Categories: ଜାତୀୟ

ଦିଦିଙ୍କୁ ଝଟ୍‌କା: ପୁଅ ପରେ ବାପା ଛାଡ଼ିଲେ ତୃଣମୂଳ

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲଗାତାର ଝଟ୍‌କା ଲାଗି ଚାଲିଛି। ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମମତା ଦିଦିଙ୍କ ଶିବିର ଛାଡ଼ି ଭାଜପାରେ ଯୋଗଦେବାରେ ଲାଗିଛନ୍ତି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ ଛାଡ଼ି ଭାଜପାରେ ଯୋଗଦେଇଥିବାବେଳେ ରବିବାର ତାଙ୍କ ବାପା ଶିଶିର ଅଧିକାରୀ ଭାଜପାରେ ଯୋଗଦେଇଛନ୍ତି। କାନ୍ଥି ଲୋକ ସଭା ଆସନରୁ ୨୦୦୯ଠାରୁ ଏମ୍‌ପି ରହି ଆସିଥିବା ଶିଶିରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ ରବିବାର ଏଗ୍ରାଠାରେ ହୋଇଥିବା ରାଲିରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଶୁଭେନ୍ଦୁ ନନ୍ଦିଗ୍ରାମରୁ ବିଜୟୀ ହେବେ ବୋଲି ଶିଶିର ପ୍ରକାଶ କରିଛନ୍ତି।

 

Share