ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ

ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି ସେ କରୋନା ଯୁଦ୍ଧରେ ନିଜକୁ ସାମିଲ କରିପାରିଛନ୍ତି। ସିନ୍ଦୁରୀ ତାଙ୍କ ଗୋଟିଏ ହାତ ସହାୟତାରେ ଏବେ ମାସ୍କ ତିଆରି କରି ଛାତ୍ରୀଛାତ୍ରଙ୍କୁ ବାଣ୍ଟି ଥିବା ଜଣାପଡିଛି। କରୋନା ମାହାମାରୀ ଦେଶରେ ବେଳକୁ ବେଳ ଭୟଙ୍କର ରୂପ ନେଉଥିବା ବେଳେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ମୁହାଁ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ସାଧାରଣ ଜନତା ଏକ ପ୍ରକାର ଚିନ୍ତାରେ ପଡି ଯାଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେପର୍ଯ୍ୟନ୍ତ କରୋନାର ପ୍ରଭାବ କମ୍‌ ହୋଇ ନାହିଁ ସେ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବା ଜରୁରୀ। ଏପରିସ୍ଥଳେ ସିନ୍ଦୁରୀଙ୍କ ମାସ୍କ ବଣ୍ଟନ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ। ସୂଚନାଯୋଗ୍ୟ, ଗୁରୁବାର ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ପରୀକ୍ଷା ପାଇଁ ଆସିଥିବା ଛାତ୍ରୀଛାତ୍ରଙ୍କୁ ସେ ଏହି ମାସ୍କ ବଣ୍ଟନ କରିଥିଲେ।

Share