ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର ଭୋର ସମୟରେ ଶତାଧିକ ଲିଟର ଡିଜେଲ ଚୋରି ହୋଇଯାଇଛି । ସୂଚନା ମୁତାବକ ଜଣେ ଠିକାଦାରଙ୍କ ମେଶିନ କାର୍ଯ୍ୟ ସାରି ରାତିରେ ଛିଡା ହୋଇଥିବା ବେଳେ ବୁଧବାର ଏକ ବୋଲେରୋ ଗାଡ଼ିରେ ୩ ଜଣ ଯୁବକ ଆସି ମେଶନରୁ ଡିଜେଲ ଚୋରି କରି ପଳାଇଥିବା ଦୃଶ୍ୟ ସିସିଟକି କ୍ୟାମେରାରେ ରେକର୍ଡ ହୋଇଛି । ୫୩ ନଂ ଜାତୀୟ ରାଜପଥ ରାସ୍ତା କଡରେ ସରକାରୀ ଜାଗାରେ କିଛି ଚାହା ଦୋକାନ ନାଁରେ ଚୋରା ଡିଜେଲ କାରବାର କରୁଥିବାରୁ ଦିନକୁ ଦିନ ଏହି ଅଞ୍ଚଳରେ ଡିଜେଲ ଚୋରି ବଢୁଛି । ଏଥିପ୍ରତି ପରଜଙ୍ଗ ପୋଲିସ ଦୃଷ୍ଟି ଦେବାକୁ ଗାଡ଼ି ମାଲିକମାନେ ନିବେଦନ କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri