ଜୀବନୀୟ ତତ୍ତ୍ୱବିହୀନ ଖାଦ୍ୟ ଓ ସ୍ବାସ୍ଥ୍ୟ ସମସ୍ୟା

କୃତି ତାହାର ସନ୍ତାନମାନଙ୍କ ପାଇଁ ଋତୁ ଅନୁଯାୟୀ ଆହାର ସାଇତି ରଖିଛି। ଏଥିରେ ଜୀବନତତ୍ତ୍ୱ ଭରପୂର ହୋଇ ରହିଛି। ତା’ସହ ଏଥିରେ ଆବଶ୍ୟକ ଅନୁପାତରେ ଶ୍ୱେତସାର, ସ୍ନେହସାର, ପ୍ରୋଟିନ, ଭିଟାମିନ୍‌ ଏବଂ ଖଣିଜ ଲବଣ ବା ମିନେରାଲସ। ଏଥିରେ ଜୀବନତତ୍ତ୍ୱ ଥିବାରୁ ମାଟିରେ ପଡ଼ିଲେ ପୁଣି ବୀଜରୁ ଅଙ୍କୁରୋଦଗମ ହୋଇଥାଏ। ମାତ୍ର ପ୍ୟାକେଟ୍‌, ଡବା, ବୋତଲରେ ପ୍ୟାକିଂ ହୋଇ ରହିଥିବା ପ୍ରୋସେସିଙ୍ଗ ଖାଦ୍ୟରେ ଏହି ଜୀବନତତ୍ତ୍ୱ ବହୁ ପୂର୍ବରୁ ଏବଂ ବହୁ ମାତ୍ରାରେ ନଷ୍ଟ ହୋଇଯାଇଥାଏ। କେବଳ ଏଗୁଡିକୁ ସତେଜ ରଖିବା ଲାଗି ସୁଗନ୍ଧିତ ମସଲା, କେମିକାଲ ଦେଇ ସୁରକ୍ଷିତ ରଖାଯାଇଥାଏ। ତେଣୁ ସେଗୁଡିକ ଶରୀର ପକ୍ଷେ କ୍ଷତିକାରକ। ଏପରି କି ବାସି ଏବଂ ଫ୍ରିଜ୍‌ରେ ଅଧିକ ଦିନ ଥିବା ଖାଦ୍ୟ ମଧ୍ୟ ଖାଇବା ଅନୁଚିତ।
ଚାଉଳ ଚୋକଡମିଶ୍ରିତ ଅଟେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ। କାରଣ ଏଥିରେ ଶ୍ୱେତସାର ପରିମାଣ ବେଶି ଥାଏ। କେବଳ ସେତିକି ନୁହେଁ, ଖାଦ୍ୟକୁ ହଜମ କରିବା ପାଇଁ ଏଭଳି ଚାଉଳ ଉପରେ ଏକ ଆବରଣ ରହିଛି। ମାତ୍ର ଆମେ ତାହାକୁ ବାହାର କରିଦେବା ଦ୍ୱାରା ଖାଦ୍ୟର ଗୁଣବତ୍ତା ନଷ୍ଟ ହୁଏ। ଏହାସହ ରୋଗର କାରଣ ମଧ୍ୟ ସାଜିଥାଏ। ତେଣୁ ମଇଦା, ଧଳା ଚାଉଳ ଓ ପ୍ରୋସେସିଙ୍ଗ ଖାଦ୍ୟ ଶରୀରର ହିତ ପରିବର୍ତ୍ତେ କ୍ଷତି କରାଇଥାଏ। ଏହି ସଂରକ୍ଷିତ ଓ ପ୍ରୋସେସିଙ୍ଗ ଖାଦ୍ୟଗୁଡ଼ିକରେ କୌଣସି ଜୀବନତତ୍ତ୍ୱ ନ ଥାଏ। ଏହାକୁ ଖାଇଲେ ତାହା କ୍ଷୁଦ୍ରାନ୍ତ୍ରକୁ ଯାଇ ଏହାର ଭିତର କାନ୍ଥରେ ଲାଗି ରହିଯାଏ। ଏପରି କି ଖାଦ୍ୟଗୁଡିକର ଆସ୍ତରଣ ଧୀରେ ଧୀରେ ବୃଦ୍ଧି ପାଏ। ଫଳରେ କୃମି ଉତ୍ପନ୍ନ ହୁଏ। ସେଥିରୁ ବାହାରୁ ଥିବା ବିଷାକ୍ତ ପଦାର୍ଥଗୁଡିକ ଅନ୍ତନଳୀରୁ ଅବଶୋଷିତ ହୋଇ ରକ୍ତରେ ମିଶେ। ପରବର୍ତ୍ତୀ ସମୟରେ ତାହା ଗାଢ଼ ହୋଇ ରକ୍ତନଳୀର ଭିତର କାନ୍ଥ ଏବଂ ଅନ୍ୟାନ୍ୟ ଅବୟବରେ ପହଞ୍ଚେ। ସେଠାରେ ଏଗୁଡିକ ଜମାହୋଇ ରହିବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଭଳି ପ୍ରମୁଖ ସମସ୍ୟାଗୁଡିକ ମଧ୍ୟରେ ରହିଛି ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର), କୋଲେଷ୍ଟରଲରେ ବୃଦ୍ଧି, ଲିଭର ସମସ୍ୟା, ହୃଦ୍‌ଜନିତ ସମସ୍ୟା, କିଡ୍‌ନୀରେ ପଥୁରୀ ବା ଷ୍ଟୋନ୍‌, କିଡ୍‌ନୀ ଶୋଥ, ଗର୍ଭାଶୟରେ ପଲିପ ପଲିସିଷ୍ଟିକ ଓଭାରିଆନ୍‌ ସିଣ୍ଡ୍ରୋମ (PCOS), କୁଚ୍ଛ୍ରାର୍ଭବ ବାଧକ, ଅନ୍ତସ୍ରାବୀ ଗ୍ରନ୍ଥିଜନିତ ରୋଗ ଏପରି ଡାଇବେଟିସ ବା ମଧୁମେହ। ଏଗୁଡିକ ବହୁ ଦିନ ଧରି ଜମି ରହିଲେ ଗର୍ଭାଶୟରେ ପଲିପ, ଅର୍ବୁଦ ଏପରିକି କ୍ୟାନ୍‌ସରର କାରଣ ସାଜିପାରେ। ଏହି କାରଣରୁ ଝାଡ଼ା ପରିଷ୍କାର ନ ହେବା, ଅରୁଚି, ଅଜୀର୍ଣ୍ଣ, ବାନ୍ତି ଲଗିବା, ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା, ଉଣ୍ଡୁକ ପୁଚ୍ଛ ଶୋଥ, ଅନ୍ତନଳୀ ଶୋଥ ଇତ୍ୟାଦି ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି।
ଆମ ଶରୀର ଓଜନର ୭୦ ଭାଗ ହେଉଛି ଜଳ। ତେଣୁ ସୁସ୍ଥ ଶରୀର ପାଇଁ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିବା ନିହାତି ଦରକାର। ତେଣୁ ଏଭଳି ଆବଶ୍ୟକତା ପୂରଣ କରିବା ଲାଗି ବେଶି ଜଳୀୟ ଅଂଶ ଥିବା ଖାଦ୍ୟ ଖାଇବା ଦରକାର। କାରଣ ଏଭଳି ଖାଦ୍ୟ ଶରୀର ପାଇଁ ହିତକର ଅଟେ। ତେଣୁ ଦୈନନ୍ଦିନ ଖାଦ୍ୟ ତାଲିକାରେ କାକୁଡି, ଅଙ୍ଗୁର, ବେଦନା, ତରଭୁଜ, କମଳା, ଅମୃତଭଣ୍ଡା, ସେଓ ଇତ୍ୟାଦି ସାମିଲ କରନ୍ତୁ। ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ୍‌ ଆମ ଶରୀର ପାଇଁ ଆହୁରି ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଗୁଡିକ ହଜମ ହେବାକୁ ପ୍ରାୟ ଚାରି ଘଣ୍ଟା ସମୟ ନିଏ। ପନିପରିବା, ଶାଗ ଆଠ ଘଣ୍ଟା, ଗହମ, ଚାଉଳ ଇତ୍ୟାଦି ବାର ଘଣ୍ଟା ସମୟ ନେଇଥାଏ। ତେଣୁ ଏଗୁଡିକ ଖାଇବା ପରେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ହିଁ ଅନ୍ୟ ଖାଦ୍ୟ ଖାଇବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ରୋଗୀ ନିଜର ହଜମ ଶକ୍ତିକୁ ଦେଖି ହିଁ ଖାଦ୍ୟ ଖାଇବା ଆବଶ୍ୟକ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆମେ ମନେ ରଖିବା ନିହାତି ଦରକାର। କୌଣସି ଖାଦ୍ୟ ରୋଷେଇ ହେବାର ତିନି ଘଣ୍ଟା ପର୍ଯ୍ୟନ୍ତ ସେଥିରେ ଜୀବନତତ୍ତ୍ୱ ରହିଥାଏ। ତେଣୁ ଏହି ସମୟ ମଧ୍ୟରେ ଖାଇବା ଉଚିତ। ଏହି ସମୟ ଅତିକ୍ରାନ୍ତ ହେବା ସହ ଖାଦ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ଯଦି ଆପଣ ଖାଦ୍ୟକୁ ବାରମ୍ବାର ଗରମ କରି ଖାଆନ୍ତି ତା’ହେଲେ ସେଥିରେ ଭିଟାମିନ୍‌, ମିନେରାଲ୍‌ସ ଏବଂ ଫ୍ରିରେଡିକାଲ ତତ୍ତ୍ୱ ନଷ୍ଟ ହୋଇଯାଏ। ଏଭଳି ଖାଦ୍ୟ ଖାଇଲେ ତାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।
ଜଣେ ବ୍ୟକ୍ତି ଦୈନନ୍ଦିନ ଖାଦ୍ୟ ତାଲିକାରେ କଞ୍ଚା ବୁଟ, ମୁଗ, ଅଙ୍କୁରିତ ଶସ୍ୟ ଏବଂ ପ୍ରତି ଋତୁରେ ଉତ୍ପାଦିତ ହେଉଥିବା ଫଳ ଏବଂ ଶୁଷ୍କ ଶାଦ୍ୟ ରୂପେ କାଜୁ, ପେସ୍ତା, ବାଦାମ, ଅଖରୋଟ ଅଳ୍ପ ପରିମାଣରେ ସାମିଲ କରିବା ଦରକାର। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌, କ୍ୟାଲସିୟମ ଆବଶ୍ୟକ ମୁତାବକ ଥାଏ। ଏହା ଶରୀର ସତେଜତାକୁ ବଜାୟ ରଖିଥାଏ। ଖେଳ କସରତ କରୁଥିବା, ଜିମ୍‌ ଯାଉଥିବା ଏବଂ ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କର ପାଚନ କ୍ରିୟା ଅଧିକ ଥାଏ। ତେଣୁ ସେମାନେ ଏଭଳି ଖାଦ୍ୟ ଅଳ୍ପ ପରିମାଣରେ ନେଇପାରିବେ। ଅନ୍ୟମାନେ ନଡିଆ ରସ ମଧ୍ୟ ନେଇପାରିବେ। ବଜାରରେ ମିଳୁଥିବା ଚା’, କଫି, ମୃଦୁପାନୀୟ ବଦଳରେ ଜୁସ୍‌, କାଢ଼ା, ଲେମ୍ବୁ ପାଣି ପିଅନ୍ତୁ। ମାସରେ ଅନ୍ତତଃ ଦୁଇ ଥର ଉପବାସ କରିବା ଦ୍ୱାରା ହଜମ ଶକ୍ତି ଓ ଭୋକ ବୃଦ୍ଧି ହୋଇଥାଏ।
ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଆୟୁର୍ବେଦରେ ଶରୀରର ରୋଗ ଚିକିତ୍ସା ପ୍ରାରମ୍ଭରୁ ବଡି ଡିଟକ୍ସିଫେକେସନ କରାଯାଏ। ଏଥିରେ ଝାଡ଼ା କରାଇବା, ମାଲିସ, ବାମ୍ପ, ସେକ ଇତ୍ୟାଦି ପଞ୍ଚକର୍ମ ଚିକିତ୍ସା କରାଯାଇ ରୋଗୀକୁ ଶୋଧନ କରିବା ପରେ ଔଷଧ ପ୍ରୟୋଗ କରାଯାଏ। ତେଣୁ ଔଷଧ ଶୀଘ୍ର କାମ କରେ ଏବଂ ରୋଗକୁ ସମ୍ପୂର୍ଣ୍ଣ ଭଲ କରେ। ଜଣେ ସୁସ୍ଥ ବ୍ୟକ୍ତି ମଧ୍ୟ ମଝିରେ ମଝିରେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଇ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେବା ଉଚିତ। ଏହାଦ୍ୱାରା ଆଉ ରୋଗର ଭୟ ରହେ ନାହିଁ। ଫଳରେ ଜଣେ ବ୍ୟକ୍ତି ସୁସ୍ଥ, ନୀରୋଗ ଜୀବନ ଅତିବାହିତ କରିଥାଏ।
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ,ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri