ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁ ରହିଛି।
ସେହିପରି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାରଠାରେ ମାଣିକ ଥିବା ସୂଚନା ମିଳିଛି। ଅନ୍ୟପଟେ ଦେବଗଡ଼ ଜିଲା ରିଆମାଳ ଅଞ୍ଚଳରେ ତମ୍ବାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହ ସୁନା ଚିହ୍ନଟ କରାଯାଇଛି। ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନାଖଣି ଥିବା ସନ୍ଧାନ ମିଳିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

