ପରିବର୍ତ୍ତନ ଆଣିଛି ଡିଜିଟାଲ ଇଣ୍ଡିଆ: ମୋଦି

ନୂଆଦିଲ୍ଲୀ: ସରକାର ଗ୍ରହଣ କରିଥିବା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ବାଙ୍ଗାଲୋର ଟେକ୍‌ ସମିଟ-୨୦୨୦କୁ ଭର୍ଚୁଆଲ ଯୋଗେ ଉଦ୍‌ଘାଟନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ଦେଶର ଟେକ୍ନୋଲୋଜି ଭିତ୍ତିଭୂମି ଉପରେ ମତ ରଖି କହିଛନ୍ତି, ଭାରତ ନିକଟରେ ଟେକ୍ନୋଲୋଜିକୁ ନେଇ ଜ୍ଞାନ ଭରି ରହିଛି। ଭାରତରେ ଏହାର ଏକ ବଡ ବଜାର ମଧ୍ୟ ରହିଛି। ଏହାକୁ ବ୍ୟବହାର କରି ଭାରତ ବିଶ୍ୱର ପ୍ରମୁଖ ନିବେଶ ସ୍ଥଳ ହେବାକୁ ସକ୍ଷମ ହେବ। ସେ ପୁଣି କହିଛନ୍ତି, ସରକାର ୫ ବର୍ଷ ତଳେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ଜୀବନର ଏକ ତରିକା ବନିଯାଇଛି। ଟେକ୍ନୋଲୋଜି ଏବଂ ଉଦ୍‌ଭାବନ ଦିଗରେ ସରକାର ନିରନ୍ତର ଭିତ୍ତିରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଭାରତୀୟ ଟେକ୍‌ ସଲ୍ୟୁଶନ ବିଶ୍ୱକୁ ଅନେକ କିଛି ଦେବାକୁ କ୍ଷମତା ରଖିଛି। ଭାରତୀୟ ଯୁବବର୍ଗ ଏବଂ ଟେକ୍ନୋଲୋଜି ନିକଟରେ ସମ୍ଭାବନା ନେଇ ସେ ବେଶ୍‌ ଆଶାବାଦୀ ଥିବା କହିଛନ୍ତି। ସୂଚନାଯୋଗ୍ୟ, ବାଙ୍ଗାଲୋର ଟେକ୍‌ ସମିଟ କର୍ନାଟକ ସରକାର, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍‌, ସଫ୍ଟଓ୍ବେର ଟେକ୍ନୋଲୋଜି ପାର୍କସ ଅଫ ଇଣ୍ଡିଆ ଏବଂ ଏମ୍‌ଏସ୍‌ ଆକ୍ଟିଭିଟି ଟେକ୍‌ କମ୍ୟୁନିକେଶନ ମିଳିତ ଭାବେ ଆୟୋଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେକ୍ଟ୍ରମ ଦେୟ ପ୍ରଦାନ କଲା ରିଲାଏନ୍ସ ଜିଓ

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆର୍‌ଜେଆଇଏଲ୍‌) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ...

କଲ୍ୟାଣ ଜୁଏଲର୍ସର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ, ୮।୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଆମେରିକା, ଲଣ୍ଡନ, ଦୋହାକୁ ଉଡ଼ିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ଏପରିକି ଚଳିତ ବର୍ଷ ଅକ୍ଟୋବର ୩୦ରୁ ଦେଶର ପ୍ରମୁଖ...

ଅଗଷ୍ଟ ପୂର୍ବରୁ ମିଳିପାରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୨୫ ତାରିଖରୁ ଘରୋଇ ବଜାରରେ ବିମାନ ସେବା ପୁଣି...

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା...

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌...

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି...

ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ...

Advertisement
Archives

Model This Week