ପାଇପ୍‌ଲାଇନ କାଟି କରୁଥିଲେ ଡିଜେଲ ଚୋରି: ପେଟ୍ରୋଲପମ୍ପ୍‌ ମାଲିକଙ୍କ ସମେତ ୬ ଗିରଫ

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି ଜିଲା ଏମ୍‌ ରାମପୁରସ୍ଥିତ ପେଟ୍ରୋଲପମ୍ପ୍‌ ମାଲିକ ଅଟଳ ବିହାରୀ ସାହୁଙ୍କୁ ଚୋରି ତେଲ କିଣିବା ଅଭିଯୋଗରେ ଗିରଫ କରାଯାଇଛି। ଏହାସହ ଚୋରି ଅଭିଯୋଗରେ ଅବଦୁଲ ଅମିନ, ମହମ୍ମଦ ସୁଲତାନ, ଶେଖ ଅଜମଦ, କିଶୋର ସିଂ, ଚନ୍ଦ୍ରଶେଖର ଚାନ୍ଦ ଓ ସୁନୀଲ ପଣ୍ଡାଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ଟ୍ୟାଙ୍କର (ଓଡି-୦୫ୟୁ-୦୫୫୩), କାର୍‌ (ଓଡି୦୮କ୍ୟୁ-୯୦୪୧) ସହ ପାଇପ୍‌ ମଧ୍ୟ ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୬/୨୩) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ଜାନୁୟାରୀ ୨୭ ତାରିଖରେ ପ୍ରଥମେ ତେଲ ଚୋରି ହୋଇଥିଲା। ହେଲେ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ କରା ନ ଯାଇ କେବଳ ସୂଚନା ଦିଆଯାଇଥିଲା। ପୋଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳରେ ନଜର ରଖିଥିଲା। ଅଭିଯୁକ୍ତମାନେ ପୁଣି ଫେବୃୟାରୀ ୧୦ ତାରିଖରେ ସମାନ ସ୍ଥାନରୁ ତେଲ ଚୋରି କରିଥିଲେ। ଏହାକୁ ନେଇ କମ୍ପାନୀ ଅଧିକାରୀ ନରେନ୍ଦ୍ର ବେହେରା ଅଭିଯୋଗ କରିଥିଲେ। ପ୍ରାୟ ୨୬ ଲକ୍ଷ ଟଙ୍କାର ଡିଜେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା। ପୋଲିସ ସାଇବର ଟିମ୍‌ର ସହାୟତା ନେଇ ସୁରାକ ପାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

ମିଳିଥିବା ରିପୋର୍ଟ ଅନୁସାରେ ପାଇପ୍‌ଲାଇନ କାଟିବା ପାଇଁ ସ୍ବତନ୍ତ୍ର ଟେକ୍‌ନିସିଆନ୍‌ ଉତ୍ତରପ୍ରଦେଶରୁ ଆସିଥିଲେ। ତେଲ ଯାଉଥିବା ସମୟରେ ପାଇପ୍‌ କାଟି ଭାଲ୍‌ବ ଲଗାଇ ଦେଉଥିଲେ। ସମୟର ସୁଯୋଗ ନେଇ ଉକ୍ତ ଭାଲ୍‌ବ ଖୋଲି ଟାଙ୍କିରେ ତେଲ ଲୋଡ୍‌ କରୁଥିଲେ। ଗୋଟିଏ ଟ୍ୟାଙ୍କର ଲୋଡ୍‌ କରିବାକୁ ୧୫ ମିନିଟ ସମୟ ଲାଗୁଥିଲା। ଟ୍ୟାଙ୍କର ଲୋଡ୍‌ହେବା ପରେ ସେମାନେ ଫେରାର ହୋଇଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri