ବୌଦ୍ଧ କାହାଣୀରେ ଭିନ୍ନତା

ଭାରତରେ ଗୋଟିଏ ରାମାୟଣ ଗ୍ରନ୍ଥ ନାହିଁ, ଅତିକମ୍‌ରେ ୩୦୦ଟି ଥିବା ଆମେ ଶୁଣିଛେ। ସେହିଭଳି ପୁରାତନ ବୌଦ୍ଧ ଗ୍ରନ୍ଥ ଅନୁଯାୟୀ, କେବଳ ଜଣେ ନୁହେଁ ଅନେକ ଡଜନ କିମ୍ବା ଅନେକ ହଜାର ଏପରିକି ଅନେକ ଲକ୍ଷ ବୁଦ୍ଧ ଅଛନ୍ତି ବୋଲି ଆମକୁ କେହି କହନ୍ତି ନାହିଁ। ଏମିତିକି ବୁଦ୍ଧଙ୍କ କାହାଣୀକୁ ନେଇ ଶହ ଶହ ପୁସ୍ତକ ରହିଛି। ସେଗୁଡ଼ିକ ପାଲି, ସଂସ୍କୃତ, ଚାଇନିଜ୍‌ ଓ ଜାପାନିଜ୍‌ ଭାଷାରେ ରଚିତ। କେହି ମଧ୍ୟ ଦର୍ଶାନ୍ତି ନାହିଁ ଯେ, ଆମେ ଯେଉଁ ଊନବିଂଶ ଶତାବ୍ଦୀର ଐତିହାସିକ ବୁଦ୍ଧଙ୍କୁ ଜାଣିଛେ, ତାଙ୍କୁ ୟୁରୋପୀୟମାନେ ହିଁ ପ୍ରଥମେ ଆମ ସାମ୍ନାକୁ ଆଣିଥିଲେ। ଇଂରେଜମାନେ ଆସିବାବେଳକୁ ଭାରତ ପ୍ରାୟତଃ ବୁଦ୍ଧଙ୍କୁ ଭୁଲି ଯାଇଥିଲା। ଏଣୁ ଇଂରେଜମାନେ ତାଙ୍କୁ ପୁନର୍ବାର ଆବିଷ୍କାର କରିଥିଲେ। ଶ୍ରୀଲଙ୍କାରୁ ପାଲି ଗ୍ରନ୍ଥ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରୁ ବୌଦ୍ଧ ସ୍ଥଳୀଗୁଡ଼ିକର ଆବିଷ୍କାର ଥିଲା ଏସିଆଟିକ୍‌ ସୋସାଇଟି ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବଡ଼ ବିଜୟ। ବୁଦ୍ଧଙ୍କୁ ଜାଣିଶୁଣି ଭାରତୀୟଙ୍କ ମାନସପଟରୁ ଦୂରେଇ ଦିଆଯାଇଥିଲା ଏବଂ ଏହା ପଛରେ ବ୍ରାହ୍ମଣୀୟ ଷଡ଼ଯନ୍ତ୍ର ରହିଥିଲା ବୋଲି ଇଂରେଜ ଗବେଷକମାନେ ହୃଦୟଙ୍ଗମ କରିଥିଲେ। ସେମାନେ ଅଜ୍ଞାନ ହିନ୍ଦୁ ବୁଦ୍ଧିଜୀବୀଙ୍କୁ ରକ୍ଷା କରିବା ଲାଗି ବୁଦ୍ଧଙ୍କୁ ବ୍ୟବହାର କରିଥିଲେ ଏବଂ ତାହା କାମ ଦେଇଥିଲା। ବୌଦ୍ଧଧର୍ମ ସମ୍ବନ୍ଧିତ ସଂଗ୍ରହ ହୋଇଥିବା ବିଶାଳ ଗ୍ରନ୍ଥସମୂହରେ ଗୌତମ ବୁଦ୍ଧ ତାଙ୍କ ଜୀବନକାଳରେ ଶ୍ରୀଲଙ୍କା, ମ୍ୟାନ୍‌ମାର ଓ ଥାଇଲାଣ୍ଡ ଯାତ୍ରା କରିଥିବା କାହାଣୀ ଦେଖିବାକୁ ମିଳେ। କାମନାର ରାକ୍ଷସ ମାରା ସହ ସେ ଯୁଦ୍ଧ କରିଥିବାର କାଳ୍ପନିକ କାହାଣୀ ରହିଛି ଏବଂ ଏକ ବାସ୍ତବ କାହାଣୀ ଅଛି, ଯେଉଁଥିରେ ସେ ଛତୁ ଖାଇବା ପରେ ଡିସେଣ୍ଟ୍ରି ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଛି। ୟୁରୋପୀୟ ଐତିହାସିକମାନେ ଏହି କାହାଣୀଗୁଡ଼ିକ ମଧ୍ୟରୁ କେଉଁଟି ସତ, ତାହା ସ୍ଥିର କରିବା ପାଇଁ ନିଜ ଆଡୁ ଅନୁଧ୍ୟାନ କରିଥିଲେ। ଏଣୁ ଜଣେ ଐତିହାସିକ ବୁଦ୍ଧ କାଳ୍ପନିକ ଥିଲେ ବୋଲି କହିଛନ୍ତି।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜାପାନ ଗବେଷକମାନେ ବୁଦ୍ଧଙ୍କ ଜନ୍ମ ମୃତ୍ୟୁ ସମ୍ପର୍କିତ ୪୦ରୁ ଊର୍ଦ୍ଧ୍ୱ ସିଦ୍ଧାନ୍ତର ତାଲିକା ପ୍ରସ୍ତୁତ କରିଥିଲେ। ପାରମ୍ପରିକ ତୀର୍ଥପଥକୁ ଆଧାର କରି ତାଙ୍କ ଜନ୍ମ ଓ ମୃତ୍ୟୁ ସ୍ଥିର କରାଯାଇଥିଲା, କୌଣସି ପ୍ରାମାଣିକ ତଥ୍ୟକୁ ଭିତ୍ତିକରି ଏହା କରାଯାଇ ନ ଥିଲା। ଭାଷା ବିଶେଷଜ୍ଞମାନେ ଦାବି କରନ୍ତି ଯେ, ସବୁଠୁ ପୁରୁଣା, ଅଧିକ ରକ୍ଷଣଶୀଳ ଓ ଐତିହାସିକ ପାଲି ଗ୍ରନ୍ଥ ପରେ ସଂସ୍କୃତ ଗ୍ରନ୍ଥଗୁଡ଼ିକ କାହାଣୀକୁ ଏପାଖସେପାଖ କରାଯାଇଥିଲା। କିନ୍ତୁ ଏହା ପଛରେ କୌଣସି ପ୍ରମାଣ ନାହିଁ। ନିକଟରେ ଖ୍ରୀଷ୍ଟପୂର୍ବ ୧୦୦ର ବୌଦ୍ଧ ଧର୍ମର ସବୁଠୁ ପୁରୁଣା ପାଣ୍ଡୁଲିପିଗୁଡ଼ିକ ଗାନ୍ଧାରରେ ଆବିଷ୍କାର ହୋଇଥିଲା, ଯେଉଁଥିରୁ ଅନେକ ସଂସ୍କୃତରେ ଲେଖାଯାଇଛି। ସେଥିରେ ଅନେକ ବୁଦ୍ଧଙ୍କ କଥା ବର୍ଣ୍ଣନା କରାଯାଇଛି। ସେହି ସମୟର ଜୈନ ପୁରାଣ ଏପରିକି ବାଲ୍ମୀକି ରାମାୟଣରେ ଏହା ମଧ୍ୟ ଦୋହରାଯାଇଛି। ସେଗୁଡ଼ିକ ମଧ୍ୟ ବିଶେଷ ଭାବେ ବୁଦ୍ଧଙ୍କର ୪ଟି ନୀତିବାଣୀ ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି। କେହି ଜାଣନ୍ତି ନାହିଁ ବୁଦ୍ଧ କେଉଁ ଭାଷାରେ କଥା ହେଉଥିଲେ। ଖ୍ରୀଷ୍ଟାବ୍ଦ ୫୦୦ ପାଖାପାଖି ଶ୍ରୀଲଙ୍କାର ବୌଦ୍ଧ ସନ୍ନ୍ୟାସୀମାନେ ମହାଯାନ ବିଚାରଠାରୁ ନିଜକୁ ଭିନ୍ନ ଭାବେ ଦର୍ଶାଇବା ପାଇଁ ପାଲି ଭାଷା ବ୍ୟବହାର କରୁଥିଲେ।
ବୁଦ୍ଧଙ୍କ ପୁରାତନ ଜୀବନୀ କାହାଣୀଗୁଡ଼ିକ (ବୁଦ୍ଧ ଚରିତ, ଲଳିତ ବିସ୍ତାର ସୂତ୍ର, ମହାବାସ୍ତୁ) ଖ୍ରୀଷ୍ଟାବ୍ଦ ୨୦୦ ସୁଦ୍ଧା ରଚନା କରାଯାଇଥିଲା। ଏହି ସମୟରେ ବୁଦ୍ଧଙ୍କ ବିଚାର, ତାଙ୍କ ଜନ୍ମ, ନିର୍ବାଣ ଏବଂ ମୃତ୍ୟୁର ଛବିଗୁଡ଼ିକ ସାଞ୍ଚି, ଭାରହୁତ, ମଥୁରା ଓ ଗାନ୍ଧାରରେ ଥିବା ସ୍ତୂପ ଚାରିପାଖ ରେଲିଂରେ ପ୍ରଥମେ ଦେଖିବାକୁ ମିଳିଥିଲା। ତାଙ୍କୁ ମାନବ ରୂପରେ ଦର୍ଶାଇବା ଆରମ୍ଭ ହୋଇଥିଲା। କୌଣସି ପୁରାତନ ଜୀବନୀ କାହାଣୀରେ ତାଙ୍କର ମୃତ୍ୟୁ କିମ୍ବା ଅନ୍ତିମ ନିର୍ବାଣକୁ ସୂଚିତ କରାଯାଇନାହିଁ। ୫୦୦ ଶତାବ୍ଦୀର ମହାପରିନିର୍ବାଣ ସୂତ୍ର ଗ୍ରନ୍ଥରେ ଏ ସମ୍ପର୍କରେ ବର୍ଣ୍ଣନା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଜୀବନୀ କାହାଣୀଗୁଡ଼ିକରେ ବୁଦ୍ଧଙ୍କ ସ୍ତ୍ରୀଙ୍କ ନାମ ନାହିଁ, କେବଳ ରାହୁଲଙ୍କ ମା’ ବୋଲି ଦର୍ଶାଯାଇଛି। ଅନେକ କାହାଣୀ ଅଛି, ଯେଉଁଥିରେ ଶାକ୍ୟ ବଂଶର ରାଜକୁମାର (ସିଦ୍ଧାର୍ଥ ଗୌତମ)ଙ୍କର ଦୁଇଟି ଓ କେତେକରେ ତିନୋଟି ସ୍ତ୍ରୀ ଥିବା ଉଲ୍ଲେଖ କରାଯାଇଛି। ଯଶୋଧାରା ଏକ ପ୍ରତିଯୋଗିତାରେ ଜିତିଥିଲେ; ମ୍ରିଗଜା ରାଜକୁମାରଙ୍କ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଗୋପା ତାଙ୍କ ପ୍ରେମରେ ପଡ଼ିଥିଲେ। ଯଶୋଧାରାଙ୍କ ଶୁଦ୍ଧ ପ୍ରେମ ଥିବାବେଳେ ଗୋପାଙ୍କର ପ୍ରେମ ଥିଲା ଦୈହିକ। ସମ୍ଭବତଃ ଏଥିରୁ ବୁଝାପଡ଼ୁଛି, ତାନ୍ତ୍ରିକ ବୌଦ୍ଧଗ୍ରନ୍ଥସବୁ କୃଷ୍ଣ ପୁରାଣ ଦ୍ୱାରା ପ୍ରଭାବିତ ହୋଇଥିଲେ। ପାଲି ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ଅଛି, ବୁଦ୍ଧଙ୍କ ଦେହାନ୍ତ ଦିନ ତାଙ୍କ ପୁତ୍ର ରାହୁଲ ଜନ୍ମ ହୋଇଥିଲେ। କିନ୍ତୁ ସଂସ୍କୃତ ଗ୍ରନ୍ଥରେ ଦର୍ଶାଯାଇଛି ସେହି ଦିନ ରାତିରେ ସେ ମାତୃଗର୍ଭରେ ରହିଥିଲେ। ଏହା ବ୍ୟତୀତ ଅନେକ କାହାଣୀ ରହିଛି, ଯେଉଁଥିରେ ବୁଦ୍ଧଙ୍କ ନିର୍ବାଣପ୍ରାପ୍ତି ଦିନ ଯଶୋଧାରା ରାହୁଲଙ୍କୁ ଜନ୍ମ ଦେଇଥିଲେ ବୋଲି କୁହାଯାଇଛି। ତାଙ୍କ ବିରୋଧରେ ଅସତୀର ଅଭିଯୋଗ ଆସିବାରୁ ସୀତାଙ୍କ ଭଳି ତାଙ୍କୁ ସତୀତ୍ୱର ପରୀକ୍ଷା ଦେବାକୁ ପଡ଼ିଥିଲା।
ଊନବିଂଶ ଶତାବ୍ଦୀରେ ୟୁରୋପୀୟ ଭାଷାବିତ୍‌ମାନେ ବୁଦ୍ଧଙ୍କୁ ଖ୍ରୀଷ୍ଟିଆନ୍‌ ଜଗତ ବାହାରେ ଏବଂ ହିନ୍ଦୁ ମୂର୍ତ୍ତିପୂଜା ବାହାରେ ଜଣେ ଆର୍ଯ୍ୟ ସନ୍ନ୍ୟାସୀ ଭାବେ ଦେଖିଥିଲେ। ସେମାନେ ବୌଦ୍ଧଧର୍ମକୁ ଏକ ପ୍ରୋଟେଷ୍ଟାଣ୍ଟ ଆନ୍ଦେଳନ ଭାବେ ଦର୍ଶାଇଥିଲେ ଏବଂ ବୈଦିକ କର୍ମକାଣ୍ଡ ଏହାକୁ ଅସ୍ବୀକାର କରେ ବୋଲି ସୂଚିତ କରିଥିଲେ। ସେମାନେ ୟୁରୋପର ଖ୍ରୀଷ୍ଟିଆନ୍‌ ଇତିହାସ ଢାଞ୍ଚାରେ ଭାରତର ଇତିହାସକୁ ଗଢ଼ିଥିଲେ। ସେମାନେ ହିନ୍ଦୁଙ୍କ ପୌରାଣିକ ରାମ ଓ କୃଷ୍ଣଙ୍କୁ ଲକ୍ଷ୍ୟ କରି ଐତିହାସିକ ବୁଦ୍ଧଙ୍କୁ ପ୍ରତିପାଦିତ କରିଥିଲେ। ଏଯାବତ୍‌ ଅନେକ ବିଦ୍ୱାନ୍‌ ଏବଂ ଆକ୍ଟିଭିଷ୍ଟ ୟୁରୋପୀୟଙ୍କ ଆବିଷ୍କାରକୁ ସତ୍ୟ ବୋଲି ଧରି ନେଇଥିବାରୁ ସେହି କ୍ଷତ ଏବେ ଆହୁରି ସଂକ୍ରମିତ ହୋଇଛି। କେହି କେବେ ଚାହେଁ ନାହିଁ, ସେମାନଙ୍କ ଧର୍ମୀୟ ନେତା କେବଳ ଏକ ପୁରାଣ କଥା, ବିଶ୍ୱାସ ଓ ବିଶ୍ୱସ୍ତତାର ସୃଷ୍ଟି ହୋଇ ରହିଯାଆନ୍ତୁ; କିନ୍ତୁ ଏହା ପ୍ରାୟତଃ ସବୁବେଳେ ହେଉଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri