Categories: ଜାତୀୟ

ଚିକେନ ବିରିୟାନି ପାଇଁ ଗଲା ଜୀବନ

ତିରୁଭାନ୍ନାମଲାଇ,୧୨।୯: ଚିକେନ ବିରିୟାନି ଖାଇବା କାରଣରୁ ୧୦ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନ୍ନାମଲାଇରେ। ୧୦ ବର୍ଷୀୟା କୁନି ଝିଅ ଲୋକ୍ସାନିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଓ ଭାଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

କେବଳ ଏମାନେ ନୁହେଁ ପରିବାରର ୨୦ ଜଣ ତିରୁଭାନ୍ନାମଲାଇସ୍ଥିତ ୭ ଷ୍ଟାର ବିରିୟାନି ହୋଟେଲରେ ଡିନର କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଝାଡ଼ା ବାନ୍ତି ହେବାରୁ ସେମାନଙ୍କୁ ତିରୁଭାନ୍ନାମଲାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରୋଷେଇରେ ନିମ୍ନମାନର ଚିକେନ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେଠାରେ ଖାଇଥିବା ପ୍ରତ୍ୟେକ ଗ୍ରାହକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ପୋଲିସ ହୋଟେଲର ମାଲିକ ଓ ରୋଷେୟାଙ୍କୁ ଗିରଫ କରିବା ସହ ହୋଟେଲକୁ ସିଲ କରି ଦିଆଯାଇଛି।

Share