Posted inଜାତୀୟ

କେଁ ପୂରାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ, ୨୨ା୯: କଂଗ୍ରେସର ପୁରୁଖା ନେତାମାନେ ଗାନ୍ଧୀ ପରିବାର ପ୍ରେମରେ ଅନ୍ଧ ନ ହେଲେ ଦୀପାବଳି ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ। କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ନେଇ ଭାଜପା ଅନେକ ସମୟରେ ଟାର୍ଗେଟ କରୁଥିବାବେଳେ ଦୀର୍ଘ ୨ ଦଶନ୍ଧି ପରେ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଗାନ୍ଧୀ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆଗ୍ରହୀ ନ ଥିବା ନେଇ ହାଇକମାଣ୍ଡଙ୍କ କ୍ଲିୟରାନ୍ସ କେତେଜଣ ବରିଷ୍ଠ ନେତାଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା ଯୋଡ଼ିଛି। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରମ ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୁଖିଆ ପଦ ପାଇଁ ଦୌଡ଼ରେ ସର୍ବାଗ୍ରେ ରହିଥିବାବେଳେ କେରଳର ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶି ଥରୁର ଏଥିରେ ସାମିଲ ହୋଇଛନ୍ତି। ତେବେ ଗେହଲଟ୍‌ଙ୍କ ପାଇଁ ଥରୁର ଅଡ଼ୁଆ ନୁହନ୍ତି। ଅଡ଼ୁଆ ହେଉଛି ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ସୂତ୍ର। ଏହି ପ୍ରସଙ୍ଗ ବୁଧବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଉଠାଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ତତ୍‌କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରିଥିଲା ପଦ ଛାଡ଼ିବା ପାଇଁ। ତୋଷାମଦକାରୀ ନେତାଙ୍କ ଗୋଡ଼ାଣିଆ ବୁଦ୍ଧି ଯୋଗୁ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁନର୍ବାର ଦଳର ମଙ୍ଗ ଧରିଥିଲେ। କଂଗ୍ରେସର ସାଙ୍ଗଠନିକ ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାରୁ ଜି-୨୩ ଗୋଷ୍ଠୀର ଅସନ୍ତୁଷ୍ଟ ନେତାମାନେ ନେତୃତ୍ୱ ପରିବର୍ତ୍ତନ ଦାବି କରିଥିଲେ। କୋଭିଡ୍‌ ମହାମାରୀକୁ ଆଳ କରି ହାଇକମାଣ୍ଡ ନିର୍ବାଚନ ଘୁଞ୍ଚାଇ ଚାଲିଥିଲେ। ସେହିଗୋଷ୍ଠୀର ପ୍ରମୁଖ ଚେହେରା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ଦଳ ଛାଡ଼ିବା ପରେ ହାଇକମାଣ୍ଡଙ୍କ ମୁଣ୍ଡରେ ଚିନ୍ତା ପଶିଲା। ଆସନ୍ତା ଅକ୍ଟୋବର ୧୭ରେ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯିବ ଓ ଫଳାଫଳ ୧୯ରେ ଘୋଷଣା କରାଯିବ ବୋଲି ସ୍ଥିର କରାଯାଇଛି। ଏହି ନିର୍ବାଚନ ଲାଗି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ନାମାଙ୍କନ ଆରମ୍ଭକୁ ୩ ଦିନ ବାକି ଥିବାବେଳେ ଗେହଲଟ୍‌ ନିଜ ପ୍ରତିଦ୍ୱନ୍ଦ୍ୱିତା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଥରୁର ମଧ୍ୟ ଦଳର ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟି ନାମାଙ୍କନ ସମ୍ପର୍କିତ ଔପଚାରିକତା ପଚାରି ବୁଝିଛନ୍ତି। ଗେହଲଟ୍‌ ଏତେବର୍ଷ ଧରି କଂଗ୍ରେସରେ ରହିବା ପରେ ମଙ୍ଗ ଧରିବାକୁ ଚାହିଁବା ସ୍ବାଭାବିକ। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୁହାଗଲେ ସେ ଏହି ଦୌଡ଼ରୁ ଓହରି ପାରନ୍ତି।

ଏବେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ପଦ ଭିତରୁ ଗୋଟିଏକୁ ବାଛିବାକୁ ପଡ଼ିବ। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ ସିଂ ଏ କଥା ଉଠାଇଛନ୍ତି। ଦିଗ୍‌ବିଜୟଙ୍କ ମତରେ ଗେହଲଟ୍‌ ଗାନ୍ଧୀ ପରିବାରର ପ୍ରିୟଭାଜନ ହୋଇ ଦୌଡ଼ରେ ଆଗୁଆ ଥିବା ସତ। କିନ୍ତୁ ସେ ଅଧ୍ୟକ୍ଷ ଦାୟିତ୍ୱ ନେବା ପୂର୍ବରୁ ତାଙ୍କ ରାଇଭାଲ୍‌ ସଚିନ ପାଇଲଟ୍‌ଙ୍କୁ ବର୍ତ୍ତମାନର ଚୌକି ଛାଡ଼ିବାକୁ ପଡ଼ିବ। ଉଦୟପୁର ସିଡବ୍ଲ୍ୟୁସି ବୈଠକରେ ଏହା ଉପରେ ସହମତି ପ୍ରକାଶ ପାଇଛି। ମୁଁ ମଧ୍ୟ ଦୌଡ଼ ବାହାରେ ନାହିଁ। ମତେ କାହିଁକି ହିସାବକୁ ନିଆଯାଉନାହିଁ ବୋଲି ଡିଗି ରାଜା କହିଛନ୍ତି। ଏ ନେଇ ଗେହଲଟ୍‌ କହିଛନ୍ତି, ସେ ଗୋଟିଏ, ଦୁଇଟି, ତିନୋଟି ପଦରେ ରହିଲେ କିମ୍ବା ଆଦୌ କୌଣସି ପଦ ଅଳଙ୍କୃତ ନ କଲେ କିଛି ଫରକ୍‌ ପଡ଼େନାହିଁ। ଫାସୀବାଦୀଙ୍କ ବିରୋଧରେ ଜନଆନ୍ଦୋଳନ ପାଇଁ ରାହୁଲଙ୍କ ସହ ପଦଯାତ୍ରା କରି ଲୋକଙ୍କୁ ଏକଜୁଟ କରିବା ତାଙ୍କର ପ୍ରାଥମିକତା। ସେ କେତୋଟି ପଦରେ ରହିବେ ତାହା ସମୟ କହିବ।
ସୋନିଆଙ୍କ ରାଜନୈତିକ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ପରେ ଗେହଲଟ୍‌ ଅଧ୍ୟକ୍ଷାଙ୍କ ସର୍ବାଧିକ ଘନିଷ୍ଠ ହୋଇଥିବାରୁ ତାଙ୍କ ପ୍ରାର୍ଥତ୍ତ୍ୱକୁ ରାହୁଲଙ୍କ ଡମି ହିସାବରେ ଅନେକେ ବିଚାର କରୁଛନ୍ତି। ତେଣୁ ରାହୁଲ ଯଦି ପ୍ରକୃତରେ ପ୍ରତିଦ୍ୱନ୍ଦ୍ୱିତା ନ କରନ୍ତି, ସର୍ବପୁରାତନ ଦଳର ସର୍ବୋଚ୍ଚ ଆସନ ସକାଶେ ଲଢ଼େଇ ରୋଚକ ହେବା ନିଶ୍ଚିତ। ଏଆଇସିସି ମୁଖ୍ୟାଳୟରେ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟିବା ପରେ ଥରୁର କହିଛନ୍ତି, ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବା କଥା। ପ୍ରକାଶ ଯେ, ୨୦୧୭ରେ ଶେଷଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା, ଯହିଁରେ ରାହୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ପ୍ରକୃତ ନିର୍ବାଚନ ୨୦୦୧ରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ସୋନିଆ ଗାନ୍ଧୀ ଜିତେନ୍ଦ୍ର ପ୍ରସାଦଙ୍କୁ ୯୭% ଭୋଟ ବ୍ୟବଧାନରେ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri