Categories: ଜାତୀୟ

ଏମ୍‌ପିଙ୍କ ନିଲମ୍ବନ ନେଇ ଗର୍ଜିଲେ ଦିଦି: ଲୋକତନ୍ତ୍ରର ହତ୍ୟା କରିଛି ଭାଜପା

କୋଲକାତା, ୨୧।୯: କୃଷି ବିଧେୟକ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ସୋମବାର ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି। ସେ କହିଛନ୍ତି ଯେ ଭାଜପା ଏଭଳି କରି ଲୋକତନ୍ତ୍ରର ହତ୍ୟା କରିଛି। ଦେଶର କୃଷକଙ୍କ ହିତ ପାଇଁ ଲଢୁଥିବା ଏମ୍‌ପିଙ୍କ ପ୍ରତି ଏଭଳି ଦଣ୍ଡାଦେଶ ଦୁର୍ଭାଗ୍ୟପୂର୍ଣ୍ଣ। ମୋଦି ସରକାର ନିଜର ଏକଛତ୍ରବାଦୀ ଶାସନର ପରିଚୟ ଦେଇଥିବା ମମତା କହିଛନ୍ତି। ସରକାରଙକ ବିରୋଧରେ ସଂସଦ ଏବଂ ସଂସଦ ବାହାରେ ମଧ୍ୟ ବିରୋଧ ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣାରେ ତୃଣମୂଳ କଂଗ୍ରେସର ୨ ଜଣ ଏମ୍‌ପି ଡେରେକ ଓ ବ୍ରିଏନ ଏବଂ ସୁଶ୍ରୀ ଡୋଲା ସେନ୍‌ଙ୍କୁ ନିଲମ୍ବନ କରାଯାଇଛି।

Share