ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ବଲପୁର ମହାନଗର ନିଗମ ୩୯ନଂ. ୱାର୍ଡ ଗୁଲୁଣ୍ଡା ଗ୍ରାମର ସୁରେଖା ଦେହୁରି ମାତ୍ର ୫ଶହ ଟଙ୍କା ବିଧବା ଭତ୍ତା ପାଇଁ ଅଫିସରୁ ଅଫିସ ବୁଲୁଛନ୍ତି। ସୁରେଖାଙ୍କୁ ଭେଟି ଗ୍ରାମର ପ୍ରିୟରଞ୍ଜନ ସାହୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାକୁ ନେଇ ସିଏମ୍ଓ, ଜିଲାପାଳ ସମ୍ବଲପୁରଙ୍କୁ ସାମାଜିକ ଗଣମାଧ୍ୟମ ଟୁଇଟର ମାଧ୍ୟମରେ ଅଭିଯୋଗ କରିଥିଲେ। ଜିଲାପାଳ ଅନନ୍ୟା ଦାସ ଅଭିଯୋଗ ଉପରେ ଉତ୍ତର ଦେଇ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ସୁରେଖାଙ୍କ ଅଭିଯୋଗ କ୍ରମେ ସେ ୭ମାସ ହେଲା ଭତ୍ତା ପାଇନାହାନ୍ତି। ୨୦୨୦ରେ ସେ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି। କିଛିମାସ ଠିକ୍ରେ ଭତ୍ତା ଟଙ୍କା ଆସିଥିଲେ ବି ପରେ ଆଉ ଆସୁନାହିଁ। ଏହାକୁ ନେଇ ସେ ଏସ୍ଏମ୍ସି ଅଫିସ ଯାଇଥିଲେ। ସେଠାରେ ବ୍ୟାଙ୍କଖାତାରେ ଟଙ୍କା ଦିଆଯାଉଥିବା କହିଥିଲେ। ବ୍ୟାଙ୍କକୁ ଆସି ପଚାରିବା ପରେ ସେମାନେ ମଧ୍ୟ ଟଙ୍କା ଜମାହୋଇ ନ ଥିବା କହିଥିଲେ। ଏଭଳି ଭାବେ ବିଭିନ୍ନ ଅଫିସ ଦୌଡି ୬ରୁ ୭ ଶହ ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୨ବର୍ଷର ୪ମାସ ଓ ୨୦୨୩ ବର୍ଷର ୩ମାସରେ ଭତ୍ତା ଟଙ୍କା ଦିଆଯାଇ ନାହିଁ ା ଏପଟେ ବାର୍ଦ୍ଧକ୍ୟ ଜନିତ ରୋଗ ସାଙ୍ଗକୁ ଗୋଡ ମଧ୍ୟ କାମ କରୁ ନାହିଁ। ତେଣୁ ଭତ୍ତା ଟଙ୍କା ପ୍ରତି ମାସରେ ମୋ ହାତରେ ଦିଆଯାଉ ବୋଲି ସୁରେଖା ଅନୁରୋଧ କରିଛନ୍ତି। ଅନ୍ୟପଟେ ସାହୁ କହିଛନ୍ତି, ଏହା କେବଳ ସୁରେଖାଙ୍କ କ୍ଷେତ୍ରରେ ନୁହେଁ। ଜିଲାର ବିଭିନ୍ନ ପଞ୍ଚାୟତ, ଏସ୍ଏମ୍ସିର ହିତାଧିକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କମଚାରୀ ଓ ଅଧିକାରୀ ସୁବିଧାରେ ପହଞ୍ଚାଇବା ବ୍ୟବସ୍ଥା କଲେ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

