ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…

ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍‌କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍‌ପ୍ରେସର ମାପ ମେଶିନଟିଏ ନ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ବାହାରେ ଟେଷ୍ଟକରି ରିପୋର୍ଟ ଆଣିବା ପରେ ତାହାକୁ ନେଇ ଡାକ୍ତର ଚିକିତ୍ସା କରିବା ଅତି ଲଜ୍ଜାଜନକ ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହାକୁ ନେଇ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୁରୁଷୋତ୍ତମପୁର କନକା ସାହିର ବି.ଅନିଲ କୁମାର ପାତ୍ର ତାଙ୍କ ବୃଦ୍ଧ ବାପାଙ୍କୁ ଚିକିତ୍ସା ଲାଗି ଆଣିଥିବାବେଳେ ଡାକ୍ତର ତାଙ୍କର ବିପି ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇଥିବାକୁ ନେଇ ସେ ଏହାର ପ୍ରତିବାଦ କରିଥିଲେ। ଏପରିକି ବୃଦ୍ଧ ବାପାଙ୍କୁ ନେଇ ବାହାରେ ଟେଷ୍ଟକରି ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଚିକିତ୍ସା କରିଥିଲେ। ଏପରି ବହୁ ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଭଳି ସ୍ଥିତିକୁ ନେଇ ଲୋକେ ସରକାର ବଦଳିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ମଧ୍ୟ ବଦଳିଗଲା କି ବୋଲି ପ୍ରଶ୍ନକରି ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିଛନ୍ତି।

ଏଥିନେଇ କାର୍ଯ୍ୟରତ ଡାକ୍ତର ଶେଫାଳି ଦାଶଙ୍କୁ ପଚାରିବାରୁ ସେ ନିଃସହାୟତା ପ୍ରକାଶ କରି କହିଛନ୍ତି ଯେ, ଗୋଟିଏ ବିପି ମେଶିନ ଖରାପ ହୋଇପଡ଼ିରହିଥିବା ବେଳେ ଅନ୍ୟ ବିପି ମେଶିନଟିକୁ ଆକାଉଣ୍ଟାଣ୍ଟ ନେଇ ତାଙ୍କ ରୁମ୍‌ରେ ରଖି ତାଲା ପକାଇ ଚାଲିଯାଇଛନ୍ତି। ଯାହାଦ୍ବାରା ଶନିବାରଠାରୁ ଦୁଇଦିନ ହେଲା ରୋଗୀମାନଙ୍କୁ ଚିକିତ୍ସା କରିବାରେ ଘୋର ସମସ୍ୟା ହେଉଛି। ରୋଗୀଙ୍କୁ ବାହାରକୁ ନ ପଠାଇ ସରକାରୀ ମେଡିକାଲରେ ସେବା ଯୋଗାଇ ଦେବାର ଆମର କର୍ତ୍ତବ୍ୟ ରହିଛି ମାତ୍ର ଏଭଳି ଅସୁବିଧାକୁ ନେଇ ରୋଗୀଙ୍କ ଜୀବନ ପ୍ରତି ଗୁରୁତ୍ୱ ଦେଇ ବ୍ଲଡ୍‌ପ୍ରେସର ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇବାକୁ ବାଧ୍ୟ ହେଉଛି। ବାହାରୁ ଟେଷ୍ଟ କରି ଆସିବା ପରେ ସେହି ରିପୋର୍ଟକୁ ନେଇ ରୋଗୀଙ୍କ ଚିକତ୍ସା କରୁଛି। ଏନେଇ ଆକାଉଣ୍ଟାଣ୍ଟଙ୍କୁ ଫୋନ୍‌ କରି ଡାକିବାରୁ ରବିବାର ଛୁଟିଅଛି ଯାଇପାରିବିନି। ସୋମବାର ଗଲେ ବିପି ମେଶିନ ଦେବି ବୋଲି କହିଥିବାର  ଡାକ୍ତର ଶେଫାଳି ଦାଶ ଅତି କ୍ଷୋଭର କହିଛନ୍ତି। ଏଣୁ ତୁରନ୍ତ ସରକାର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri