ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି ଓ ଭୋଜିଭାତ ଦିଅନ୍ତି। ଏଭଳି ଏକ ଭିନ୍ନ ପରମ୍ପରା ଚଳିଆସୁଛି ଆଦିବାସୀ ଭୁଞ୍ଜିଆ ସମ୍ପ୍ରଦାୟରେ।
ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ। ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ ଭିତରେ ୫୩ଟି ଗାଁ ଅଛି। ଏହି ଗାଁସବୁ ସମୁନ୍ଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ। ଗାଁରେ ବିଭିନ୍ନ ଜାତିର ଲୋକ ବସବାସ କରୁଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ଚକୋଟିଆ ଭୁଞ୍ଜିଆ ଜାତିର ଲୋକ ଅଧିକ। ତାଙ୍କର ଏକ ନିଆରା ପରମ୍ପରା ରହିଛି। ସେମାନଙ୍କ ଲାଲ୍‌ ବଙ୍ଗଳାକୁ ଛୁଇବା ସମ୍ପୂର୍ଣ୍ଣ ମନା। କେହି ଯଦି ଭୁଲରେ ମଧ୍ୟ ଛୁଇଁ ଦିଅନ୍ତି, ତେବେ ତାହା ଅପବିତ୍ର ହୋଇଗଲା ବୋଲି ମନେ କରି ଲାଲ୍‌ ବଙ୍ଗଳାକୁ ସେମାନେ ନିଆଁରେ ଜାଳି ଦେଇଥାନ୍ତି। ଏହି ପରମ୍ପରା ଆଦିମ କାଳରୁ ଚଳିଆସୁଛି।
ଲାଲ୍‌ ବଙ୍ଗଳା(ରୋଷେଇ ଘର) ହେଉଛି ଚକୋଟିଆ ଭୁଞ୍ଜିଆଙ୍କ ପବିତ୍ର ସ୍ଥାନ। ଏହାକୁ ତିଆରି କରିବା ପାଇଁ ଇଟା, ପଥର, ସିମେଣ୍ଟ କିମ୍ବା ରଡ୍‌ର ଆବଶ୍ୟକତା ନାହିଁ । ମାଟି, କାଠ ଓ ଖର ଦ୍ୱାରା ଏହାକୁ ନିର୍ମାଣ କରି ମାଟି କନ୍ଥରେ ଲାଲ୍‌ ରଙ୍ଗ ଦିଆଯାଇଥାଏ। ଏନେଇ ଭୁଞ୍ଜିଆଙ୍କ ରୋଷେଇ ଘରକୁ ଲାଲ୍‌ ବଙ୍ଗଳା ବୋଲି କୁହାଯାଏ। ସେଠାରେ ତାଙ୍କର ଇଷ୍ଟ ଦେବଦେବୀ, ପିତୃ ପୁରୁଷ ପୂଜା ପାଇଥାନ୍ତି। ଏହି ବଙ୍ଗଳାକୁ ବାହାର ଲୋକ ଛୁଇଁବା ମନା। ଏପରିକି ବିବାହ କରି ଶାଶୁ ଘର ଯାଇଥିବା ଝିଅ ମଧ୍ୟ ଛୁଇଁବାକୁ ବାରଣ ରହିଛି। ଝିଅ ବାପଘରକୁ କୁଣିଆ ଆସିଲେ ତାକୁ ଘର ବାହାରେ ରୋଷେଇ କରି ଖାଇବାକୁ ପଡେ। ଯେତେଦିନ ସେ ବାପଘରେ ରହିବ ଅଲଗା ରୋଷେଇ କରି ଖାଇବ। ଲାଲ୍‌ ବଙ୍ଗଳା ପାଖକୁୁ ଯାଇ ପାରିବ ନାହିଁ। ଭୁଲବଶତଃ କେହି ଲାଲ୍‌ ବଙ୍ଗଳାକୁ ଛୁଇଁ ଦେଲେ, ସେହି ଘର ଜାଳି ଦେବା ଭଳି କଠୋର ନିୟମ ରହିଛି। ଏବେ ମଧ୍ୟ ଭୁଞ୍ଜିଆଙ୍କ ଏହି ସଂସ୍କୃୃତି ଓ ପରମ୍ପରା ବଞ୍ଚି ରହିଛି


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri