ଭାଲୁଟାଲରେ ବ୍ୟାପିଲା ଝାଡ଼ାବାନ୍ତି: ୨୨ ଅସୁସ୍ଥ ୩ ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଭୈନାତୋରା ପଞ୍ଚାୟତ ଅନ୍ତର୍ଗତ ଭାଲୁଟାଲ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଥିରେ ଗ୍ରାମର ୨୨ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ୨ଜଣଙ୍କ ଚିକିତ୍ସା ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ବେଳେ ବାକି ୧୭ଜଣ ଘରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗ୍ରାମକୁ ପହଞ୍ଚି ଗ୍ରାମରେ ରହିଥିବା ନଳକୂଅ ପାଣିର ନମୁନା ସହିତ ଅସୁସ୍ଥଙ୍କ ମଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ହେଲଥ୍‌ ଲାବରେଟୋରୀ(ଆଇପିଏଚ୍‌ଏଲ୍‌)କୁ ପଠାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. କୁବେର ଚନ୍ଦ୍ର ମହାନ୍ତ କହିଛନ୍ତି।
ସୂଚନା ଅନୁଯାୟୀ, ଉପରୋକ୍ତ ଗ୍ରାମରେ ଶୁକ୍ରବାର ରାତିରୁ ଜଣେ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ସେମାନେ ପ୍ରଥମେ ଚିକିତ୍ସା ପାଇଁ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୭ଜଣ ଘରକୁ ଫେରିଥିବାବେଳେ ୩ଜଣଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ସେହିପରି ଅନ୍ୟ ୨ଜଣ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଗ୍ରାମର ନଳକୂଅ ପାଣି ଯୋଗୁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ପାଇ ଶନିବାର ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଉକ୍ତ ଗ୍ରାମକୁ ପହଞ୍ଚିଥିଲେ ଏବଂ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ। ସେହିପରି ସ୍ଥାନୀୟ ଆଶା, ଅଙ୍ଗନୱାଡ଼ି କର୍ମୀ ଘରକୁ ଘର ବୁଲି ଝାଡ଼ାବାନ୍ତି ନିରାକରଣ ସଚେତନତା କରିବା ସହିତ ଲୋକଙ୍କୁ ବିଭିନ୍ନ ପରାମର୍ଶ ଦେଉଛନ୍ତି। ପ୍ରକାଶଥାଉ କି, ଗତ କିଛିଦିନ ତଳେ ପାଇକମାଳ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିଲା। ତାହା ଏବେ ସେଠାରେ ନିୟନ୍ତ୍ରଣାଧୀନ ଥିବା ବେଳେ ସମସ୍ତ ଅସୁସ୍ଥ ଚିକିତ୍ସା ପରେ ଘରକୁ ଫେରିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri