ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର ଭୋର ସମୟରେ ଶତାଧିକ ଲିଟର ଡିଜେଲ ଚୋରି ହୋଇଯାଇଛି । ସୂଚନା ମୁତାବକ ଜଣେ ଠିକାଦାରଙ୍କ ମେଶିନ କାର୍ଯ୍ୟ ସାରି ରାତିରେ ଛିଡା ହୋଇଥିବା ବେଳେ ବୁଧବାର ଏକ ବୋଲେରୋ ଗାଡ଼ିରେ ୩ ଜଣ ଯୁବକ ଆସି ମେଶନରୁ ଡିଜେଲ ଚୋରି କରି ପଳାଇଥିବା ଦୃଶ୍ୟ ସିସିଟକି କ୍ୟାମେରାରେ ରେକର୍ଡ ହୋଇଛି । ୫୩ ନଂ ଜାତୀୟ ରାଜପଥ ରାସ୍ତା କଡରେ ସରକାରୀ ଜାଗାରେ କିଛି ଚାହା ଦୋକାନ ନାଁରେ ଚୋରା ଡିଜେଲ କାରବାର କରୁଥିବାରୁ ଦିନକୁ ଦିନ ଏହି ଅଞ୍ଚଳରେ ଡିଜେଲ ଚୋରି ବଢୁଛି । ଏଥିପ୍ରତି ପରଜଙ୍ଗ ପୋଲିସ ଦୃଷ୍ଟି ଦେବାକୁ ଗାଡ଼ି ମାଲିକମାନେ ନିବେଦନ କରିଛନ୍ତି ।


