Categories: ଖେଳ

ଭାରତ ପାଇଁ ଖେଳିବା ପୂର୍ବରୁ ପାକିସ୍ତାନ ପାଇଁ ଫିଲ୍ଡିଂ କରିଥିଲେ ତେନ୍ଦୁଲକର: କ’ଣ ଆପଣ ଜାଣନ୍ତି..

ନୂଆଦିଲ୍ଲୀ,୩୦।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଜୀବନ ସହ ଜଡ଼ିତ ଏପରି ଅନେକେ ପୃଷ୍ଠା ରହିଛି ଯାହା ଅନେକଙ୍କୁ ଜଣା ନ ଥିବ। ଦୀର୍ଘ ୨୪ ବର୍ଷ ଧରି ଭାରତୀୟ କ୍ରିକେଟ ସହ ଜଡ଼ିତ ହୋଇ ଇତିହାସ ରଚିଥିଲେ ସେ। ହେଲେ କ’ଣ ଆପଣ ଜାଣନ୍ତି ଭାରତ ପାଇଁ ଖେଳିବା ପୂର୍ବରୁ ଏହି କ୍ରିକେଟର ପାକିସ୍ତାନ ପାଇଁ ଖେଳିଛନ୍ତି। ୧୯୮୭ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ମୁମ୍ବାଇରେ ଖେଳାଯାଉଥିବା ଏକ ମ୍ୟାଚ୍‌ରେ ତେନ୍ଦୁଲକର ପାକିସ୍ତାନ ପାଇଁ ଫିଲ୍ଡିଂ କରିଥିଲେ। ଏହାର ଦୁଇ ବର୍ଷ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପକ୍ଷରୁ ଖେଳିବା ଆରମ୍ଭ କରିଦେଇଥିଲେ।

କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯୮୭ରେ ବ୍ରାବୋର୍ନ ଷ୍ଟାଡିୟମରେ ଏକ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳାଯାଉଥିଲା। ଏହା ୪୦ ଓଭରର ଏକ ମ୍ୟାଚ୍‌ ଥିଲା। ଏଥିରେ ପାକିସ୍ତାନ ଖେଳାଳିଙ୍କ ପାଇଁ ୨୫ ମିନିଟ ଧରି ଫିଲ୍ଡିଂ କରିଥିଲେ ତେନ୍ଦୁଲକର। ଦୁଇଜଣ ଖେଳାଳି ଲଞ୍ଚ କରିବାକୁ ଯାଇଥିବା ଯୋଗୁ ଅତିଥି ଖେଳାଳିଙ୍କ ପାଇଁ ଫିଲ୍ଡିଂ କରିବାକୁ ତାଙ୍କୁ କୁହାଯାଇଥିଲା। ଏନେଇ ସେ ତାଙ୍କ ଅଟୋବାୟୋଗ୍ରାଫିରେ ଉଲ୍ଲେଖ କରିଛନ୍ତି। ତେବେ ସଚିନ ମୋଟ ୨୦୦ ମ୍ୟାଚ୍‌ ଖେଳିଥିବା ବେଳେ ୧୫,୯୨୧ ରନ୍‌ କରିଛନ୍ତି। ଏଥିରେ ୫୧ ଟି ଶତକ ଏବଂ ୬୮ ଅର୍ଦ୍ଧଶତକ ରହିଛି।

Share