ଖୋଜାପଡ଼ିଲା ଡିବିରି, ଲଣ୍ଠନ

ନିଶ୍ଚିନ୍ତକୋଇଲି,୨୬ା୫: ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡିଛି। ବାତ୍ୟା ‘ୟାସ’ ପ୍ରଭାବରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଆଶଙ୍କାରେ ଏସବୁ ପାରମ୍ପରିକ ସାମଗ୍ରୀକୁ ଲୋକେ ପୁଣି ଏକତ୍ରିତ କରୁଛନ୍ତି। ବାତ୍ୟା ଆସିଲେ ଲୋକମାନଙ୍କ ଏସବୁ ଅଲୋଡା ଜିନିଷ କଥା ମନେ ପଡ଼େ। ଏବେ ବାତ୍ୟା ପାଇଁ ବିଶେଷ କରି ଘରର ଗୃହିଣୀମାନଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳୁଛି। ପୂର୍ବରୁ ଅନେକ ସମୟରେ ବିଦ୍ୟୁତ୍‌ କଟ୍‌ ହେବା ପରେ ଏସବୁର ଆବଶ୍ୟକ ହେଉଥିଲା। ମାତ୍ର ଜେନେରେଟର ଓ ଇନଭର୍ଟର ଆଦି ବଜାରକୁ ଆସିବା ଏହାର ବ୍ୟବାହାର ବହୁଳ ମାତ୍ରାରେ କମିଯାଇଥିଲା। କିନ୍ତୁ ବାତ୍ୟା ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିବା ଓ ତାର ଛିଣ୍ଡିବା ଭଳି ଘଟଣା ଅତି ସାଧାରଣ। ଫଳରେ ବହୁ ସମୟ ଧରି ବିଦ୍ୟୁତ୍‌ ସରବରାହ ଆଦି ବିଚ୍ଛିନ୍ନ ହେବାର ନଜୀର ପୂର୍ବରୁ ରହିଛି। ଏହି ସମୟରେ ଜେନେରେଟର ଓ ଇନଭର୍ଟର ଆଦି ଅଧିକ ସମୟ ପାଇଁ ଲୋକଙ୍କ ଆବଶ୍ୟକତା ପୂରଣ କରି ପାରି ନ ଥାଏ। ଏବେ ଆସନ୍ନ ବାତ୍ୟାକୁ ଆଖି ଆଗରେ ରଖି ନିଶ୍ଚନ୍ତକୋଇଲି ବ୍ଲକରେ କିଏ ପୂର୍ବରୁ ସୁରକ୍ଷିତ କରି ରଖିଥିବା ଡିବିରି, ଲଣ୍ଠନ ଓ ଚେମେଣିକୁ ମରାମତି କରୁଛି ଆଉ କିଏ ସେଥିରେ କିରୋସିନି ଭରି ପ୍ରସ୍ତୁତ କରି ରଖୁଛି। ଫଳରେ ବିଭିନ୍ନ ଦୋକାନରେ ବିକ୍ରି ହୋଇ ନ ପାରି ପଡ଼ି ରହିଥିବା ଡିବିରି, ଲଣ୍ଠନ ଓ ମହମବତି ଆଦି ସାମଗ୍ରୀର ଚାହିଦା ବଢ଼ିଯାଇଛି। ବ୍ୟବସାୟୀମାନେ ଏସବୁ ବିକ୍ରି କରି ପୁରୁଣା ଷ୍ଟକ ଖାଲି କରିପାରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି।

ଅଶୋକ କୁମାର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri