ଫର୍ଣ୍ଣେସରେ ପୋଡିଯାଇଥିବା ଗୁରୁତର ଶ୍ରମିକଙ୍କ ସିକିତ୍ସାଧୀନ ଅବସ୍ଥାରେ ମୃତ

ଭଦ୍ରକ ଅଫିସ,୨୨।୪: ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି ।ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ସିକିତ୍ସାଧୀନ ଥିଲେ । ପୂର୍ବରୁ ଅନ୍ୟ ଗୁରୁତର ରାନ୍ଦିଆ କୋରାନ୍ଟ ଗ୍ରାମର ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ କମ୍ପାନୀ ଫର୍ଣ୍ଣେସ ଚାର୍ଜିଙ୍ଗ ବେଳେ ଉକ୍ତ ଦୁଇଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ପରେ ଗ୍ରୀନ କରିଡର ମଧ୍ୟରେ ବିମାନ ବନ୍ଦର ନିଆଯାଇ ଏୟାର ଲିଫ୍ଟରେ ମୁମ୍ବାଇ ନିଆଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ କମ୍ପାନୀ ଗେଟ୍‌ ଆଗରେ ପୋଲିସ ମୁତୟନ ରହିଛନ୍ତି ।