Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ କଲେ ଦିଦି

କୋଲକାତା,୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢ଼ିବା ପାଇଁ ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ଘରୁ ଚାଲିଚାଲି ମହାରୁଦ୍ର ସିଦ୍ଧନାଥ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ଜଳାଭିଷେକ କରିଥିଲେ। ଏହାପରେ ମନ୍ଦିର ନିକଟରେ ନିର୍ମିତ ହୋଇଥିବା ହେଲିପ୍ୟାଡରୁ ହଳଦିଆରେ ପହଞ୍ଚିଥିଲେ। ପରେ ମମତା ହଳଦିଆରୁ ପଦଯାତ୍ରା ଆରମ୍ଭ କରି ନାମାଙ୍କନ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୫ରେ ମମତା ନନ୍ଦିଗ୍ରାମରୁ ଲଢ଼ିବା ପାଇଁ ଘୋଷଣା କରିଥିଲେ। ପୂର୍ବରୁ ସେ ଭବାନିପୁରା ବିଧାନସଭା ଆସନରୁ ନିର୍ବାଚନ ଳଢୁଥିଲେ। ତେବେ ଚଳିତ ଥର ସେ ନନ୍ଦିଗ୍ରାମରୁ ଲଢ଼ିବା ଲାଗି ନିଷ୍ପତ୍ତି ନେଇଛନ୍ତି।

Share