ଅଫିସ ଦୌଡୁଥିଲେ ବି ମିଳୁନି ଭତ୍ତା

ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ବଲପୁର ମହାନଗର ନିଗମ ୩୯ନଂ. ୱାର୍ଡ ଗୁଲୁଣ୍ଡା ଗ୍ରାମର ସୁରେଖା ଦେହୁରି ମାତ୍ର ୫ଶହ ଟଙ୍କା ବିଧବା ଭତ୍ତା ପାଇଁ ଅଫିସରୁ ଅଫିସ ବୁଲୁଛନ୍ତି। ସୁରେଖାଙ୍କୁ ଭେଟି ଗ୍ରାମର ପ୍ରିୟରଞ୍ଜନ ସାହୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାକୁ ନେଇ ସିଏମ୍‌ଓ, ଜିଲାପାଳ ସମ୍ବଲପୁରଙ୍କୁ ସାମାଜିକ ଗଣମାଧ୍ୟମ ଟୁଇଟର ମାଧ୍ୟମରେ ଅଭିଯୋଗ କରିଥିଲେ। ଜିଲାପାଳ ଅନନ୍ୟା ଦାସ ଅଭିଯୋଗ ଉପରେ ଉତ୍ତର ଦେଇ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ସୁରେଖାଙ୍କ ଅଭିଯୋଗ କ୍ରମେ ସେ ୭ମାସ ହେଲା ଭତ୍ତା ପାଇନାହାନ୍ତି। ୨୦୨୦ରେ ସେ ବ୍ୟାଙ୍କରେ ଜମାଖାତା ଖୋଲିଛନ୍ତି। କିଛିମାସ ଠିକ୍‌ରେ ଭତ୍ତା ଟଙ୍କା ଆସିଥିଲେ ବି ପରେ ଆଉ ଆସୁନାହିଁ। ଏହାକୁ ନେଇ ସେ ଏସ୍‌ଏମ୍‌ସି ଅଫିସ ଯାଇଥିଲେ। ସେଠାରେ ବ୍ୟାଙ୍କଖାତାରେ ଟଙ୍କା ଦିଆଯାଉଥିବା କହିଥିଲେ। ବ୍ୟାଙ୍କକୁ ଆସି ପଚାରିବା ପରେ ସେମାନେ ମଧ୍ୟ ଟଙ୍କା ଜମାହୋଇ ନ ଥିବା କହିଥିଲେ। ଏଭଳି ଭାବେ ବିଭିନ୍ନ ଅଫିସ ଦୌଡି ୬ରୁ ୭ ଶହ ଟଙ୍କା ଖର୍ଚ୍ଚ ହୋଇସାରିଛି। ୨୦୨୨ବର୍ଷର ୪ମାସ ଓ ୨୦୨୩ ବର୍ଷର ୩ମାସରେ ଭତ୍ତା ଟଙ୍କା ଦିଆଯାଇ ନାହିଁ ା ଏପଟେ ବାର୍ଦ୍ଧକ୍ୟ ଜନିତ ରୋଗ ସାଙ୍ଗକୁ ଗୋଡ ମଧ୍ୟ କାମ କରୁ ନାହିଁ। ତେଣୁ ଭତ୍ତା ଟଙ୍କା ପ୍ରତି ମାସରେ ମୋ ହାତରେ ଦିଆଯାଉ ବୋଲି ସୁରେଖା ଅନୁରୋଧ କରିଛନ୍ତି। ଅନ୍ୟପଟେ ସାହୁ କହିଛନ୍ତି, ଏହା କେବଳ ସୁରେଖାଙ୍କ କ୍ଷେତ୍ରରେ ନୁହେଁ। ଜିଲାର ବିଭିନ୍ନ ପଞ୍ଚାୟତ, ଏସ୍‌ଏମ୍‌ସିର ହିତାଧିକାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କମଚାରୀ ଓ ଅଧିକାରୀ ସୁବିଧାରେ ପହଞ୍ଚାଇବା ବ୍ୟବସ୍ଥା କଲେ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri