୨୨ ବର୍ଷ ପରେ ଏକାଠି ନଜର ଆସିବେ ଉର୍ମିଳା-ଗୋବିନ୍ଦା

ମୁମ୍ବାଇ: ଜି ଟିଭି ନିକଟରେ ତା’ର ଲୋକପ୍ରିୟ ରିୟଲିଟି ଶୋ’ ଡିଆଇଡି ସୁପର ମମ୍ସର ତୃତୀୟ ସିଜନ ଲଞ୍ଚ କରିଛି । ଡିଆଇଡି ସୁପର ମମ୍ସ ୩ ପାଇଁ ଜଜଙ୍କର ଏକ ରୋମାଞ୍ଚକର ପ୍ୟାନେଲ ରହିଛି । ଏଥିରେ ରେମୋ ଡିସୁଜା, ଭାଗ୍ୟଶ୍ରୀ ଦାସାନୀ ଓ ଉର୍ମିଳା ମାତୋଣ୍ଡର ରହିଛନ୍ତି । ଏହି ଶୋ’ରେ ପ୍ରତି ୱିକଏଣ୍ଡରେ ଜଣେ ବିଶେଷ ଅତିଥିଙ୍କୁ ଦେଖିବାକୁ ମିଳିଥାଏ । ଏହାର ପରବର୍ତ୍ତି ଏପିସୋଡରେ ସୁପରଷ୍ଟାର ଗୋବିନ୍ଦା ବିଶେଷ ଅତିଥି ଭାବେ ଯୋଗ ଦେବେ ।
ଦର୍ଶକଙ୍କ ପାଇଁ ଏହା ଏ ରୋମାଞ୍ଚକର ଏପିସୋଡ ନିଶ୍ଚିତ ହେବ ବୋଲି ଅନୁମାନ କରାଯାଉଛି । ଦର୍ଶକେ ଯେ କେବଳ ସୁପରଷ୍ଟାର ଗୋବିନ୍ଦାଙ୍କୁ ଦେଖିବେ ତା’ନୁହେଁ ବରଂ ଦୀର୍ଘ ୨୨ ବର୍ଷ ପରେ ପରଦାରେ ଉର୍ମିଳା ଓ ଗୋବିନ୍ଦାଙ୍କୁ ଏକାଠି ଦେଖିବାର ସୁଯୋଗ ପାଇବେ । ତେବେ ଶୁଟିଂ ସମୟରେ ହୋଷ୍ଟ ଏହି ଯୋଡିଙ୍କୁ ତାଙ୍କ ଅଭିନୀତ ଫିଲ୍ମ କୁଂୱାରାର ଲୋକପ୍ରିୟ ଟ୍ରାକ ‘ଉର୍ମିଳା ରେ ଉର୍ମିଳା’ ଉପରେ ସେମାନଙ୍କ ଅନସ୍କ୍ରିନ ପରଫରମାନ୍ସ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହି ସମୟରେ ଉର୍ମିଳା ଗୋବିନ୍ଦାଙ୍କର ଖୁବ୍ ପ୍ରଶଂସା କରିଥିଲେ । ଉର୍ମିଳା କହିଥିଲେ ହିରୋଇନ୍ ଯିଏବି ହୁଅନ୍ତୁ ଯଦି ସେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରୁଛନ୍ତି ତେବେ ଦର୍ଶକେ ସେହି ଗୀତରେ କେବଳ ଗୋବିନ୍ଦାଙ୍କୁ ହିଁ ଦେଖନ୍ତି । କାରଣ ସେ ଏମିତି ଜଣେ କଳାକାର ଯାହାଙ୍କ ଉପରୁ ନଜର ହଟିବା ମୁସ୍କିଲ ।

Share