ଫୋରେନ୍‌ସିକ୍‌ ଲାବଠୁ ଡିଜିଟାଲ ଦସ୍ତାବିଜ୍‌ ମାଗିଲା ଇଡି

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ଏପଟେ ଅର୍ଚ୍ଚନାଙ୍କଠାରୁ ଜବତ ହୋଇଥିବା ଡିଜିଟାଲ ପ୍ରମାଣପତ୍ର ଦାଖଲ ପାଇଁ ଷ୍ଟେଟ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ଇଡି ଦ୍ୱିତୀୟ ଥର ଚିଠି ଲେଖିଥିବା ସୂଚନା ମିଳିଛି। ଗିରଫ ବେଳେ ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌, ଗୋଟିଏ ପେନ୍‌ଡ୍ରାଇଭ୍‌ ପୋଲିସ ଜବତ କରିଥଲା। ପ୍ରମାଣ ପାଇବାକୁ ସେଗୁଡ଼ିକୁ ପୋଲିସ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ତେବେ ପୂର୍ବରୁ ଏଥିପାଇଁ ଇଡି ପକ୍ଷରୁ ଚିଠି ଲେଖାଯାଇଥିଲା। ପରେ ଇଡିକୁ ଏହି ଡିଜିଟାଲ ଦସ୍ତାବିଜକୁ ହସ୍ତାନ୍ତର କରିବାକୁ କୋର୍ଟ ଫରେନ୍‌ସିକ ଲାବକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ପରେ ଦସ୍ତାବିଜ ପଠାଇବା ବିଳମ୍ବ ହେବାରୁ ଇଡି ଚିଠି ଲେଖିଛି। ତେବେ ଉକ୍ତ ଡିଜିଟାଲ ଦସ୍ତାବିଜରେ ଆର୍ଥିକ କାରବାର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଇଡି ଆଶା ରଖିଛି। ହେଲେ ଉକ୍ତ ଡିଜିଟାଲ ଦସ୍ତାବିଜରେ ଥିବା ପ୍ରମାଣର ସ୍ଥିତିକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ଇଡି ମଙ୍ଗଳବାରଠାରୁ ଅର୍ଚ୍ଚନାଙ୍କୁ ୬ ଦିନିଆ ଓ ଜଗବନ୍ଧୁଙ୍କୁ ବୁଧବାରଠାରୁ ୯ ଦିନିଆ ରିମାଣ୍ଡ ଆଣି ମାରାଥନ ଜେରା କରୁଛି। ପ୍ରଥମେ ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖି ଜେରା କରାଯାଉଛି। ପରେ ଉଭୟଙ୍କୁ ମୁହାଁମୁହିଁ ଜେରା କରି ତଥ୍ୟ ହାସଲ କରୁଛି। ସେହିପରି ଏହି ରିମାଣ୍ଡ ଅବଧି ସମୟରେ ହନିଟ୍ରାପ୍‌ର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଏବଂ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ଡକାଇ ଇଡି ଚତୁର୍ମୁଖୀ ଜେରା କରିବାକୁ ପ୍ରସ୍ତୁତି କରୁଛି। ପ୍ରଥମ ପର୍ଯ୍ୟାୟର ୭ଦିନିଆ ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନା ମୁହଁ ଖୋଲି ନ ଥିଲେ। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କଠାରୁ କି ତଥ୍ୟ ଇଡି ଓକାଳି ପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri