ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…

ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ତାଙ୍କ ଖରାପ ଜୀବନଶଳୀ ଯୋଗୁ ଅସୁବିଧାରେ ପଡିଛନ୍ତି। ଏହି କାରଣରୁ ସେ ଉଦାସୀନତାର ଶିକାର ହୋଇଛନ୍ତି।

କିମ୍‌ ଅଧିକାଂଶ ସମୟରେ ମଦନିଶାରେ ରହୁଥିବାର କୁହାଯାଉଛି। କିମ୍‌ ଗତ ସପ୍ତାହରେ ୩୯ ବର୍ଷ ବୟସ କରିଛନ୍ତି ଏବଂ ଦୀର୍ଘ ସମୟ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଦ ମିରର ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆର ଶାସକ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ।

ଦକ୍ଷିଣ କୋରିଆର ସିଓଲରେ ଉତ୍ତର କୋରିଆ ବ୍ୟାପାରର ବିଶେଷଜ୍ଞ ଡକ୍ଟର ଚୋଇ ଜିନଭାକ କହିଛନ୍ତି ଯେ କିମ୍‌ ଜୋଙ୍ଗ ଉନ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚାପଗ୍ରସ୍ତ ଅଛନ୍ତି। ଜିନଭାକ କହିଛନ୍ତି ଯେ ମୁଁ ଶୁଣିଛି ଯେ ସେ ମଦ୍ୟପାନ କରି ମଦ ନିଶାରେ ଅନେକ ସମୟରେ କାନ୍ଦୁଛନ୍ତି। ଏହି ସମୟରେ ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି ଏବଂ ମାନସିକ ଚାପରେ ମଧ୍ୟ ଅଛନ୍ତି। ତାଙ୍କୁ ମୃତ୍ୟୁ ଭୟ ଘାରିଛି। କିମ୍‌ଙ୍କ ସ୍ତ୍ରୀ ଏବଂ ତାଙ୍କ ଡାକ୍ତରମାନେ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କୁ ବ୍ୟାୟାମ କରିବାକୁ ଏବଂ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଯଦିଓ ଏକଛତ୍ରବାଦୀ ଶାସକ ଏପର୍ଯ୍ୟନ୍ତ କାହାର କଥା ଶୁଣୁ ନାହାଁନ୍ତି।

Share