ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଅରବାଜ୍‌ !

ବମ୍ବେ: ପ୍ରେମିକାଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ ଅଭିନେତା, ଫିଲ୍ମନିର୍ମାତା ତଥା ପ୍ରଯୋଜକ ଅରବାଜ ଖାଁ। ପ୍ରଥମ ପତ୍ନୀ ମଲାଇକା ଅରୋରାଙ୍କଠାରୁ ଅଲଗା ହେବା ପରେ ତାଙ୍କ ଜୀବନରେ ଜର୍ଜିଆ ଆଣ୍ଡ୍ରିଆନିଙ୍କ ଏଣ୍ଟ୍ରି ହୋଇଥିଲା। ଉଭୟ ଏକାଠି ସମୟ ବିତାଇବା ସହ ବିିଭିନ୍ନ ଉତ୍ସବରେ ସାମିଲ ହେଉଥିବା ନଜର ଆସୁଥିଲେ। ହେଲେ ଏବେ ସବୁକିଛି ବଦଳି ଯାଇଛି। ଅରବାଜ କେବଳ ଜଣେ ଭଲ ବନ୍ଧୁ ବୋଲି ଜର୍ଜିଆ କହିଛନ୍ତି।

ଏକ ସାକ୍ଷାତକାରରେ ଅରବାଜଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଜର୍ଜିଆ। ବିବାହକୁ ନେଇ ପଚରାଯିବାରେ ଅରବାଜଙ୍କୁ କେବଳ ଭଲ ବନ୍ଧୁ ବୋଲି ସେ କହିଛନ୍ତି। ଏହାଛଡ଼ା ବିବାହ କରିବାର ଯୋଜନା ନାହିଁ। ଲକ୍‌ଡାଉନ୍‌ ତାଙ୍କର ସମ୍ପର୍କକୁ ବଦଳାଇ ଦେଇଛି ବୋଲି ସେ କହିଛନ୍ତି। ଏଭଳି କଥାକୁ ନେଇ ଉଭୟ ବାଟ ଅଲଗା କରିନେଇଥିବା କୁହାଯାଉଛି।

କହିରଖୁଛୁ, ଦୀର୍ଘ ୪ ବର୍ଷ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ ଅରବାଜ ଏବଂ ଜର୍ଜିଆ। ଉଭୟଙ୍କ ମଧ୍ୟରେ ୨୦ ବର୍ଷର ବୟସାଗତ ତଫାତ ରହିଥିଲା। ଜର୍ଜିଆ ପେସାରେ ଜଣେ ମଡେଲ। ଏହାଛଡ଼ା ସେ ଅନେକ ଫିଲ୍ମ ଏବଂ ମ୍ୟୁଜିକ୍‌ ଭିଡିଓରେ କାମ କରିଛନ୍ତି।

Share