ମଧୁମେହ ଯୋଗୁ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ ଉଠିବା ପର୍ଯ୍ୟନ୍ତ ସମୟକୁ ନଜର ରଖିବାକୁ ପଡ଼ିଥାଏ। ଯଦିଓ ମଧୁମେହକୁ ସମ୍ପୂର୍ଣ୍ଣ ଠିକ୍‌ କରିଦେବା ସମ୍ଭବ ନୁହେଁ, ହେଲେ ଏହାକୁ ନିୟନ୍ତ୍ରଣ କରି ଜଣେ ସାଧାରଣ ଜୀବନଯାପନ କରିପାରିବ। ହେଲେ ମଧୁମେହକୁ ନେଇ ଇନ୍‌ସୁଲିନ୍‌ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ସେମାନଙ୍କ ଶରୀରରେ ଇନ୍‌ସୁଲିନ୍‌ ତିଆରି ହୋଇ ନ ଥାଏ। ଏଣୁ ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

-ଇନ୍‌ସୁଲିନ୍‌ ଦୁଇ ପ୍ରକାରର। ସେଗୁଡ଼ିକ ହେଲା ବାସାଲ ଏବଂ ବୋଲସ। ସାଧାରଣତଃ ଲୋକେ ଏ ବିଷୟରେ ବିଶେଷ ଜାଣି ନ ଥାନ୍ତି। ରୋଗୀଙ୍କ ସ୍ଥିତିକୁ ଦେଖି ଡାକ୍ତର ଏହି ଦୁଇଟି ମଧ୍ୟରୁ ଗୋଟିଏ ନଚେତ ଦୁଇଟିଯାକ ନେବାକୁ ପରାମର୍ଶ ଦେଇଥାନ୍ତି।

-କାହାକୁ କେତେବେଳେ ବ୍ୟବହାର କରାଯାଏ: ବାସାଲ ଇନ୍‌ସୁଲିନ ଖାଇବା ପରେ ଅଥବା ମଝିରେ ଦିଆଯାଏ। ସେହିଭଳି ବୋଲସ ରୋଗୀ ଶରୀରରେ ଶର୍କରା ଭାଗ ଅଧିକ ହେଲେ ଦିଆଯାଇଥାଏ।

-ସର୍ବଦା ବାସାଲ ଇନ୍‌ସୁଲିନ୍‌ ସର୍ବଦା ବ୍ୟବହାର ହୋଇଥାଏ। ଏଥିସହ ଇନ୍‌ସୁଲିନ୍‌ର ମାତ୍ରାକୁ ନଜର ରଖାଯାଏ। ଡାକ୍ତରଙ୍କ ପରାମର୍ଶ ବିନା ଏହାର କମ୍‌ କିମ୍ବା ବେଶୀ ମାତ୍ର ନେବା ଉଚିତ ନୁହେଁ।

-ସମୟ ସହ ବୋଲସର ମାତ୍ରା ବଦଳିଥାଏ। ରୋଗୀଙ୍କ ଶାରୀରିକ ସ୍ଥିତିକୁ ଦେଖି ଏହାର ମାତ୍ରା ବଢ଼ାଯାଏ ନଚେତ କମାଯାଏ। ରୋଗୀଙ୍କ ଜୀବନଶୈଳୀ, ଓଜନ, ଚିକିତ୍ସାନୁଯାୟୀ ଶରୀରକୁ କେତେମାତ୍ରାରେ ଡୋଜ୍‌ ଦିଆଯିବ ତାହା ନିଶ୍ଚିତ କରାଯାଏ। ଏଥିସହ ଡାଏଟ୍‌ରେ ପରିବର୍ତ୍ତନ ଏବଂ ଶର୍କରା କମ୍‌ ଥିବା ଖାଇବା ଖାଇ ଇନ୍‌ସୁଲିନ୍‌ ସ୍ତର କମ୍‌ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri