Posted inଫୁରସତ

ଡିଜିଟାଲ ମିଡିଆ ନୂଆ ପିଢ଼ି ପାଇଁ ଟ୍ରେଣ୍ଡ

ପେସାରେ ସେ ଇଞ୍ଜିନିୟର। କିନ୍ତୁ ନିଶା ତାଙ୍କର ଗୀତ ଗାଇବା। ୨୦୧୫ରେ ଏକ ସିଙ୍ଗିଙ୍ଗ ରିଅଲିଟି ଶୋ’ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ୨୦୧୬ରେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିଲେ। ସେଥିରୁ ମଧ୍ୟ ସେ ଶ୍ରୋତାଙ୍କ ଅଜସ୍ର ଭଲପାଇବା ପାଇଥିଲେ। ସେ ହେଉଛନ୍ତି ସିଙ୍ଗିଙ୍ଗ ଷ୍ଟାର ସ୍ବୟମ ପ୍ରଭାସ ପାଢ଼ୀ। ୨୦୧୮ରେ ତାଙ୍କୁ ‘ସୁନ୍ଦରଗଡ଼ର ସଲମାନ ଖାନ୍‌’ ଫିଲ୍ମରେ ବ୍ରେକ୍‌ ମିଳିଥିଲା। ପ୍ରଥମ ବ୍ରେକ୍‌ରୁ ହିଁ ସେ ସଫଳତା ପାଇଗଲେ। ତୁ ନୂଆ ସାଏରି, ତୁ ଚଞ୍ଚଳ ନଈ, ମୋ ପ୍ରେମର ନାୟିକା, ପ୍ରେମ ମୋ ଯାଏ ସରି, ପଲ୍‌ ପଲ୍‌ ଚାହେଁ…ଭଳି ଅନେକ ସୁପରହିଟ୍‌ ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିତିପାରିଛନ୍ତି। ୧୯୯୧ ମେ ୨୩ରେ ଜୟପୁରରେ ଜନ୍ମିତ ସ୍ବୟମ୍‌ଙ୍କ ପ୍ରକୃତ ଘର ବ୍ରହ୍ମପୁରରେ। ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ଏଯାବତ୍‌ ଶତାଧିକ ଗୀତ ଗାଇ ସାରିଥିବା ସ୍ବୟମ୍‌ଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- ଗୀତ ପ୍ରତି କିପରି ରୁଚି ଆସିଥିଲା?
ଉତ୍ତର- ମୋ ଅଜା ଓଡ଼ିଶୀ, ଛାନ୍ଦ, ଚମ୍ପୂ ଗାଉଥିଲେ। ଅଜାଙ୍କଠାରୁ ଗୀତ ଶିଖିବାର ପ୍ରେରଣା ପାଇଛି। ମୋ ମା ଭାରତୀ ପାଢ଼ୀଙ୍କର ଗୀତ ଗାଇବା ପାଇଁ ଛୋଟ ବେଳୁ ସ୍ବପ୍ନ ଥିଲା। କିନ୍ତୁ ସେ ଗାଇ ପାରି ନ ଥିଲେ। ତେଣୁ ମା’ ବି ମୋତେ ଗୀତ ଶିଖିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଥମ ଶ୍ରେଣୀରେ ପଢ଼ିବା ବେଳେ ଗୀତ ଶିଖିବା ଆରମ୍ଭ କରିଦେଇଥିଲି।
ପ୍ରଶ୍ନ-ନିଜର ୟୁଟ୍ୟୁବ୍‌ ଚ୍ୟାନେଲ କେତେ ସହାୟକ ହୋଇଛି?
ଉତ୍ତର- ଲୋକଙ୍କ ପାଖରେ କିପରି ପହଞ୍ଚତ୍ବି ସେଇଟା ଭାବୁଥିଲି। ରିଅଲିଟି ଶୋ’ ସରିବା ପରେ ପ୍ରାୟ ୨ବର୍ଷ କୌଣସି ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳି ନ ଥିଲା। ତେଣୁ ଏକ ୟୁଟ୍ୟୁବ୍‌ ଚ୍ୟାନେଲ କରିଥିଲି। ସେଥିରେ ଗୀତ ଅପ୍‌ଲୋଡ୍‌ କରିବା ପରେ ଲୋକଙ୍କଠାରୁ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଆସୁଥିଲା।
ପ୍ରଶ୍ନ- ଯେଉଁ କଣ୍ଠଶିଳ୍ପୀ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଉନାହାନ୍ତି, ସେମାନଙ୍କ ପାଇଁ ଡିଜିଟାଲ ମିଡିଆ ଏକ ମାଧ୍ୟମ ବୋଲି ଭାବୁଛନ୍ତି କି?
ଉତ୍ତର- ନିଶ୍ଚିତ। ଯେତେବେଳେ ଯାହା ଟ୍ରେଣ୍ଡ ଚାଲିଛି, ସେଥିରେ ନିଜକୁ ପ୍ରମୋଟ କରିବା ପାଇଁ ଆଗେଇ ଆସିବା ଉଚିତ। ଅଯଥା କେଉଁ ଜାଗାକୁ ଯାଇ ସମୟ ନଷ୍ଟ କରିବା ଅପେକ୍ଷା ଡିଜିଟାଲ ମିଡିଆକୁ ଯଦି ଠିକ୍‌ ଭାବେ ବ୍ୟବହାର କରିପାରିଲେ, ତେବେ ବହୁତ କିଛି ପାଇପାରିବା।
ପ୍ରଶ୍ନ- ସିଙ୍ଗିଙ୍ଗ୍‌ କ୍ୟାରିୟରର ଟର୍ନିଂ ପଏଣ୍ଟ କେଉଁଟା ଥିଲା?
ଉତ୍ତର- ତୁ ନୂଆ ସାଏରୀ…। ଫିଲ୍ମରେ ମୋର ଏହା ପ୍ରଥମ ବ୍ରେକ୍‌ ଥିବାରୁ ତାହା ଏକ ଟର୍ନିଂ ପଏଣ୍ଟ ଥିଲା। ତେବେ ରିଅଲିଟି ଶୋ’ରେ ଭାଗ ନେଇ ନ ଥିଲେ ମୁଁ ଲୋକଙ୍କ ପାଖରେ ପହଞ୍ଚତ୍ ପାରି ନ ଥାନ୍ତି। ଲୋକଙ୍କ ପାଖରେ ପହଞ୍ଚତ୍ ପାରି ନ ଥିଲେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲି ପାରି ନ ଥାନ୍ତି। ୟୁଟ୍ୟୁବ୍‌ରେ ମୋର ପ୍ରତି ଗୀତ ମୋ ପାଇଁ ସଫଳ ଯାତ୍ରା ଥିଲା। ଏସବୁ ନ ଥିଲେ ମୋତେ ଫିଲ୍ମରେ ଗୀତ ଗାଇବାର ସୁଯୋଗ ମିଳି ନ ଥାନ୍ତା। ତେଣୁ ସବୁଦିନ ମୁଁ ଯାହା କରେ ସେଇଟା ମୋ ପାଇଁ ଟର୍ନିଂ ପଏଣ୍ଟ ବୋଲି ଭାବେ।
ପ୍ରଶ୍ନ- ପ୍ରଥମ ଗୀତ ଅଫର କେମିତି ଆସିଥିଲା?
ଉତ୍ତର- ୟୁଟ୍ୟୁବ୍‌ ଚ୍ୟାନେଲରେ ଯେଉଁ ବି ଗୀତ କରେ, ତା’ର ଲିଙ୍କ୍‌ ସବୁ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଖକୁ ପଠାଏ। ଏମିତି ଏକ ୟୁଟ୍ୟୁବ୍‌ରେ ମୋର ଏକ କଭର ଦେଖି କି ଅଭିଜିତ ମଜୁମଦାର ମୋତେ ଡାକିଥିଲେ ଏବଂ ଫିଲ୍ମ ପାଇଁ ସୁଯୋଗ ଦେଇଥିଲେ।
ପ୍ରଶ୍ନ- ସବୁବେଳେ ରୋମାଣ୍ଟିକ ଗୀତ ଗାଉଛନ୍ତି। ଅନ୍ୟ ଗୀତ ଗାଇବାକୁ ଇଚ୍ଛା ନାହିଁ ନା ଅଫର ମିଳିନି?
ଉତ୍ତର- ସବୁ ପ୍ରକାର ଗୀତ ଗାଇବା ପାଇଁ ଇଚ୍ଛା ଅଛି। କିନ୍ତୁ ସେଥିପାଇଁ ଠିକ୍‌ ଗୀତ ମିଳିବା ଉଚିତ। ଏଥିସହତ ମୋ ସ୍ବରକୁ ବି ଖାପ ଖାଉଥିବା ଦରକାର। ଯେବେ ଏଭଳି ସୁଯୋଗ ମିଳିବ ନିଶ୍ଚୟ ଗାଇବି।
ପ୍ରଶ୍ନ- ମ୍ୟୁଜିକ୍‌ ଭିଡିଓ କରିଛନ୍ତି। ଫିଲ୍ମରେ ଅଭିନୟ ପାଇଁ ଯଦି ଅଫର ମିଳେ କରିବେ କି?
ଉତ୍ତର- କିଛିଟା ଅଫର ଆସିଛି। କିନ୍ତୁ ମୁଁ ଏବେ ଯାଏ ସେ ବିଷୟରେ କିଛି ଭାବିନି। ଆଉ ଫିଲ୍ମରେ ଅଭିନୟ କରିବା ପାଇଁ ମୋର ଇଚ୍ଛା ବି ନାହିଁ।
ପ୍ରଶ୍ନ- ଚାକିରି ଓ ଗୀତ ଗାଇବା ଭଳି ଦୁଇଟି କାମକୁ କିପରି ମ୍ୟାନେଜ କରନ୍ତି?
ଉତ୍ତର- ଅଫିସ୍‌ରେ ମୋତେ ସହଯୋଗ କରନ୍ତି। ଏହି ଦୁଇଟି ଜିନିଷକୁ ଟାଇମ୍‌ ମ୍ୟାନେଜ କରୁଛି ବୋଲି ମୁଁ ଆଉ କିଛି କରିବାକୁ ଚାହୁଁନି।
ପ୍ରଶ୍ନ- ପ୍ରତିଦିନ ଗୀତ ପାଇଁ ସମୟ ଦେଇପାରନ୍ତି?
ଉତ୍ତର- ହଁ। ଦିନକୁ ଏକ ଘଣ୍ଟା ଗୀତ ଅଭ୍ୟାସ କରେ।
ପ୍ରଶ୍ନ- ବଲିଉଡ୍‌କୁ ଯିବା ପାଇଁ ସବୁ କଣ୍ଠଶିଳ୍ପୀଙ୍କ ଇଚ୍ଛା ଥାଏ। ଆପଣଙ୍କ ସେମିତି ଇଚ୍ଛା ହୋଇନି କି?
ଉତ୍ତର- ହଁ, ଇଚ୍ଛା ଅଛି। କିନ୍ତୁ ଏଯାବତ୍‌ ମୋତେ ସୁଯୋଗ ମିଳିନି। ସୁଯୋଗ ମିଳିଲେ କେବଳ ବଲିଉଡ୍‌ ନୁହେଁ, ଯେକୌଣସି ଭାଷାରେ ଗୀତ ଗାଇବି।
ପ୍ରଶ୍ନ- ଫିଲ୍ମ ଭଳି ଏବେ ଗୀତ ବି କପି ହେଲାଣି। କ’ଣ କହିବେ ଏ ସମ୍ପର୍କରେ?
ଉତ୍ତର- ବହୁତ ଭଲ ଭଲ ଗୀତ ବାହାରୁଛି। ତେଣୁ ଆମେ କପି ଆଡ଼କୁ କାହିଁକି ଦେଖିବା। ଦୁନିଆରେ ଭଲ ଓ ଖରାପ ଜିନିଷ ହେଉଛି। ଭଲ ଜିନିଷକୁ ଆମେ ଆପଣାଇବା ଉଚିତ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ଦେଶୀ ଖାଦ୍ୟ ଖାଇବାକୁ ଭଲଲାଗେ। କାଞ୍ଜି ତୋରାଣି ଓ ମାଣ୍ଡିଆ ଯାଉ ବେଶି ଭଲ ଲାଗେ। ମାଣ୍ଡିଆ ଯାଉ ଆମ ଘରେ ସବୁଦିନ ସକାଳେ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri