Categories: ଜାତୀୟ

ଦିଦିଙ୍କ ବିଜୟ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ୫୮,୮୩୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପ୍ରିୟଙ୍କା ୨୬,୨୩୦ ଭୋଟ ପାଇଛନ୍ତି। ଏହାକୁ ନେଇ ତୃଣମୂଳ କର୍ମୀ ନାଚଗୀତ ଆରମ୍ଭ କରିଥିବାବେଳେ ଦଳୀୟ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଛି। ଭାବାନୀପୁର ଆସନ ମମତାଙ୍କ ପାଇଁ ପ୍ରତିଷ୍ଠାର ବିଷୟ ପାଲଟିଥିଲା। ପ୍ରିୟଙ୍କା ନିଜର ପରାଜୟ ସ୍ବୀକାର କରିବା ସହିତ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟର ସମସେରଗଞ୍ଜ ଏବଂ ଜାଙ୍ଗିପୁର ବିଧାନସଭା ଆସନରେ ଶାସକ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅମିରୁଲ୍‌ ଇସଲାମ୍‌ ଏବଂ ଜାକିର ହୁସେନ୍‌ ଆଗୁଆ ରହିଛନ୍ତି। ସମସେରଗଞ୍ଜରେ ତୃଣମୂଳର ଅମିରୁଲ ଏବଂ ଆଇଏନ୍‌ସି ପ୍ରାର୍ଥୀ ଜଇଦୁର ରହମାନ୍‌ଙ୍କ ମଧ୍ୟରେ ମୁକାବିଲା ହେଉଛି। ସେହିପରି ଜାଙ୍ଗିପୁରରେ ତୃଣମୂଳ ପ୍ରାର୍ଥୀ ଜାକିର ଏବଂ ଭାଜପାର ସୁଜିତ ଦାସଙ୍କ ମଧ୍ୟରେ ମୁକାବିଲା ଜାରି ରହିଛି।

 

Share