ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସହିତ ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଫଳରେ ବର୍ଷା ପାଣି ନିଷ୍କାସନ ସମସ୍ୟା ଦେଖା ଦେବା ସହ ବ୍ଲକର ୬ଗୋଟି ପଞ୍ଚାୟତର ବିଭିନ୍ନ ଗଁା ବୁଡିବ ବୋଲି ଜଣାପଡିଛି। ପ୍ରକାଶ ଯେ, ୨୦୧୨ରୁ ମହଲପଡ଼ାରେ ଭୁବନେଶ୍ୱରର ଏକ କମ୍ପାନୀ ଅଳ୍ପ କିଛି ଜମି କିଣି ପରେ ନିକଟ ସରକାରୀ ଜମିକୁ ବେଆଇନ୍‌ ଭାବେ ଜବରଦଖଲ କରି ପୋଖରୀ ଖୋଳି ମାଟି ବିକ୍ରି କରିଥିଲା। ଏପରି ଅଭିଯୋଗକୁ ନେଇ ଗୋପ ତହସିଲ ଅଫିସ ପକ୍ଷରୁ ମଧ୍ୟ ବେଆଇନ୍‌ ମାଟି ବିକ୍ରିକୁ ରାଜସ୍ବ ଆଦାୟ ହୋଇଥିଲା। କିନ୍ତୁ କିଛି ଦିନର ବ୍ୟବଧାନ ପରେ ଏବେ ଏହି କମ୍ପାନୀ ବେଆଇନ ଭାବେ ପୋଖରୀ ଖୋଳିବା ସହିତ କାଦୁଅ ନଦୀ ପୋତି ଦେବା ଅଭିଯୋଗ କରି ମହଲପଡ଼ାର ଚିତେରା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରିବା ସହିତ ଏହାକୁ ବିରୋଧ କରିଥିଲେ। ଏପରି ଅଭିଯୋଗକୁ ସରପଞ୍ଚ ନାୟକ ଗୋପ ତହସିଲ ଅଫିସରେ ଏପରି ସରକାରୀ ଜମି ଜବରଦଖଲ ସହିତ ଅନ୍ୟାନ୍ୟ ଅଭିଯୋଗକୁ ନେଇ ଅଭିଯୋଗ କରିବା ସହ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଭାଗକୁ ଜଣାଇଥିଲେ। ହେଲେ ଏପରି ଅଭିଯୋଗ ପରେ ମଧ୍ୟ ଏହି କମ୍ପାନୀ ପକ୍ଷରୁ ଡ୍ରୋଜର ଲଗାଯାଇ ଏବେ ପୋଖରୀ ଖୋଳା ମାଟିକୁ ନିକଟସ୍ଥ କାଦୁଆ ନଦୀକୁ ପୋତି ଦିଆଯାଉଛି। ଫଳରେ ବର୍ଷା ଦିନରେ ଏହି ନଦୀରେ ବର୍ଷା ପାଣି ନିଷ୍କାସନ ହୋଇ ପାରିବ ନାହିଁ। ଏପରି ଅଭିଯୋଗ ସମ୍ପର୍କରେ ଗୋପ ତହସିଲଦାର ଏସ୍‌.କେ ସାର୍ଗିଙ୍କୁ ପଚାରିବାରେ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri