Categories: ଫୁରସତ

ଦିବ୍ୟାଙ୍ଗ ଶିଶୁ କୁନାଲଙ୍କ କମାଲ

ଇମ୍ଫାଲ: କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ ଏବଂ ଦୃଢ ସାହସକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଏଭଳି ନିଆରା ଲୋକଙ୍କୁ ସମସ୍ତେ ସଲାମ କରନ୍ତି। ଏପରି ଜଣେ ଶିଶୁ ମଣିପୁରର ଇମ୍ଫାଲରେ ରୁହନ୍ତି। ଏହି ୪ ବର୍ଷର ଶିଶୁଙ୍କ ନାମ ହେଉଛି କୁନାଲ ଶ୍ରେଷ୍ଟା। ତାଙ୍କର ଗୋଡ ନାହିଁ। ଏହା ସତ୍ତ୍ୱେ ସେ ଦୃଢ ଭାବରେ ଫୁଟବଲ ଖେଳୁଛନ୍ତି। ଏହାସହ ସାଇକେଲ ମଧ୍ୟ ଚଲାଉଛନ୍ତି। ଦିବ୍ୟାଙ୍ଗ କୁନାଲ ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ତାଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ପିଲାଦିନରୁ ତାଙ୍କର ଗୋଟିଏ ଗୋଡ ନାହିଁ। ଏହା ସତ୍ତ୍ୱେ ସେ ସାହସ ହରାଇ ନାହାଁନ୍ତି। କୁନାଲଙ୍କ ମା କୁହନ୍ତି, ମୋ ପୁଅ ଗୋଟିଏ ଗୋଡ ବିନା ଜନ୍ମ ହୋଇଥିଲା। ମୁଁ ତାଙ୍କୁ କେବେବି ତାଙ୍କ ସାଥୀମାନଙ୍କଠାରୁ ଅଲଗା ଅନୁଭବ କରିବାକୁ ଦିଏ ନାହିଁ। ସେ ମଧ୍ୟ କଦାପି ନିଜକୁ ନ୍ୟୁନ ଭାବେ ନାହିଁ। ସେ ନିଜେ ସାଇକେଲ ଚଲାଇବା ଶିଖିଛି ବୋଲି ସେ କହିଛନ୍ତି। କୁନାଲ ଶ୍ରେଷ୍ଟା କହିଛନ୍ତି, ମୁଁ ଫୁଟବଲ ଖେଳିବାକୁ ପସନ୍ଦ କରେ। ପ୍ରାରମ୍ଭରେ ମୁଁ ସନ୍ତୁଳନ ରକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲି, ମୁଁ ଭୟଭୀତ ଥିଲି କିନ୍ତୁ ଏବେ ମୁଁ ଆତ୍ମବିଶ୍ୱାସ ହାସଲ କରିଛି। ମୋର ସାଙ୍ଗମାନେ ମୋତେ ବହୁତ ସମର୍ଥନ କରୁଛନ୍ତି। ମୁଁ ଆଶା କରୁଛି ଖୁବଶୀଘ୍ର ଏକ ଗୋଲ ସ୍କୋର କରିବି।

Share