ଆଇପିଏଲ୍‌ରେ କୌଣସି ଦଳ କିଣି ନ ଥିଲେ, ଚମତ୍କାର ଭାବେ ଦଳରେ ପ୍ରବେଶ କରି ରଚିଲେ ଇତିହାସ

କୋଲକତା,୨୬।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି)କୁ ୧୪ ରନ୍‌ରେ ପରାସ୍ତ କରି କ୍ୱାଲିଫାୟର୍‌ ୨ ରେ ପ୍ରବେଶ କରିଛି। କ୍ୱାଲିଫାୟର୍‌ ୨ରେ ଆରସିବି ମେ ୨୭ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏଲିମିନେଟ୍‌ ମ୍ୟାଚ୍‌ରେ ଆରସିବି ପାଇଁ ବରଦାନ ସଦୃଶ ଥିଲେ ରଜତ ପଟିଦାର। ସେ ଏହି ମ୍ୟାଚ୍‌ ଚମତ୍କାର ଶତକ ହାସଲ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମାତ୍ର ୫୪ ବଲ୍‌ରେ ୧୧୨ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୧୨ ଚୌକା ଏବଂ ୭ ଚକା ସାମିଲ ଥିଲା। ସେ ଆଇପିଏଲ୍‌ରେ ଇତିହାସଲେ ପ୍ରଥମ ଅନ୍‌କ୍ୟାପ୍‌ଡ ଖେଲାଳି ଭାବେ ପ୍ଲେ ଅଫ୍‌ରେ ଶତକ ଅର୍ଜନ କରିଛନ୍ତି।
ସବୁଠାରୁ ରୋଚକ କଥା ହେଉଛି, ୨୦୨୧ରେ ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ରଜତଙ୍କୁ ୨୦ ଲକ୍ଷ ଟଙ୍କା ବେସ୍‌ ପ୍ରାଇସ୍‌ରେ ମଧ୍ୟ ଆଇପିଏଲ ୨୦୨୨ ନିଲାମରେ କୌଣସି ଦଳ କିଣି ନ ଥିଲେ। ମାର୍ଚ୍ଚ ୨୬ରେ ଆଇପିଏଲର ୧୫ତମ ସିଜନ ଆରମ୍ଭ ହୋଇଥିଲା। ଏପ୍ରିଲ ୩ରେ, ଆରସିବି ଦଳରେ ପରିବର୍ତ୍ତନ ଆଣିଥିଲା। କର୍ନାଟକ ବ୍ୟାଟ୍ସମ୍ୟାନ ଲଭନିଥ ସିସୋଦିଆଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ତାଙ୍କ ଦଳରେ ସାମିଲ କରାଯାଇଥିଲା। ଏପ୍ରିଲ ୨୬ରେ, ରଜତଙ୍କୁ ସିଜନରେ ପ୍ରଥମ ଥର ଖେଳିବାର ସୁଯୋଗ ଦେଇଥିଲା ଆରସିବି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୬ ରନ ସ୍କୋର କରିଥିଲେ। ଏହା ପରେ ସେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ସିଜିନ୍‌ର ସପ୍ତମ ମ୍ୟାଚ୍‌ରେ ରଜତ ଏକ ଶତକ ହାସଲ କରିଥିଲେ।
ରାଜତ୍‌ ମଧ୍ୟପ୍ରଦେଶର ଇନ୍ଦୋରରେ ଜୁନ ୧, ୧୯୯୩ରେ ଜନ୍ମଗ୍ରହଣ କରିଥିଲେ। ସେ ଆଠ ବର୍ଷ ବୟସରେ କ୍ଲବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ରଜତଙ୍କ ଜେଜେବାପା ତାଙ୍କୁ କ୍ରିକେଟ ଏକାଡେମୀରେ ଭର୍ତ୍ତି କରିଥିଲେ। ବୋଲର ଭାବରେ କ୍ରିକେଟ ଆରମ୍ଭ କରିଥିବା ରଜତ ୧୫ ବର୍ଷରୁ କମ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ସାମିଲ ହୋଇଥିଲେ। କୋଚ ତାଙ୍କୁ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଥିଲେ। ଏହି ନିଷ୍ପତ୍ତି ସଠିକ ପ୍ରମାଣିତ ହେଲା। ସଚିନ ତେନ୍ଦୁଲକରଙ୍କୁ ଦେଖିବା ପରେ କ୍ରିକେଟ ଆରମ୍ଭ କରିଥିବା ରଜତ ମଧ୍ୟ ଫୁଟବଲ ଖେଳିବାକୁ ପସନ୍ଦ କରନ୍ତି।
୨୦୧୫-୧୬ ସିଜନରେ ରଜତ ତାଙ୍କର ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ୮ ଜାନୁଆରୀ ୨୦୧୮ରେ, ସେ ଜୋନାଲ ଟି -୨୦ ଲିଗରେ ମଧ୍ୟପ୍ରଦେଶ ପାଇଁ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୮-୧୯ ରଣଜୀ ସିଜିିନରେ ମଧ୍ୟପ୍ରଦେଶ ପାଇଁ ରଜତ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ତା’ପରେ ସେ ଆଠଟି ମ୍ୟାଚରେ ୭୧୪ ରନ ସ୍କୋର କରିଥିଲେ। ଅଗଷ୍ଟ ୨୦୧୯ରେ, ସେ ଦୁଲିପ ଟ୍ରଫି ପାଇଁ ଇଣ୍ଡିଆ ବ୍ଲୁ ଦଳରେ ସାମିଲ୍‌ ହୋଇଥିଲେ। ଫେବୃଆରୀ ୨୦୨୧ରେ ଆରସିବି ତାଙ୍କୁ ପ୍ରଥମ ଥର ପାଇଁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ଏବଂ ୯ ଏପ୍ରିଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri