Posted inଜାତୀୟ

ଡିଜିଟାଲ ଆରେଷ୍ଟ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୧୦ : ଦେଶରେ ବଢ଼ି ଚାଲିଥିବା ଡିଜିଟାଲ ଆରେଷ୍ଟ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହା ଉପରେ ଜବାବ ମାଗିଛନ୍ତି। ଅନ୍‌ଲାଇନ୍‌ ଠକେଇ ବିଶେଷକରି ଡିଜିଟାଲ ଆରେଷ୍ଟ ଜରିଆରେ ନାଗରିକଙ୍କୁ ଲୁଟିବା ପାଇଁ କୋର୍ଟଙ୍କ ଜାଲ୍‌ ଅର୍ଡର ପ୍ରସ୍ତୁତ କରାଯାଉଛି, ଯାହାକି ସୁପ୍ରିମକୋର୍ଟଙ୍କ ସ୍କାନରକୁ ଆସିଛି। ଏପରି ଅପରାଧ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥାର ମୂଳଦୁଆକୁ ଦୋହଲାଇ ଦେଉଛି ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ସେପ୍ଟେମ୍ବର ୩ରୁ ୧୬ ତାରିଖ ମଧ୍ୟରେ ହରିୟାଣାର ଅମ୍ବାଲାରେ ସାଇବର ଅପରାଧୀମାନେ ନିଜକୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀ ପରିଚୟ ଦେଇ ଏକ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଅଡିଓ ଏବଂ ଭିଡିଓ କଲ୍‌ କରିଥିଲେ। ଏପରି କି ସେମାନେ ଅଦାଲତ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଜାଲ୍‌ ଅର୍ଡର ବାହାର କରି ଉଭୟଙ୍କୁ ଡିଜିଟାଲ ଆରେଷ୍ଟ କରିବା ସହ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଜରିଆରେ ୧.୦୫ କୋଟି ଟଙ୍କା ଠକିନେଇଥିଲେ। ସେପ୍ଟେମ୍ବର ୨୨ରେ ୭୩ ବର୍ଷୀୟା ମହିଳା ଜଣକ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍‌. ଗବଇଙ୍କୁ ପତ୍ର ଲେଖି ଏହି ବିଷୟରେ ଅବଗତ କରାଇଥିଲେ। ସୁପ୍ରିମକୋର୍ଟ ଏହାକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ଶୁଣାଣି ଆରମ୍ଭ କରିଛନ୍ତି। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜୟମାଲା ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ଦେଶରେ ଡିଜିଟାଲ ଆରେଷ୍ଟ ମାମଲା ସଂଖ୍ୟା ବଢ଼ିଚାଲିଛି। ଏହା ଏକ ମାମୁଲି ଅପରାଧ ନୁହେଁ, ଯେଉଁଠି ପୋଲିସକୁ ତଦନ୍ତ ତ୍ୱରାନ୍ବିତ କରି ମାମଲାର ନିଷ୍କର୍ଷ ଯାଏ ପହଞ୍ଚତ୍ବା ପାଇଁ ନିର୍ଦ୍ଦେଶ ଦିଆଯିବ; ବରଂ ଏପରି ଏକ ପ୍ରସଙ୍ଗ ଯହିଁରେ ସଙ୍ଗଠିତ ଅପରାଧର ମୂଳକୁ ଖୋଜିି ବାହାର କରିବା ଲାଗି କେନ୍ଦ୍ର ଓ ରାଜ୍ୟ ପୋଲିସକୁ ସମନ୍ବିତ ଉଦ୍ୟମ ଚଳାଇବାକୁ ପଡ଼ିବ।
ଖଣ୍ଡପୀଠ ଆହୁରି କହିଛନ୍ତି, ବରିଷ୍ଠ ନାଗରିକଙ୍କ ସମେତ ନିରୀହ ଲୋକଙ୍କୁ ଡିଜିଟାଲି ଆରେଷ୍ଟ କରିବା ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ରାୟ, ବିଚାରପତିମାନଙ୍କ ଦସ୍ତଖତ ଜାଲିଆତି କରାଯିବା ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୋହଲାଇଦେଉଛି। ଏପରି କାର୍ଯ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା ଉପରେ ପ୍ରତ୍ୟକ୍ଷ ଆକ୍ରମଣ। ଦସ୍ତାବିଜ ଜାଲିଆତି କରି ନାମ, ସିଲ୍‌ ଓ ଅଦାଲତୀ ରାୟର ଆପରାଧିକ ବ୍ୟବହାର ଏକ ଗମ୍ଭୀର ପ୍ରସଙ୍ଗ। ଏପରି ଆପରାଧିକ କାର୍ଯ୍ୟକୁ ଏକ ସାଧାରଣ ମାମଲା ରୂପେ ବିଚାର କରାଯାଇପାରିବ ନାହିଁ। ଏହା କେବଳ ଗୋଟିଏ ମାମଲା ନୁହେଁ, ଦେଶର ବିଭିନ୍ନ ଭାଗରେ ଏଭଳି ଘଟଣା ଘଟିଚାଲିଛି। ଗଣମାଧ୍ୟମରେ ଏପରି ସାଇବର ଅପରାଧକୁ ନେଇ ଅନେକ ରିପୋର୍ଟ ପ୍ରକାଶ ପାଉଛି। ତେଣୁ ସମନ୍ବିତ ଓ ସାମୂହିକ ଉଦ୍ୟମ ବଳରେ କେନ୍ଦ୍ର ଓ ରାଜ୍ୟ ପୋଲିସ ଆପରାଧିକ ନେଟ୍‌ଓ୍ବର୍କର ମୂଳକୁ ଯାଇ ଖୋଳତାଡ଼ କରିବା ଜରୁରୀ ହୋଇପଡ଼ିଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ଆଟର୍ନି ଜେନେରାଲଙ୍କ ସହଯୋଗ ଲୋଡ଼ିବା ସହିତ ଆଲୋଚ୍ୟ ମାମଲାରେ ହରିୟାଣା ସରକାର ଏବଂ ଅମ୍ବାଲା ସାଇବର ଅପରାଧ ବିଭାଗକୁ ଅଦ୍ୟାବଧି କରାଯାଇଥିବା ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri