Posted inଜାତୀୟ

ଯୁଦ୍ଧବେଳେ ଖସିଥିଲା ଭାରତର ଯୁଦ୍ଧବିମାନ, ସାଂଘାତିକ ଖୁଲାସା

ପହଲଗାମ୍‌ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବଳ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ କେନ୍ଦ୍ର ସରକାର ନିଜର ଏକ ବଡ଼ ସଫଳତା ବୋଲି ଦାବି କରୁଥିବାବେଳେ ପାକିସ୍ତାନୀ ସେନା ଭାରତର ୬ଟି ରାଫାଲ ଫାଇଟର ଜେଟ୍‌କୁ ଖସାଇଦେଇଥିବା କହିଥିଲା। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଏହା ଉପରେ କିଛି ସୂଚନା ଦିଆଯାଇ ନ ଥିଲା। ତେବେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ଶନିବାର ଏନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି। ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍‌ରି-ଲା ଡାଏଲଗ୍‌ରେ ଯୋଗଦେଇ ଚୌହାନ ବ୍ଲୁମ୍‌ବର୍ଗ ଟିଭିକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ୪ ଦିନ ଧରି ଲାଗିଥିବା ସଂଘର୍ଷବେଳେ ଭାରତୀୟ ଯୁଦ୍ଧବିମାନ ଖସିଥିଲା। ଫାଇଟର ଜେଟ୍‌ ଖସିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କାହିଁକି ଖସିଥିଲା ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ୬ ଯୁଦ୍ଧବିମାନ ଖସାଇଥିବା ନେଇ ପାକିସ୍ତାନର ଦାବିକୁ ଚୌହାନ ‘ସମ୍ପୂର୍ଣ୍ଣ ମିଥ୍ୟା’ ବୋଲି ଖଣ୍ଡନ କରିଥିଲେ ହେଁ ଭାରତ ହରାଇଥିବା ଯୁଦ୍ଧବିମାନ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। ଏହା ପୂର୍ବରୁ ବାୟୁସେନା ମୁଖ୍ୟ ଅମରପ୍ରୀତ୍‌ ସିଂ ଗୁରୁବାର ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବ୍ୟବସାୟିକ ସମ୍ମିଳନୀରେ କହିଥିଲେ, ପ୍ରତିରକ୍ଷା ସାମଗ୍ରୀ ସଂକ୍ରାନ୍ତରେ ଚୁକ୍ତି ସ୍ବାକ୍ଷର ହେଉଛି; କିନ୍ତୁ ବାସ୍ତବରେ ସେଗୁଡ଼ିକ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ବାୟୁସେନା ମୁଖ୍ୟ ଅସନ୍ତୋଷ ବ୍ୟକ୍ତ କରିବାର ୨ ଦିନ ପରେ ସିଡିଏସ୍‌ ଚୌହାନ ଅନ୍ତର୍ଜାତୀୟ ମଞ୍ଚରେ ଏଭଳି କହିବା ବିରୋଧୀଙ୍କୁ ପ୍ରଶ୍ନ ଉଠାଇବା ପାଇଁ ସୁଯୋଗ ଦେଇଛି। ସରକାର ଦେଶବାସୀଙ୍କୁ ସତ କୁହନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ସିଙ୍ଗାପୁର/ନୂଆଦିଲ୍ଲୀ, ୧।୬(ପି.ଟି.): ଅପରେଶନ ସିନ୍ଦୂରରେ ଭାରତ ଅନିର୍ଦ୍ଦିଷ୍ଟ ସଂଖ୍ୟକ ଯୁଦ୍ଧବିମାନ ହରାଇଥିବା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ ଶନିବାର ସ୍ବୀକାର କରିଛନ୍ତି। ତେବେ ଭାରତର ୬ଟି ଯୁଦ୍ଧବିମାନକୁ ଖସାଇଥିବା ନେଇ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ସେ କହିଛନ୍ତି। ବ୍ଲୁମ୍‌ବର୍ଗ ଟିଭିକୁ ସାକ୍ଷାତ୍‌କାର ଦେଇ ଚୌହାନ କହିଛନ୍ତି, କେତେ ବିମାନ ହରାଇଲୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କାହିଁକି ଆମେ ଯୁଦ୍ଧବିମାନ ହରାଇଲୁ, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଫଳରେ ଭାରତୀୟ ସେନା ଏହାର ରଣକୌଶଳକୁ ଉନ୍ନତ କରିପାରିବା ସହ ପୁନର୍ବାର ଉପଯୁକ୍ତ ଜବାବ ଦେଇପାରିବ। ତେବେ ଭଲ କଥା ହେଲା, ଆମେ କରିଥିବା କୌଶଳଗତ ଭୁଲ୍‌କୁ ବୁଝିବାରେ ସକ୍ଷମ ହୋଇଥିଲୁ ଏବଂ ଏଥିରେ ସଂଶୋଧନ କରି ୨ ଦିନ ପରେ ପୁନର୍ବାର ପ୍ରୟୋଗ କରିଥିଲୁ। ଦୀର୍ଘ ଦୂରତାକୁ ଟାର୍ଗେଟକରି ଆମେ ପୁଣିଥରେ ଆମ ଜେଟ୍‌ଗୁଡ଼ିକୁ ଉଡ଼ାଇଥିଲୁ ବୋଲି ସିଡିଏସ୍‌ କହିଛନ୍ତି। ସୂଚନାଯୋଗ୍ୟ, କ୍ଷୟକ୍ଷତି ଯୁଦ୍ଧର ଅଂଶବିଶେଷ ବୋଲି ପୂର୍ବରୁ ବାୟୁସେନାର ଡାରେକ୍ଟର ଜେନେରାଲ ଅଫ୍‌ ଏୟାର ଅପରେଶନ ଏୟାର ମାର୍ଶାଲ ଏ.କେ. ଭାରତୀ ସ୍ବୀକାର କରିବା ସହ ସବୁ ବାୟୁସେନା ପାଇଲଟ ସୁରକ୍ଷିତ ଫେରିଥିବା କହିଥିଲେ।
ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ମେ’ ୬-୭ ରାତିରେ ଭାରତୀୟ ସେନା ଅପରେଶନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଥିବା ଆତଙ୍କବାଦୀଙ୍କୁ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା।

ଏହାର ଜବାବରେ ପାକିସ୍ତାନ ଭାରତର ସୀମାନ୍ତ ସାମରିକ ଘାଟି ଏବଂ ଜନବସତି ଅଞ୍ଚଳକୁ ର୍ଟାଗେଟ କରିବାରୁ ଏହାର ମୁହଁତୋଡ଼ ଜବାବ ଦିଆଯାଇଥିଲା। ୪ ଦିନର ସଂଘର୍ଷ ପରେ ମେ’ ୧୦ରେ ଦୁଇ ଦେଶର ଡିଜିଏମ୍‌ଓଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ବୁଝାମଣା ହୋଇଥିଲା। ସିଡିଏସ୍‌ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ସଂଘର୍ଷ କଦାପି ଆଣବିକ ଯୁଦ୍ଧ ନିକଟବର୍ତ୍ତୀ ସ୍ଥିତିକୁ ଆସି ନ ଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସହ ଯୋଗାଯୋଗ ଚ୍ୟାନେଲ ସବୁବେଳ ପାଇଁ ଖୋଲା ରହିଥିଲା। ଭାରତର ୬ଟି ଯୁଦ୍ଧବିମାନକୁ ଖସାଇଥିବା ନେଇ କିଛିଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଦାବି କରିଥିବାବେଳେ ଏହାର କୌଣସି ନିରପେକ୍ଷ ଯାଞ୍ଚ ହୋଇ ନ ଥିବା ବ୍ଲୁମ୍‌ବର୍ଗ ରିପୋର୍ଟରେ କୁହାଯାଇଛି। ଭାରତ ବ୍ରହ୍ମୋସ୍‌ ମିଶାଇଲ ମାଡ଼ କରିବାରୁ ପାକିସ୍ତାନର ଯୋଜନାବଦ୍ଧ ଆକ୍ରମଣ ପଥଭ୍ରଷ୍ଟ ହୋଇଥିବା ଶରିଫ୍‌ ସ୍ବୀକାର କରିଥିଲେ।
ସଂଘର୍ଷ ବେଳେ ଭାରତ ଯୁଦ୍ଧବିମାନ ହରାଇଥିବା ସିଡିଏସ୍‌ ଅନିଲ ଚୌହାନ ସ୍ବୀକାର କରିବା ପରେ କ୍ଷୟକ୍ଷତି ସମ୍ପର୍କରେ ସମ୍ପୂର୍ଣ୍ଣ ସତ୍ୟ କେନ୍ଦ୍ର ସରକାର ଦେଶବାସୀଙ୍କୁ ଜଣାନ୍ତୁ ବୋଲି କଂଗ୍ରେସ ଶନିବାର ଦାବି କରିଛି। ସିଡିଏସ୍‌ଙ୍କ ସ୍ବୀକାରୋକ୍ତି ପରେ ଭାରତ ପ୍ରକୃତରେ କେତୋଟି ଯୁଦ୍ଧବିମାନ ହରାଇଛି, ତାହା ଦେଶବାସୀ ଜାଣିବାକୁ ଚାହାନ୍ତି ବୋଲି କଂଗ୍ରେସ ନେତା ଉତ୍ତମ କୁମାର ରେଡ୍ଡୀ କହିଛନ୍ତି। ସରକାର ସ୍ବଚ୍ଛ ହେବା ଆବଶ୍ୟକ। ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ ସ୍ବାଭାବିକ କଥା। ଭାରତୀୟ ସଶସ୍ତ୍ର ବଳର ପ୍ରତ୍ୟେକ ପ୍ରୟାସକୁ କଂଗ୍ରେସ ସମର୍ଥନ କରେ। ସେମାନଙ୍କ ମହାନ୍‌ କାର୍ଯ୍ୟ ପାଇଁ ଦଳ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେ ସାଲ୍ୟୁଟ୍‌ କରୁଛୁ ବୋଲି ରେଡ୍ଡୀ କହିଛନ୍ତି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, କାର୍‌ଗିଲ୍‌ ଯୁଦ୍ଧର ମାତ୍ର ୩ ଦିନ ପରେ ବାଜପେୟୀ ସରକାର ୧୯୯୯ ଜୁଲାଇ ୨୯ରେ ଦେଶର ରଣନୈତିକ ବ୍ୟାପାର ଗୁରୁ କେ. ସୁବ୍ରମନ୍ୟମ୍‌ଙ୍କ ଅଧ୍ୟକ୍ଷତାରେ କାର୍‌ଗିଲ୍‌ ସମୀକ୍ଷା କମିଟି ଗଠନ କରିଥିଲେ। ୫ ମାସ ପରେ କମିଟି ରିପୋର୍ଟ ପ୍ରଦାନ କରିଥିଲା, ଯାହା ୨,୦୦୦ ଫେବୃଆରୀ ୨୩ରେ ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିଲା। ସିଡିଏସ୍‌ଙ୍କ ସ୍ବୀକାରୋକ୍ତି ପରେ ନରେନ୍ଦ୍ର ମୋଦି ସରକାର ଅନୁରୂପ ପଦକ୍ଷେପ ନେବେ କି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।
ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରାଜ୍ୟ ସଭା ସଦସ୍ୟା ସାଗରିକା ଘୋଷ କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସତ ଲୁଚାଉଛନ୍ତି। ଯୁଦ୍ଧ ବିମାନ ଖସିଥିବାନେଇ ସିଡିଏସ୍‌ଙ୍କ ସ୍ବୀକାରୋକ୍ତି ପରେ ସରକାର ଦେଶବାସୀଙ୍କୁ ସବୁ ତଥ୍ୟ ଜଣାନ୍ତୁ। ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକି ଏହା ଉପରେ ଆଲୋଚନା ହେଉ। ଭାରତର ଯୁଦ୍ଧ ବିମାନ ଖସିବା ସମ୍ପର୍କରେ ପ୍ରଥମେ ଅନ୍ତର୍ଜାତୀୟ ଗଣମାଧ୍ୟମ କାହିଁକି ରିପୋର୍ଟ କରିବ ବୋଲି ସାଗରିକା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri