୧୨ ପଇସା କମିଲା ଡିଜେଲ

ଭୁବନେଶ୍ୱର,୮।୯:  ସୋମବାର ଭୁବନେଶ୍ୱରରେ ଡିଜେଲ ଦର ୧୨ ପଇସା କମିଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୨ ପଇସା ହ୍ରାସ ପାଇ ୭୯.୬୦ ଟଙ୍କା ସ୍ତରରେ ରହିଛି। ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ଥିବା ଜଣାପଡିଛି। ଦେଶର ମେଟ୍ରୋ ସହରଗୁଡିକରେ ଡିଜେଲ ଦର ୧୦ରୁ ୧୨ ପଇସା ହ୍ରାସ ହୋଇଛି। ନୂଆଦିଲ୍ଲୀରେ ସୋମବାର ଡିଜେଲ ଦର ୧୧ ପଇସା ନିମ୍ନରେ ରହି ୭୩.୧୬ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ଡିଜେଲ ୧୦ ପଇସା କମି ୭୮.୪୮ ଟଙ୍କା, କୋଲକାତାରେ ୧୧ ପଇସା ନିମ୍ନରେ ରହି ୭୬.୬୬ ଟଙ୍କା ଏବଂ ମୁମ୍ବାଇରେ ୧୨ ପଇସା ହ୍ରାସ ପାଇ ୭୯.୬୯ ଟଙ୍କା ରହିଛି। ଏହି ସହରଗୁଡିକରେ ପେଟ୍ରୋଲ ଦର ଯଥାକ୍ରମେ ୮୨.୦୮ ଟଙ୍କା, ୮୫.୦୪ ଟଙ୍କା, ୮୩.୫୭ ଟଙ୍କା ଏବଂ ୮୮.୭୩ ଟଙ୍କା ରହିଛି। ସୂଚନାଯୋଗ୍ୟ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଗତ ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିଲା।