ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ ଅଫିସ, ୪ା୩: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଶୁକ୍ରବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ପରିଚାଳନା କମିଟି ସଦସ୍ୟ ଏବଂ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ। ଦିବ୍ୟାଙ୍ଗମାନେ ଯେପରି ଶ୍ରୀମନ୍ଦିର ପରିସରକୁ ଯାଇ ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ସ୍ବତନ୍ତ୍ର ଭାବେ ଏସ୍‌ଓପି ପ୍ରସ୍ତୁତ ପାଇଁ ଯୋଜନା ଜାରି ରହିଥିବା ପ୍ରଶାସକ ମତ ରଖିଛନ୍ତି। ତେବେ ପ୍ରାଥମିକ ଭାବେ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ସହିତ ନିର୍ଦ୍ଧାରିତ ସମୟରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ବାହାର କାଠ ନିକଟରୁ ଏହି ଦର୍ଶନର ସୁବିଧା ଦିନକୁ ଦୁଇଥର ପାଇଁ ଉପଲବ୍ଧ କରାଯିବ। ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଦିବ୍ୟାଙ୍ଗମାନେ ପ୍ରବେଶ କରି ଘଣ୍ଟିଦ୍ୱାର ହୋଇ ଜୟବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦିବ୍ୟାଙ୍ଗମାନେ ହୁଇଲ ଚେୟାରରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବିରୋଧ ହେତୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦିବ୍ୟାଙ୍ଗମାନଙ୍କୁ ବୋଝିଆ କରି ଦର୍ଶନ ପାଇଁ ନିଆଯିବ। ଏଥିଲାଗି ବୋଝିଆ ନିଯୁକ୍ତ ହେବେ। ପୂର୍ବରୁ କୋର୍ଟ ଦିବ୍ୟାଙ୍ଗ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଉଛି। ତେବେ ବୈଠକରେ ନିଷ୍ପତ୍ତିଗୁଡ଼ିକ ଚୂଡ଼ାନ୍ତ ହୋଇନାହିଁ। ଉକ୍ତ ପ୍ରସ୍ତାବଗୁଡ଼ିିକୁ ବିଚାର କରି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଜେନା ସୂଚନା ଦେଇ କହିଛନ୍ତି, ଦିବ୍ୟାଙ୍ଗ ଭକ୍ତ ଯେପରି ଶ୍ରୀମନ୍ଦିର ଭିତରକୁ ଯାଇ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେ ନେଇ ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ହୋଇଥିଲା। ତାହା ଉପରେ ଏହି ବୈଠକରେ ଆଲୋଚନା କରାଯାଇଛି। ତେବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, କେବଳ ଆଲୋଚନା ହୋଇଛି। ଉତ୍ତରଦ୍ୱାର ଦେଇ ଭିତରକୁ ଯିବା ପରେ ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବେ। ସୀମିତ ସମୟ ରହିବ। ରେଜିଷ୍ଟ୍ରେଶନ ପାଇଁ ପୋର୍ଟାଲ ରହିବ। ଉକ୍ତ ପୋର୍ଟାଲ୍‌ ମାଧ୍ୟମରେ ଦିବ୍ୟାଙ୍ଗ ଭକ୍ତମାନେ ନାମ ରେଜିଷ୍ଟ୍ରେଶନ କରିବେ। ଶ୍ରୀମନ୍ଦିର ଭିତରକୁ ହୁଇଲ ଚେୟାରକୁ ବିରୋଧ କରାଯାଉଛି। ତେଣୁ ଦିବ୍ୟାଙ୍ଗ ଭକ୍ତଙ୍କୁ ଦର୍ଶନ କରାଇବା ପାଇଁ ବୋଝିଆ ବ୍ୟବସ୍ଥା କରାଯିବ। ସେମାନେ ଝୁଲା ସାହାଯ୍ୟରେ ଦିିବ୍ୟାଙ୍ଗଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବେ। ତେବେ ପରବର୍ତ୍ତୀ ବୈଠକରେ ଏନେଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ପରିଚାଳନା କମିଟି ସଦସ୍ୟ ତଥା ଦଇତାପତି ସେବକ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନକ୍ସା ପ୍ରସ୍ତୁତି କରାଯାଇ କାର୍ଯ୍ୟ କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କୁ ଝୁଲା ସାହାଯ୍ୟରେ ନେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୃଷ୍ଟପୁଷ୍ଟ ଥିବା ଉଭୟ ପୁରୁଷ ଓ ନାରୀଙ୍କୁ ନିଯୁକ୍ତି ଦିଆଯିବ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦର୍ଶନ ବ୍ୟବସ୍ଥା କରାଯିବ। ଯେଉଁ ସମୟରେ ଭକ୍ତମାନେ ବାହାର କାଠ ନିକଟରେ ଦର୍ଶନ କରୁଥିବେ, ସେହି ସମୟରେ ଦିବ୍ୟାଙ୍ଗ ଭକ୍ତମାନେ ଉତ୍ତର ଦ୍ୱାର ଦେଇ ଘଣ୍ଟିଦ୍ୱାର ହୋଇ ଜୟବିଜୟ ଦ୍ୱାର ନିକଟରେ ଠାକୁରଙ୍କୁ ଦର୍ଶନ କରି ଫେରିବେ। ସେହିପରି ଯେଉଁମାନେ ଅନ୍‌ଲାଇନ୍‌ ଦ୍ୱାରା ନାମ ରେଜିଷ୍ଟ୍ରେଶନ କରିପାରିବେ ନାହିଁ ତାଙ୍କ ପାଇଁ ଅଫ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ ବ୍ୟବସ୍ଥା କରାଯିବ। ଏକ ସମୟ ଦିଆଯିବା ସହ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ସଂଖ୍ୟକ ଦିବ୍ୟାଙ୍ଗ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଦାସ ମହାପାତ୍ର ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସନ ଜିତେନ୍ଦ୍ର ଜେନା, ସୁରକ୍ଷା ପ୍ରଶାସକଙ୍କ ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri