Categories: ଜାତୀୟ

ଉତ୍ତରପ୍ରଦେଶ: ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତରେ ସାମିଲ ଥିବା ୟୁପି ପୋଲିସର ଡିଆଇଜି ଚନ୍ଦ୍ର ପ୍ରକାଶଙ୍କ ସ୍ତ୍ରୀ ଶନିବାର ଆତ୍ମହତ୍ୟା କରିଛନ୍ତି। ଖବରପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମିଳିଥିବା ସୂଚନା ମୁତାବକ, ଡିଆଇଜି ଚନ୍ଦ୍ର ପ୍ରକାଶ ଲକ୍ଷ୍ନୌ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ ରୁହନ୍ତି। ଶନିବାର ସକାଳେ ତାଙ୍କ ସ୍ତ୍ରୀ ପୁଷ୍ପା ପ୍ରକାଶ ବେକରେ ରଶି ଆତ୍ମହତ୍ୟା କରିଥିଲେ। ପରେ ତାଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Share