ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ମମତାଙ୍କ ପାର୍ଟି

ବାଲେଶ୍ୱର,୧୩ା୭: ବାଲେଶ୍ୱର ଜିଲାର ଫକୀର ମୋହନ (ସ୍ୱୟଂଶାସିତ) କଲେଜରେ ଏକ ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବି.ଏଡ୍ ଛାତ୍ରୀ ଶନିବାର ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଚେଷ୍ଟା କରିଥିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଛାତ୍ରୀଙ୍କ ଶରୀରର ୯୫% ଜଳିଯାଇଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଜଣେ ଛାତ୍ରଙ୍କ ଶରୀରର ୭୦% ଜଳିଯାଇଛି। ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଏକ ୧୨ ଜଣିଆ ମେଡିକାଲ ଟିମ୍ ତାଙ୍କ ଚିକିତ୍ସା କରୁଛି।ଏହି ଘଟଣାରେ ଛାତ୍ରୀଙ୍କ ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ସମୀର କୁମାର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ସମୀର ଛାତ୍ରୀଙ୍କୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ ଏବଂ ଅସହଯୋଗ କଲେ ତାଙ୍କ ଭବିଷ୍ୟତ ନଷ୍ଟ କରିଦେବାକୁ ଧମକ ଦେଉଥିଲେ। ଛାତ୍ରୀ ଜୁନ୍ ୩୦ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ ଏବଂ ଏକ ସପ୍ତାହ ଧରି କଲେଜ ପରିସରରେ ବିକ୍ଷୋଭ କରିଥିଲେ, କିନ୍ତୁ କଲେଜ ପ୍ରଶାସନ ଓ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ତାଙ୍କ ସାଙ୍ଗମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଭାଜପା ସରକାରଙ୍କୁ ତୀବ୍ର ସମାଲୋଚନା କରି ଏକ୍ସ ହ୍ୟାଣ୍ଡେଲରେ ଲେଖିଛି, “ଭାଜପା ଶାସନରେ ଦିନ ବଦଳୁଛି, କିନ୍ତୁ ଅପରାଧରେ କୌଣସି ପରିବର୍ତ୍ତନ ନାହିଁ। ବାଲେଶ୍ୱରରେ ଜଣେ ଛାତ୍ରୀ ଯୌନ ନିର୍ଯାତନା ଯୋଗୁଁ ନିଜକୁ ନିଆଁ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିନ୍ଦା ନକରିବା ଦର୍ଶାଉଛି ‘ବେଟି ବଚାଓ, ବେଟି ପଢ଼ାଓ’ ଏକ ପ୍ରହସନ।”

ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏହି ଘଟଣାକୁ ‘ବର୍ବରୋଚିତ’ ବୋଲି ଅଭିହିତ କରି ଭାଜପା ସରକାରଙ୍କୁ ଦାୟୀ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, “ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କ ଗଣଦୁଷ୍କର୍ମ ପରେ ଏବେ ଏହି ଘଟଣା ଓଡ଼ିଶାକୁ ଆମେ ଚିହ୍ନୁନାହୁଁ।” ସେ କଲେଜ ଅଧ୍ୟକ୍ଷଙ୍କ ଗିରଫଦାରୀ ଦାବି କରିଛନ୍ତି ଏବଂ ବାଲେଶ୍ୱର ଏମପି ପ୍ରତାପ ଷଡ଼ଙ୍ଗୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କହିଛନ୍ତି, “ପ୍ରଶାସନ ଜାଣିଥିଲେ ଯେ ଛାତ୍ରୀ ବିପଦରେ ଥିଲେ, କିନ୍ତୁ କିଛି କଲେ ନାହିଁ।”

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦ” ବୋଲି କହି ସରକାର ଏହାକୁ ସମ୍ବେଦନଶୀଳ ଭାବେ ଦେଖୁଛନ୍ତି ବୋଲି ଜଣାଇଛନ୍ତି। ଅଭିଯୁକ୍ତ ଏଚ୍‌ଓଡି ସମୀର କୁମାର ସାହୁଙ୍କୁ ଗିରଫ କରାଯାଇଛି ଏବଂ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ ପାଇଁ ବାଲେଶ୍ୱର ପଠାଯାଇଛି ଏବଂ ସରକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ପୋଲିସ ଏକ ଫରେନସିକ ଟିମ୍ ସହ ଘଟଣାସ୍ଥଳର ତଦନ୍ତ କରୁଛି। ଏହି ଘଟଣା ଓଡ଼ିଶାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷା ପ୍ରଶ୍ନକୁ ପୁନର୍ବାର ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?