ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି କ୍ରୀଡ଼ା ପ୍ରତିଭା

ଧର୍ମଶାଳା,୨୮ା୩(ଡି.ଏନ.ଏ.):ଦୁର୍ଘଟଣା ବଦଳାଇଦେଲା ଜୀବନର ଗତିପଥ। ସାଧାରଣ ମଣିଷଙ୍କ ପରି ବେଶ ସୁସ୍ଥ ଥିବା ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ କୁମାରୀ ଗ୍ରାମର କ୍ରୀଡ଼ା ପ୍ରତିଭା ସରୋଜ ସାହୁ (୪୬) ଏକ ଦୁର୍ଘଟଣାର ଶିକାର ହୋଇ ଏବେ ଦିବ୍ୟାଙ୍ଗ ଜୀବନ ବିତାଉଛନ୍ତି। ହେଲେ ସେ ପୁରୀ ଅଞ୍ଚଳର ଜଣେ ଯୁବକଙ୍କ ପ୍ରେରଣାକ୍ରମେ ପାରାଅଥଲେଟିକ୍ସରେ ଭାଗ ନେଇ ପ୍ରଶଂସା ସାଉଣ୍ଟି ପାରିଛନ୍ତି। ଦୁର୍ଘଟଣା ପୂର୍ବରୁ ସରୋଜ କ୍ରିକେଟ, ଫୁଟ୍‌ବଲ, କବାଡ଼ି ଆଦି ପ୍ରତିଯୋଗିତାରେ ଭାଗ ନେଉଥିଲେ। ଦୁର୍ଘଟଣା ପରେ ହ୍ବିଲ୍‌ ଚେୟାର୍‌ରେ ଏବେ ସମୟ ବିତୁଛି। ହେଲେ ତାଙ୍କର ପୂର୍ବ ମନୋବଳ ଭାଙ୍ଗିଯାଇନି। ହ୍ବିଲ୍‌ ଚେୟାରରେ ସେ ବାସ୍କେଟବଲ୍‌, ଶଟ୍‌ପୁଟ୍‌, ଜାଭେଲିନ୍‌ ଥ୍ରୋ, ଡିସ୍‌କସ୍‌ ଥ୍ରୋ, ମାରାଥନ ଓ ତୀରନ୍ଦାଜୀ ଆଦିରେ ଜଣେ ପାରା ଅଥଲେଟ ଭାବେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପଦକ ଓ ପ୍ରମାଣ ପତ୍ର ପାଇଛନ୍ତି।
ତାଙ୍କ ବାପା ରସୁଲପୁର ବ୍ଲକ୍‌ କଲଣ ଗ୍ରାମର ବ୍ୟବସାୟୀ ସ୍ବର୍ଗତ ପରମାନନ୍ଦ ସାହୁ ପରିବାର ସହିତ ୧୯୯୬ରୁ ଆସି କୁମାରୀରେ ରହୁଥିଲେ। ୨୦୧୭ ନଭେମ୍ବର ୧ ତାରିଖ କାର୍ତ୍ତିକ ମାସରେ ସରୋଜ ଗଁାକୁ ଯାଇ ଓଉ ଗଛରେ ଚଢ଼ିଥିଲେ। ଭାରସାମ୍ୟ ହରାଇ ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ଚିକିତ୍ସା ସତ୍ତ୍ୱେ ସେହିଦିନଠାରୁ ସେ ଆଉ ଚାଲିପାରୁ ନାହାନ୍ତି। ଏବେ ସେ କୁମାରୀ ଗଁାରେ ଛୋଟ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଟାଟା ଷ୍ଟିଲ୍‌ ଓ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ଦିଲ୍ଲୀ, ପଞ୍ଜାବ, ଚେନ୍ନାଇ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଆୟୋଜିତ ଆନ୍ତଃରାଜ୍ୟସ୍ତରୀୟ ପାରା ଆଥଲେଟିକ୍ସରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ, ପ୍ରମାଣପତ୍ର ଓ ଆର୍ଥତ୍କ ପୁରସ୍କାର ପାଇଛନ୍ତି। ତୀରନ୍ଦାଜୀ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେ ଜାତୀୟ ବାସ୍କେଟବଲ୍‌ ଦଳରେ ସ୍ଥାନ ପାଇଛନ୍ତି। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସରୋଜଙ୍କୁ ଆଗାମୀ ଦିନରେ ବିହାର ଓ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଚୟନ କରାଯାଇଛି। ପୂର୍ବରୁ ଝାଡ଼ଖଣ୍ଡରେ ହୋଟେଲ୍‌ ବ୍ୟବସାୟ କରୁଥିବା ସରୋଜ ଏହି ସ୍ବଳ୍ପ ଆୟରେ ପରିବାର ଚଳାଇ ପାରୁନାହାନ୍ତି। ଘରୋଇ ସ୍କୁଲରେ ଶିକ୍ଷା ଲାଭ କରୁଥିବା ପୁଅଝିଅ ଏବେ ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ବୃଦ୍ଧା ମା’, ସ୍ତ୍ରୀ, ପୁଅ ଓ ଝିଅଙ୍କ ମୁହଁରେ ଦାନାମୁଠେ ଦେବାକୁ ହ୍ବିଲଚେୟାରରେ ବସି ସଂଘର୍ଷ କରୁଛନ୍ତି। ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ। ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସରୋଜଙ୍କୁ ସହାୟତା ମିଳିଲେ ସେ ପାରା ଅଥଲେଟରେ ଭାଗ ନେଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରନ୍ତେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri