୍ରଥମ ବ୍ରେକ୍‌ରୁ ହିଁ ସେ ସଫଳତା ପାଇଗଲେ। ତୁ ନୂଆ ସାଏରି, ତୁ ଚଞ୍ଚଳ ନଈ, ମୋ ପ୍ରେମର ନାୟିକା, ପ୍ରେମ ମୋ ଯାଏ ସରି, ପଲ୍‌ ପଲ୍‌ ଚାହେଁ…ଭଳି ଅନେକ ସୁପରହିଟ୍‌ ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିତିପାରିଛନ୍ତି। ୧୯୯୧ ମେ ୨୩ରେ ଜୟପୁରରେ ଜନ୍ମିତ ସ୍ବୟମ୍‌ଙ୍କ ପ୍ରକୃତ ଘର ବ୍ରହ୍ମପୁରରେ। ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ଏଯାବତ୍‌ ଶତାଧିକ ଗୀତ ଗାଇ ସାରିଥିବା ସ୍ବୟମ୍‌ଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- ଗୀତ ପ୍ରତି କିପରି ରୁଚି ଆସିଥିଲା?
ଉତ୍ତର- ମୋ ଅଜା ଓଡ଼ିଶୀ, ଛାନ୍ଦ, ଚମ୍ପୂ ଗାଉଥିଲେ। ଅଜାଙ୍କଠାରୁ ଗୀତ ଶିଖିବାର ପ୍ରେରଣା ପାଇଛି। ମୋ ମା ଭାରତୀ ପାଢ଼ୀଙ୍କର ଗୀତ ଗାଇବା ପାଇଁ ଛୋଟ ବେଳୁ ସ୍ବପ୍ନ ଥିଲା। କିନ୍ତୁ ସେ ଗାଇ ପାରି ନ ଥିଲେ। ତେଣୁ ମା’ ବି ମୋତେ ଗୀତ ଶିଖିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଥମ ଶ୍ରେଣୀରେ ପଢ଼ିବା ବେଳେ ଗୀତ ଶିଖିବା ଆରମ୍ଭ କରିଦେଇଥିଲି।
ପ୍ରଶ୍ନ-ନିଜର ୟୁଟ୍ୟୁବ୍‌ ଚ୍ୟାନେଲ କେତେ ସହାୟକ ହୋଇଛି?
ଉତ୍ତର- ଲୋକଙ୍କ ପାଖରେ କିପରି ପହଞ୍ଚତ୍ବି ସେଇଟା ଭାବୁଥିଲି। ରିଅଲିଟି ଶୋ’ ସରିବା ପରେ ପ୍ରାୟ ୨ବର୍ଷ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳି ନ ଥିଲା। ତେଣୁ ଏକ ୟୁଟ୍ୟୁବ୍‌ ଚ୍ୟାନେଲ କରିଥିଲି। ସେଥିରେ ଗୀତ ଅପ୍‌ଲୋଡ୍‌ କରିବା ପରେ ଲୋକଙ୍କଠାରୁ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଆସୁଥିଲା।
ପ୍ରଶ୍ନ- ଯେଉଁ କଣ୍ଠଶିଳ୍ପୀ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଉନାହାନ୍ତି, ସେମାନଙ୍କ ପାଇଁ ଡିଜିଟାଲ ମିଡିଆ ଏକ ମାଧ୍ୟମ ବୋଲି ଭାବୁଛନ୍ତି କି?
ଉତ୍ତର- ନିଶ୍ଚିତ। ଯେତେବେଳେ ଯାହା ଟ୍ରେଣ୍ଡ ଚାଲିଛି, ସେଥିରେ ନିଜକୁ ପ୍ରମୋଟ କରିବା ପାଇଁ ଆଗେଇ ଆସିବା ଉଚିତ। ଅଯଥା କେଉଁ ଜାଗାକୁ ଯାଇ ସମୟ ନଷ୍ଟ କରିବା ଅପେକ୍ଷା ଡିଜିଟାଲ ମିଡିଆକୁ ଯଦି ଠିକ୍‌ ଭାବେ ବ୍ୟବହାର କରିପାରିଲେ, ତେବେ ବହୁତ କିଛି ପାଇପାରିବା।
ପ୍ରଶ୍ନ- ସିଙ୍ଗିଙ୍ଗ୍‌ କ୍ୟାରିୟରର ଟର୍ନିଂ ପଏଣ୍ଟ କେଉଁଟା ଥିଲା?
ଉତ୍ତର- ତୁ ନୂଆ ସାଏରୀ…। ଫିଲ୍ମରେ ମୋର ଏହା ପ୍ରଥମ ବ୍ରେକ୍‌ ଥିବାରୁ ତାହା ଏକ ଟର୍ନିଂ ପଏଣ୍ଟ ଥିଲା। ତେବେ ରିଅଲିଟି ଶୋ’ରେ ଭାଗ ନେଇ ନ ଥିଲେ ମୁଁ ଲୋକଙ୍କ ପାଖରେ ପହଞ୍ଚତ୍ ପାରି ନ ଥାନ୍ତି। ଲୋକଙ୍କ ପାଖରେ ପହଞ୍ଚତ୍ ପାରି ନ ଥିଲେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ପାରି ନ ଥାନ୍ତି। ୟୁଟ୍ୟୁବ୍‌ରେ ମୋର ପ୍ରତି ଗୀତ ମୋ ପାଇଁ ସଫଳ ଯାତ୍ରା ଥିଲା। ଏସବୁ ନ ଥିଲେ ମୋତେ ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳି ନ ଥାନ୍ତା। ତେଣୁ ସବୁଦିନ ମୁଁ ଯାହା କରେ ସେଇଟା ମୋ ପାଇଁ ଟର୍ନିଂ ପଏଣ୍ଟ ବୋଲି ଭାବେ।
ପ୍ରଶ୍ନ- ପ୍ରଥମ ଗୀତ ଅଫର କେମିତି ଆସିଥିଲା?
ଉତ୍ତର- ୟୁଟ୍ୟୁବ୍‌ ଚ୍ୟାନେଲରେ ଯେଉଁ ବି ଗୀତ କରେ, ତା’ର ଲିଙ୍କ୍‌ ସବୁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖକୁ ପଠାଏ। ଏମିତି ଏକ ୟୁଟ୍ୟୁବ୍‌ରେ ମୋର ଏକ କଭର ଦେଖି କି ଅଭିଜିତ ମଜୁମଦାର ମୋତେ ଡାକିଥିଲେ ଏବଂ ଫିଲ୍ମ ପାଇଁ ସୁଯୋଗ ଦେଇଥିଲେ।
ପ୍ରଶ୍ନ- ସବୁବେଳେ ରୋମାଣ୍ଟିକ ଗୀତ ଗାଉଛନ୍ତି। ଅନ୍ୟ ଗୀତ ଗାଇବାକୁ ଇଚ୍ଛା ନାହିଁ ନା ଅଫର ମିଳିନି?
ଉତ୍ତର- ସବୁ ପ୍ରକାର ଗୀତ ଗାଇବା ପାଇଁ ଇଚ୍ଛା ଅଛି। କିନ୍ତୁ ସେଥିପାଇଁ ଠିକ୍‌ ଗୀତ ମିଳିବା ଉଚିତ। ଏଥିସହତ ମୋ ସ୍ବରକୁ ବି ଖାପ ଖାଉଥିବା ଦରକାର। ଯେବେ ଏଭଳି ସୁଯୋଗ ମିଳିବ ନିଶ୍ଚୟ ଗାଇବି।
ପ୍ରଶ୍ନ- ମ୍ୟୁଜିକ୍‌ ଭିଡିଓ କରିଛନ୍ତି। ଫିଲ୍ମରେ ଅଭିନୟ ପାଇଁ ଯଦି ଅଫର ମିଳେ କରିବେ କି?
ଉତ୍ତର- କିଛିଟା ଅଫର ଆସିଛି। କିନ୍ତୁ ମୁଁ ଏବେ ଯାଏ ସେ ବିଷୟରେ କିଛି ଭାବିନି। ଆଉ ଫିଲ୍ମରେ ଅଭିନୟ କରିବା ପାଇଁ ମୋର ଇଚ୍ଛା ବି ନାହିଁ।
ପ୍ରଶ୍ନ- ଚାକିରି ଓ ଗୀତ ଗାଇବା ଭଳି ଦୁଇଟି କାମକୁ କିପରି ମ୍ୟାନେଜ କରନ୍ତି?
ଉତ୍ତର- ଅଫିସ୍‌ରେ ମୋତେ ସହଯୋଗ କରନ୍ତି। ଏହି ଦୁଇଟି ଜିନିଷକୁ ଟାଇମ୍‌ ମ୍ୟାନେଜ କରୁଛି ବୋଲି ମୁଁ ଆଉ କିଛି କରିବାକୁ ଚାହୁଁନି।
ପ୍ରଶ୍ନ- ପ୍ରତିଦିନ ଗୀତ ପାଇଁ ସମୟ ଦେଇପାରନ୍ତି?
ଉତ୍ତର- ହଁ। ଦିନକୁ ଏକ ଘଣ୍ଟା ଗୀତ ଅଭ୍ୟାସ କରେ।
ପ୍ରଶ୍ନ- ବଲିଉଡ୍‌କୁ ଯିବା ପାଇଁ ସବୁ କଣ୍ଠଶିଳ୍ପୀଙ୍କ ଇଚ୍ଛା ଥାଏ। ଆପଣଙ୍କ ସେମିତି ଇଚ୍ଛା ହୋଇନି କି?
ଉତ୍ତର- ହଁ, ଇଚ୍ଛା ଅଛି। କିନ୍ତୁ ଏଯାବତ୍‌ ମୋତେ ସୁଯୋଗ ମିଳିନି। ସୁଯୋଗ ମିଳିଲେ କେବଳ ବଲିଉଡ୍‌ ନୁହେଁ, ଯେକୌଣସି ଭାଷାରେ ଗୀତ ଗାଇବି।
ପ୍ରଶ୍ନ- ଫିଲ୍ମ ଭଳି ଏବେ ଗୀତ ବି କପି ହେଲାଣି। କ’ଣ କହିବେ ଏ ସମ୍ପର୍କରେ?
ଉତ୍ତର- ବହୁତ ଭଲ ଭଲ ଗୀତ ବାହାରୁଛି। ତେଣୁ ଆମେ କପି ଆଡ଼କୁ କାହିଁକି ଦେଖିବା। ଦୁନିଆରେ ଭଲ ଓ ଖରାପ ଜିନିଷ ହେଉଛି। ଭଲ ଜିନିଷକୁ ଆମେ ଆପଣାଇବା ଉଚିତ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ଦେଶୀ ଖାଦ୍ୟ ଖାଇବାକୁ ଭଲଲାଗେ। କାଞ୍ଜି ତୋରାଣି ଓ ମାଣ୍ଡିଆ ଯାଉ ବେଶି ଭଲ ଲାଗେ। ମାଣ୍ଡିଆ ଯାଉ ଆମ ଘରେ ସବୁଦିନ ସକାଳେ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri