Categories: ଜାତୀୟ

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୩।୪: ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ପଡୋଶୀ ୨୪ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି।

Share