ଭିନ୍ନ ଭିନ୍ନ ଜନ୍ମତାରିଖ, ଚାକିରିରୁ ବିଦା ହେଲେ ଅଙ୍ଗନଓ୍ବାଡ଼ି ଦିଦି

ଉଦଳା,୪ା୯(ସନ୍ତୋଷ କୁମାର ବାଛିନି): ଜଣେ ମହିଳାଙ୍କର ଗୋଟିଏ କି ଦୁଇଟି ନୁହେଁ, ରହିଛି ଭିନ୍ନ ଭିନ୍ନ ଜନ୍ମ ତାରିଖ। ଯାହା ଆଜି ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଚାକିରିରୁ ବିଦା ହୋଇଛନ୍ତି ଜଣେ ଅଙ୍ଗନଓ୍ବାଡ଼ି ଦିଦି। ଜିଲା ସମାଜ କଲ୍ୟାଣ ବିଭାଗ ନେଇଛି କଡ଼ା ଆକ୍ସନ।

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଦେବାନବାହାଳୀ-୨ ଅଙ୍ଗନଓ୍ବାଡ଼ିର ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେ ହେଲେ ସୁମି ସିଂ ଶମ୍ବୁରାଇ। ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ଅଙ୍ଗନଓ୍ବାଡ଼ି କର୍ମୀ ପଦବୀ ହାତେଇଥିଲେ। ୨୦୨୨ରୁ ଦେବାନବାହାଳୀ -୨ ଅଙ୍ଗନଓ୍ବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇଥିବା ସୁମି ସିଂ ଶମ୍ବୁରାଇଙ୍କ ଜନ୍ମତାରିଖକୁ ନେଇ ଅଭିଯୋଗ ହୋଇଥିଲା। ଯାହାର ଖୋଳତାଡ଼ ପରେ ସୁମିଙ୍କ୍‌ର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଜନ୍ମ ତାରିଖ ରହିଥିବା ଜଣାପଡ଼ିଥିଲା। ସୁମିଙ୍କ ଅଙ୍ଗନଓ୍ବାଡ଼ିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବାବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି। ଯାହାକି ଏ ସବୁ ଦସ୍ତାବିଜ ଯାଞ୍ଚ କରିବା ପରେ ଚାକିରିରୁ ବିଦା କରିଛି ଜିଲା ପ୍ରଶାସନ। ତୁରନ୍ତ ଚାକିରିରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜିଲା ସମାଜ କଲ୍ୟାଣ ଅଧିକାରୀ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri