Categories: ବାଣିଜ୍ୟ

୧୪ ପଇସା କମିଲା ଡିଜେଲ

ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨ ଟଙ୍କାକୁ ଖସିଛି। ସେହିଭଳି ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ରହିଛି। ଦେଶର ମେଟ୍ରୋ ସହରଗୁଡ଼ିକରେ ଡିଜେଲ ଦର ଶନିବାର ୧୩ରୁ ୧୪ ପଇସା ହ୍ରାସ ଘଟିଛି। ନୂଆଦିଲ୍ଲୀରେ ଡିଜେଲ ୧୩ ପଇସା ହ୍ରାସ ହୋଇ ୭୩.୨୭ ଟଙ୍କା ରହିଛି। ସେହିଭଳି ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ଡିଜେଲ ୧୩ ପଇସା ଲେଖାଏ ହ୍ରାସ ହୋଇ ଦର ଯଥାକ୍ରମେ ୭୮.୫୮ ଟଙ୍କା, ୭୬.୭୭ ଟଙ୍କା ଏବଂ ୭୯.୮୧ ଟଙ୍କାକୁ ଖସିଛି। ଏହି ସହରଗୁଡିକରେ ପେଟ୍ରୋଲ ଦର ଯଥାକ୍ରମେ ୮୨.୦୮ ଟଙ୍କା, ୮୫.୦୪ ଟଙ୍କା, ୮୩.୫୭ ଟଙ୍କା ଏବଂ ୮୮.୭୩ ଟଙ୍କା ରହିଛି। ସୂଚନାଯୋଗ୍ୟ, ପ୍ରାୟ ୬ମାସ ପରେ ପ୍ରଥମ ଥର ଲାଗି ଗୁରୁବାର ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭ ପଇସା ହ୍ରାସ ପାଇଥିଲା।

Share