Posted inଖେଳ

ଦଳରୁ ବାଦ୍‌ ପଡ଼ିବାର କାରଣ ମୋତେ ଜଣା ନାହିଁ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କିମ୍ବଦନ୍ତୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଜାତୀୟ ଦଳରୁ ବାଦ୍‌ ଦିଆଯିବା ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ଉତ୍ତର ଦେଇ ନ ଥିଲା। ଏକ ସାକ୍ଷାତକାର ବେଳେ ଭଜିଙ୍କୁ ସେହି ପରିସ୍ଥିତି ସମ୍ପର୍କରେ ସେତେବେଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ କୌଣସି ପ୍ରକାର ଯୋଗାଯୋଗ କରିଥିଲେ କି ବୋଲି ପ୍ରଶ୍ନ କରାଯାଇଥିଲା।

ଉତ୍ତରରେ “ମୁଁ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରିଥିଲି, କିନ୍ତୁ ଉତ୍ତର ମିଳି ନ ଥିଲା। ମୋତେ ଦଳରୁ ବାଦ୍‌ ଦିଆଯିବା ପଛରେ କେଉଁମାନେ ଅଛନ୍ତି? ମୋତେ ଯେଉଁ ଭଳି ଦଳରୁ ବିଦା କରାଗଲା ତା’ ପରେ ସେହି ପ୍ରଶ୍ନ ପଚାରିବାର କିଛି ଅର୍ଥ ନ ଥିଲା। ଜଣେ କହିବାକୁ ଚାହୁଁ ନ ଥିଲେ, ତୁମେ ଯେତେ ପ୍ରଶ୍ନ କଲେ ମଧ୍ୟ କିଛି ଲାଭ ମିଳିବ ନାହିଁ। ସେହି ବିଷୟକୁ ପଛରେ ଛାଡ଼ି ଦେବା ଭଲ ହେବ। ମୋ ଦ୍ୱାରା ଯାହା ହୋଇପାରିବ, ମୁଁ ତାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବି। ଯେଉଁ ବିଷୟକୁ ମୁଁ ନିୟନ୍ତ୍ରଣ କରିପାରିବି ନାହିଁ, ମୁଁ ତାକୁ ଦେଖେ ନାହିଁ। ପ୍ରକୃତରେ ଏହା ହିଁ ଘଟିଥିଲା” ବୋଲି ଭଜି କହିଛନ୍ତି।

କ୍ୟାରିୟରର ପରବର୍ତ୍ତୀ ଭାଗରେ ତାଙ୍କୁ ସୁଯୋଗ ନ ମିଳିବା ଉପରେ ସେ କହିଛନ୍ତି, ବିଶ୍ୱକପ୍‌ ଜିତିବା ପରେ ଚାମ୍ପିୟନ ଦଳ କଦାପି ଏକତ୍ରିତ ହୋଇ ଖେଳି ନ ଥିଲା। ଯେଉଁ ଦଳ ବିଶ୍ୱକପ୍‌ ଜିତିଛି, ସେହି ଦଳ ପରବର୍ତ୍ତୀ ସମୟରେ ନ ଖେଳିବା ଆଶ୍ଚର୍ଯ୍ୟଜନକ କଥା। ମୋତେ ୩୧ ହେଲା ବେଳକୁ ୪୦୦ ଟେଷ୍ଟ ଉଇକେଟ ନେଇ ସାରିଥିଲି। ମୋତେ ଲାଗୁଛି ପରବର୍ତ୍ତୀ ୮ରୁ ୯ ବର୍ଷ ଖେଳିଥିଲେ ମୁଁ ଅତିକମ୍‌ରେ ୧୦୦ ଉଇକେଟ ନେଇପାରିଥାନ୍ତି। କିନ୍ତୁ ତା’ ପରେ ମୋତେ କଦାପି ଖେଳିବାକୁ ସୁଯୋଗ ମିଳିଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri