କାନ୍ସରେ ଗ୍ଲାମରର ତଡକା ଲଗାଇଲେ ଡାୟନା

ମୁମ୍ବାଇ: ମେ’ ୧୬ରେ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ। ରେଡ କାର୍ପେଟରେ ହସିନାଙ୍କ ଜଲଓ୍ବ୍‌ା ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ସାରା ଅଲି ଖାଁ, ଉର୍ବଶି ରୌତେଲା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ମୃଣାଳ ଠାକୁରଙ୍କ ଭଳି ବଲିଉଡ ଆକ୍ଟ୍ରେସ୍‌ କାନ୍ସରେ ଜଳଓ୍ବା ଦେଖାଇ ସାରିଛନ୍ତି। ଏବେ ନିକଟରେ କକଟେଲ ଆକ୍ଟ୍ରେସ୍‌ ଡାୟନା ପେଣ୍ଟି ବି ଇଣ୍ଟରନ୍ୟାଶନାଲ ଶୋ’ରେ ନିଜର ଷ୍ଟଣ୍ଟିଂ ଲୁକ ଦେଖାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏକାକୁ ଖୁବ ପସନ୍ଦ ବି କରୁଛନ୍ତି।
ଲୁକ କଥା ଯଦି ଆଲୋଚନା କରିବା ତେବେ ଡାୟନା ସ୍ପାର୍କଲିଂଗ ଗୋଲଡେନ ଅଟାୟାରରେ ଗ୍ଲାମରର ତଡକା ଲଗାଇଛନ୍ତି। ଷ୍ଟାଇଲିସ ବ୍ଲାଉଜ ସହ ଆକ୍ଟ୍ରେସ୍‌ ଗୋଲଡେନ ଲଙ୍ଗ ବଡି ଫିଟ ସ୍କର୍ଟ କ୍ୟାରି କରିଛନ୍ତି। ଏଥିରେ ସେ ଅପସରାଠୁ ବି ସୁନ୍ଦର ଲାଗୁଛନ୍ତି। କାନରେ ମ୍ୟାଚିଂ ଇୟର ରିଂ ସହ ହାତରେ ଅନେକ ଗୁଡିଏ ରିଂଗ୍ସ ସହ ବୋଲ୍ଡ ମେକଅପରେ ନିଜ ଲୁକକୁ କମ୍ପ୍ଲିଟ କରିଛନ୍ତି। ଲମ୍ବା କଳା କେଶ ସହ ଡାୟନା ପୋଜ ଦେଇ ନିଜର ଦିଲକଶ ଅନ୍ଦାଜରେ ସମସ୍ତଙ୍କୁ ଦିଓ୍ବାନା କରିଛନ୍ତି।

Share